ବିଶ୍ବାସରେ ବିଷ ଦେଉଛି ୨ ମିନିଟର ମ୍ୟାଗି
ବିଷାକ୍ତ ସୀସା ପଦାର୍ଥ ମାତ୍ରା ରହିଥିବା କଥା ସୁପ୍ରିମକୋର୍ଟରେ ସ୍ବୀକାର କଲା କମ୍ପାନୀ

ଫୁଡ୍ କମ୍ପାନୀ ନେସଲେ ଇଣ୍ଡିଆ ଉପରେ ପୁଣି ପଡିଲା ଚଡକ । କାରଣ ନିଜ ଦୋଷ ଏବେ ମାନିଛି କମ୍ପାନୀ । ମ୍ୟାଗିରେ ବିଷାକ୍ତ ସୀସା ପଦାର୍ଥ ମାତ୍ରା ରହିଥିବା କଥା ସୁପ୍ରିମକୋର୍ଟରେ ସ୍ବୀକାର କରିଛି କମ୍ପାନୀ । ଯାହାଫଳରେ ଏହି ମାମଲାକୁ ନେଇ ଆଗକୁ ଆହୁରୀ ସମସ୍ୟା ଭୋଗିପାରେ କମ୍ପାନୀ । ସାଧାରଣ ଲୋକଙ୍କ ବିଶ୍ବାସରେ ଘାତକତା କରିଛି ଏହି କମ୍ପାନୀ । ଛୋଟରୁ ବୁଢା ସମସ୍ତଙ୍କ ମନପସନ୍ଦ ଥିଲା କ୍ୟାଗି ହେଲେ ଏକଥା ଶୁଣିବାପରେ ବର୍ତ୍ତମାନ ଖାଦ୍ୟର ମାନଦଣ୍ଡ ପୂରା କରିନଥିବା ଉକ୍ତ କମ୍ପାନୀ ବିରୋଧରେ ଜୋର ଧରିପାରେ ଆନ୍ଦୋଳନ ।
ତେବେ ପୂର୍ବରୁ ୨୦୧୫ ମସିହାରେ ୫୫୦ ଟନ୍ ମ୍ୟାଗି ନଷ୍ଟ କରିଦିଆଯାଇଥିଲା । କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ ଏହି ମାମଲାରେ ନେସଲେ କମ୍ପାନିକୁ ଦୋଷୀ ସାବ୍ୟସ୍ତ କରିବା ସହ ଏହାର ବିକ୍ରୟ, ପ୍ରସାର ଓ ବିଜ୍ଞାପନ ଉପରେ ନିଷେଧାଦେଶ ଲଗାଇବା ସହ ଖାଉଟି ସୁରକ୍ଷା ଆଇନର ୧୨ (୧) (ଘ) ଦଫାରେ ୬୪୦ କୋଟିର ଜରିମାନା ଲଗାଇଥିଲା।