ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀର ବଦଳିଲା Logo, ଦେଖନ୍ତୁ ଏହାର ପ୍ରଥମ ଝଲକ
ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଦୀର୍ଘ ୨୧ ବର୍ଷ ପରେ ନେଇଛି ଏକ ବଡ଼ ନିଷ୍ପତ୍ତି । କମ୍ପାନୀ ତରଫରୁ ନୂଆ ଲୋଗୋ ଲିକ କରାଯାଇଛି। ଯାହା କମ୍ପାନୀର ଆଗାମୀ ମଡେଲରେ ଦେଖିବାକୁ ମିଳିବ। ଏନେଇ କମ୍ପାନୀ ପକ୍ଷରୁ ଢ଼େର ଉତ୍ସାହ ଦେଖିବାକୁ ମିଳିଛି।
କମ୍ପାନୀର ନୂଆ ଲୋଗୋ ସହିତ ବ୍ରାଣ୍ଡର ମେକ ଓଭର ମଧ୍ୟ କରାଯାଇଛି। କମ୍ପାନୀର ନୂଆ ମଡେଲ ନାମ ହେଉଛି XUV700। ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଲୋଗୋ ‘Road Ahead’ ରହିଛି। ଏହାକୁ କମ୍ପାନୀ ୨୦୦୦ ମସିହାରେ ଲଞ୍ଚ କରାଯାଇଥିଲା। ଏହା ୨୦୦୨ରେ Scorpio ରେ ନଜର ଆସିଥିଲା। ତେବେ କମ୍ପାନୀର ଲୋଗୋ ଏବେ ୨୧ ବର୍ଷ ପରେ ପରିବର୍ତ୍ତନ କରାଯାଇଛି।
ଏହି କମ୍ପାନୀର ଆଉଟଲେଟ ଦେଶର ୮୩୨ ସହରରେ ରହିଛି। ଏବେ କମ୍ପାନୀର ବିଜନେସ ଯେଉଁ ଯେଉଁ ସହରରେ ହେଉଛି ସେଠାରେ ସବୁ ପ୍ରକାରର ମେକଓଭର କରାଯିବ। ଏହାଦ୍ୱରା କମ୍ପାନୀର କେବଳ ମେକଓଭର ଚେଞ୍ଜ ହେବନି ଏହାସହ ବ୍ରାଣ୍ଡ ଇମେଜକୁ ମଧ୍ୟ ରିଫ୍ରେଶ ଲୁକ ଦିଆଯିବ।