ବ୍ୟବସାୟ ଓ ଅର୍ଥନୀତି

ଇଲେକ୍ଟ୍ରିକ କାରରେ ମିଳୁଛି ୧.୫ ଲକ୍ଷ ଟଙ୍କା ଡିସକାଉଣ୍ଟ, ଜାରି ହେଲା ନୂଆ EV ପଲିସୀ

ଇଲେକ୍ଟ୍ରିକ ଗାଡିର ଚାହିଦା ବଢାଇବା ପାଇଁ ମହାରାଷ୍ଟ୍ର ସରକାର ନୂଆ ଡ୍ରାଫ୍ଟ ଇଲେକ୍ଟ୍ରିକ ଭେଇକିଲ ପଲିସୀ ଜାରି କରିଛନ୍ତି। ଏହା ପୂର୍ବରୁ ଦିଲ୍ଲୀ ଏବଂ ଗୁଜରାଟ ଭଳି ଇଲେକ୍ଟ୍ରିକ ଯାନ ପଲିସୀକୁ ଘୋଷଣା କରିଥିଲା। ଏହି ପଲିସୀରେ ଲୋକଙ୍କୁ ପ୍ରୋତ୍ସାହିତ କରି ଇଲେକ୍ଟ୍ରିକ ଭେଇକିଲକୁ ନେଇ ପ୍ରୋତ୍ସାହିତ କରିବା ପାଇଁ ଚେଷ୍ଟା ଜାରି କରିଛି। ଏମିତି ନୀତି ତିଆରି କରାଯାଇଛି, ଯାହାକୁ ଚାର୍ଜିଂ ଷ୍ଟେସନର ଏକ ବଡ ଇନଫ୍ରାଷ୍ଟ୍ରକ୍ଚର ମଧ୍ୟ ତିଆରି ହୋଇପାରିବ।

ଏହି ପଲିସୀ ଅଧିନରେ ମହାରାଷ୍ଟ୍ର ସରକାରଙ୍କ ଲକ୍ଷ୍ଯ ରହିଛି ଯେ, ରାଜ୍ଯ ୨୦୨୫ ଭିତରେ ୧୦ ପ୍ରତିଶତ ଗାଡି ଇଲେକ୍ଟ୍ରି ହେବ। ରାଜ୍ଯ ସରକାର ମୁମ୍ବାଇରେ ୨୦୨୫ ପର୍ଯ୍ଯନ୍ତ ୧,୫୦୦ ଚାର୍ଜିଂ ଷ୍ଟେସନ ବନାଇବାର ଲକ୍ଷ୍ଯ ରଖିଛି। ପଲିସୀ ମୁତାବକ, ରାଜ୍ଯ ସରକାର ଇଲେକ୍ଟ୍ରିକ ଭେଇକିଲର ଚାହିଦାକୁ ଏହା ପ୍ରୋତ୍ସାହିତ କରିବ।

ମହାରାଷ୍ଟ୍ର ସରକାର ଇଲେକ୍ଟ୍ରିକ ଭେଇକିଲକୁ ରାଜ୍ଯରେ ଲୋକପ୍ରିୟ କରିବା ପାଇଁ ଅନେକ ପ୍ରକାର ପ୍ରୋତ୍ସାହନ ଦେବାକୁ ଘୋଷଣା କରିଛନ୍ତି। ପଲିସୀ ମୁତାବକ, ୧ ଲକ୍ଷ ଇଲେକ୍ଟ୍ରିକ ଦୁଇଚକିଆ ଯାନରେ ୧୦ ହଜାର ପର୍ଯ୍ଯନ୍ତ ଇନସେଟିଭ ପ୍ଲାନ କରିଥିବା ବେଳେ ୧୫ ହଜାର ଇଲେକ୍ଟ୍ରିକ ୩ ହ୍ବିଲରରେ ୩୦ ହଜାର ଟଙ୍କା ପର୍ଯ୍ଯନ୍ତ ଇନସେଟିଭ ଦିଆଯିବ।

ଏହାଛଡା ଇଲେକ୍ଟ୍ରିକ କାର ଉପରେ ୧.୫ ଲକ୍ଷ ଟଙ୍କା ପର୍ଯ୍ଯନ୍ତ ଇନସେଟିଭ ଦେବାର ଯୋଜନା କରାଯାଇଛି। ୧ ହଜାର ଇଲେକ୍ଟ୍ରିକ ବସରେ ଅଧିକତମ ୨୦ ଲକ୍ଷ ଟଙ୍କା ମଧ୍ୟ ଦିଆଯିବ। ଏହାଛଡା ମହାରାଷ୍ଟ୍ର ସରକାର ଯେତିକି ବି ଇଲେକ୍ଟ୍ରିକ ଗାଡି ବିକ୍ରି ହେବ, ସେଥିରେ ସମସ୍ତ ରୋଡ ଟ୍ଯାକ୍ସ ମୁକ୍ତ କରାଯିବ।

Swagatika

Recent Posts

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

7 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

32 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

41 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

2 hours ago