ସ୍ୱଦେଶୀ ଇଲେକ୍ଟ୍ରିକ୍‌ ବାଇକ୍‌କୁ ଦୁଇ ମାସରେ ମିଳିଛି ୧ ଲକ୍ଷରୁ ଅଧିକ ବୁକିଂ, ଲୋକେ ଭରିଛନ୍ତି ୧,୦୦୦ କୋଟି ଟଙ୍କା; ଜାଣନ୍ତୁ ଦାମ୍‌ ଓ ସ୍ପେସିଫିକେଶନ

ପେଟ୍ରୋଲ, ଡିଜେଲର ଦାମ୍‌ ବୃଦ୍ଧି ଏବଂ ବାୟୁ ପ୍ରଦୂଷଣକୁ କମ୍‌ କରିବା ପାଇଁ ଏବେ ଲୋକଙ୍କ ଆକର୍ଷଣ ଇଲେକ୍ଟ୍ରିକ୍‌ ଗାଡ଼ିଗୁଡ଼ିକ ପ୍ରତି ବଢ଼ୁଛି। ଆଗାମୀ ଭବିଷ୍ୟତରେ ଏହି ଇଲେକ୍ଟ୍ରିକ୍‌ ଗାଡ଼ି ହିଁ ରହିବ ଏବଂ ଏଥିପାଇଁ ଅନେକ କମ୍ପାନୀ ନିଜର ବିସ୍ତାର ଦିଗରେ କାର୍ଯ୍ୟ କରୁଛନ୍ତି। ନିକଟରେ କିଛି କମ୍ପାନୀ ନିଜର ଇ-ବାଇକ୍‌ ପ୍ରଡକ୍ଟ ଲଞ୍ଚ୍‌ କରିଛନ୍ତି ଏବଂ ବାକି କମ୍ପାନୀ ବି ଖୁବ୍‌ ଜଲ୍‌ଦି ନିଜ ନିଜର ଇଲେକ୍ଟ୍ରିକ୍‌ ଗାଡ଼ି ଆଣିବାକୁ ଯାଉଛନ୍ତି। ଏହି କ୍ରମରେ eBikeGo ସୋମବାର ସୂଚନା ଦେଇଛି କି, କମ୍ପାନୀକୁ ନିଜର ମଜଭୁତ ଇଲେକ୍ଟ୍ରିକ୍‌ ବାଇକ୍‌ ପାଇଁ ୧ ଲକ୍ଷରୁ ଅଧିକ ଅର୍ଡର ମିଳିଛି, ଯାହାକୁ ଦୁଇ ମାସ ତଳେ ଭାରତରେ ଲଞ୍ଚ୍‌ କରାଯାଇଥିଲା। eBikeGo Rugged ଏ ପର୍ଯ୍ୟନ୍ତର ସବୁଠାରୁ ଶକ୍ତିଶାଳୀ ଇଲେକ୍ଟ୍ରିକ୍‌ ମୋଟରସାଇକେଲ। ୧ ଲକ୍ଷ ୟୁନିଟ୍‌ସର ବୁକିଂ ରୂପରେ ଭରଣା କରାଯାଇଥିବା ଅର୍ଥ ପାଖାପାଖି ୧,୦୦୦ କୋଟି ଟଙ୍କା ରହିଛି। ଆସନ୍ତୁ ଜାଣିବା ଏହି ଇ-ବାଇକ୍‌ ବିଷୟରେ।

ଦୁଇ ମାସ ତଳେ ସ୍ୱଦେଶୀ କମ୍ପାନୀ eBikeGo ନିଜର ଦୁଇଟି ସ୍କୁଟର ଲଞ୍ଚ୍‌ କରିଥିଲା, ଯାହାର ନାମ Rugged e-bike ଭେରିଏଣ୍ଟ – G1 ଏବଂ G1+। ଏହାର ପ୍ରାରମ୍ଭିକ ମୂଲ୍ୟ ୮୫ ହଜାର ରହିଛି, ଯାହାକି ୧.୦୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇଛି। ଏହି ଦାମ୍‌ କମ୍ପାନୀର, ଏଥିରେ ସବ୍‌ସିଡି ସାମିଲ ନାହିଁ। ଦୀପାବଳି ପାଇଁ Rugged ବାଇକ୍‌କୁ ୪ ନୂଆ କଲର୍‌ ଅପଶନ ରେଡ୍‌, ବ୍ଲ୍ୟୁ, ବ୍ଲାକ୍‌ ଏବଂ Rugged ସ୍ପେଶାଲ ଏଡିଶନରେ ଲଞ୍ଚ୍‌ କରାଯାଇଛି। କମ୍ପାନୀ ସାରା ଦେଶରେ ନିଜର ଉପସ୍ଥିତିକୁ ବିସ୍ତାର କରିବା ଦିଗରେ କାମ କରୁଛି। eBikeGo ଦେଶର ୩ ରାଜ୍ୟ ଉତ୍ତର ପ୍ରଦେଶ, ବିହାର ଓ ମହାରାଷ୍ଟ୍ରରେ Ruggedର ମାଷ୍ଟର ଫ୍ରାଞ୍ଚାଇଜ ବନ୍ଦ କରି ଦେଇଛି ଏବଂ ମୋଟ ୨୨ ଡିଲରଶିପ୍‌କୁ ସ୍ଥାପିତ କରିଛି। କମ୍ପାନୀ ମୁତାବକ, ଏହା ଆଗାମୀ ମାସରେ ୫୦,୦୦୦ ବୁକିଂର ଲକ୍ଷ୍ୟ ରଖି ଚାଲୁଛି।

Rugged e-bike ଏକ ମେଡ୍‌ ଇନ୍‌ ଇଣ୍ଡିଆ ପ୍ରଡକ୍ଟ, ଯେଉଁଥିରେ 3kWର ମୋଟର ରହିଛି। ଏହା ଅଧିକତମ ୭୦ କିମି ପ୍ରତି ଘଣ୍ଟା ବେଗରେ ଦୌଡ଼ି ପାରିବ। ଇ-ବାଇକ୍‌ ଭିତରେ 2 x2 kWhର ବ୍ୟାଟେରୀକୁ ବଦଳା ଯାଇପାରିବ ଏବଂ ଏହାକୁ ପାଖାପାଖି ୩.୫ ଘଣ୍ଟାରେ ଚାର୍ଜ କରାଯାଇ ପାରିବ। କମ୍ପାନୀ ଦାବି କରିଛି ଯେ ଏହି ବାଇକ୍‌ ସିଙ୍ଗଲ ଚାର୍ଜରେ ପାଖାପାଖି ୧୬୦ କିଲୋମିଟରର ରେଞ୍ଜ୍‌ ଦେଇପାରିବ। eBikeGo ମୁତାବକ, ୧ ଲକ୍ଷ ୟୁନିଟ୍‌ସ ବୁକିଂ ରୂପରେ ପେଡ୍‌ କରାଯାଇଥିବା ରାଶି ପାଖାପାଖି ୧,୦୦୦ କୋଟି ଟଙ୍କା ରହିଛି। କହି ରଖୁଛୁ, eBikeGo Ruggedର ଅଫିସିଆଲ େଓ୍ଵବ୍‌ସାଇଟରେ ତାଲିକାଭୁକ୍ତ ସୂଚନା ଅନୁଯାୟୀ, ଏହାର ପ୍ରାରମ୍ଭିକ ମୂଲ୍ୟ ୮୪,୯୯୯ ଟଙ୍କା ରଖାଯାଇଛି। ଏହାକୁ କେବଳ ୪୯୯ ଟଙ୍କା ଦେଇ ପ୍ରିବୁକ୍‌ କରାଯାଇ ପାରିବ।

Leave A Reply

Your email address will not be published.