ଆସିଲା ନୂଆ ଟ୍ରାଫିକ ନିୟମ ! କାହାକୁ କାର କିମ୍ବା ବାଇକ୍ ରେ ଲିଫ୍ଟ ଦେଲେ କଟିବ ଚାଲାଣ

ଯଦି ଆପଣ ନିଜ କାର କିମ୍ବା ବାଇକରେ ଯାଉଛନ୍ତି ଏବଂ ରାସ୍ତାରେ କୌଣସି ଜଣେ ଅଚିହ୍ନା ଲୋକ ଲିଫ୍ଟ ମାଗିଲେ ଆଉ ଆପଣ ଉକ୍ତ ବ୍ୟକ୍ତିଙ୍କୁ ଲିଫ୍ଟ ଦେବାକୁ ଚିନ୍ତା କରୁଛନ୍ତି, ତାହେଲେ ରହିଯାନ୍ତୁ, ଏପରି ଆଦୌ ବି କରନ୍ତୁନାହିଁ। ଏପରି କରିବା ଦ୍ୱାରା ଆପଣଙ୍କର ଚାଲଣ କଟିପାରେ । କାରଣ ଏହିପରି କରିବାକୁ କେବଳ କମର୍ସିଆଲ କାର କିମ୍ବା ବାଇକ୍ ଚାଳକଙ୍କର ଏହି ଅଧିକାର ଅଛି। ଯାତ୍ରୀଙ୍କ ସୁରକ୍ଷାକୁ ଦର୍ଶାଇ ମହାରାଷ୍ଟ୍ର ସରକାର ଅଣ ପରିବହନ ଯାନ ମାଧ୍ୟମରେ କାର-ପୁଲିଂ କିମ୍ବା ବାଇକ୍ ପୁଲିଂ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଅଣ ପରିବହନ ଯାନ ବା ନନ୍‌ ଟ୍ରାନ୍ସପୋର୍ଟ ଭେଇକିଲ ଯଥା ବ୍ୟକ୍ତିଗତ କାର କିମ୍ବା ବାଇକରେ ଏକ ଧଳା ନମ୍ବର ପ୍ଲେଟ୍ ବ୍ୟବହାର କରାଯାଇଥାଏ। ଏହାକୁ ବ୍ୟବସାୟିକ ବ୍ୟବହାର ପାଇଁ ବ୍ୟବହାର କରିବାକୁ ଅନୁମତି ନଥାଏ ।

ବର୍ତ୍ତମାନ ତ କିଛି କମ୍ପାନୀ ମହାରାଷ୍ଟ୍ରର ପ୍ରମୁଖ ସହରଗୁଡିକରେ ଆପ୍ ଆଧାରିତ ବାଇକ୍, ଅଟୋ ଏବଂ କାର୍ ଟ୍ୟାକ୍ସି ସେବା ପ୍ରଦାନ କରନ୍ତି। ଏହା ମାଧ୍ୟମରେ ଅନେକ ଲୋକ ବ୍ୟକ୍ତିଗତ ଯାନ ମାଧ୍ୟମରେ ବିଶେଷ କରି ବାଇକ୍ ବ୍ୟବହାର କରି ବାଇକ୍ କିମ୍ବା କାର୍ ଟ୍ୟାକ୍ସି ସେବା ପ୍ରଦାନ କରିବା ଆରମ୍ଭ କରନ୍ତି । ବର୍ତ୍ତମାନ ଏହା କରିବା ଭୁଲ ହେବ । ଜାନୁଆରୀ ୧୩ ରେ, ବମ୍ବେ ହାଇକୋର୍ଟ ମହାରାଷ୍ଟ୍ର ସରକାରଙ୍କଠାରୁ ଲାଇସେନ୍ସ ନ ପାଇ କାର୍ଯ୍ୟ କରିବା ପାଇଁ ବାଇକ୍-ଟ୍ୟାକ୍ସି ଏଗ୍ରିଗେଟର ରାପିଡୋଙ୍କୁ ତାଗିଦ୍ କରିଥିଲେ ଏବଂ ତୁରନ୍ତ ସେବା ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।ହାଇକୋର୍ଟଙ୍କ ଆଦେଶ ବିରୋଧରେ କମ୍ପାନୀ ସୁପ୍ରିମକୋର୍ଟର ଦ୍ୱାରସ୍ତ ହେଇଥିଲେ ।

ପ୍ରସ୍ତାବରେ କୁହାଯାଇଛି ଯେ କମର୍ସିଆଲ ଭେଇକିଲ ଭାବରେ ଅଣ ପରିବହନ ଯାନଗୁଡିକର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହା ଯାତ୍ରୀମାନଙ୍କ ସୁରକ୍ଷା ପ୍ରତି ବିପଦ। ସାଧାରଣ ଜନତା ଏବଂ ଯାତ୍ରୀଙ୍କ ସଡକ ସୁରକ୍ଷା ପାଇଁ ଗମ୍ଭୀର ବିପଦ ହୋଇପାରେ। ଏଥିରେ କୁହାଯାଇଛି ନନ୍‌ ଟ୍ରାନ୍ସପୋର୍ଟ କ୍ୟାଟେଗରୀରେ ପଞ୍ଜୀକୃତ ବାହନର ସଂଖ୍ୟା ବହୁତ ବଡ, ଏଥିପାଇଁ ନନ-ଟ୍ରାନ୍ସପୋର୍ଟ ଭେଇକିଲ ଉପଯୋଗ ପୁଲିଙ୍ଗ ପାଇଁ କରିବାରେ ସେହି ବାହନର ରୋଜଗାର ଉପରେ ଫରକ ପଡିବ, ଯାହା ବୈଧ ପରମିଟ୍‌ ଉପରେ ଚଲାଯାଉଛି।

Leave A Reply

Your email address will not be published.