Mahindra Bolero ର ନୂଆ ଭାରିଅଣ୍ଟ ଲଞ୍ଚ, ଖାସ୍ ଫିଚର୍ସ ସହିତ ମିଳିବ ଜବରଦସ୍ତ ମାଇଲେଜ

ଦେଶର ପ୍ରମୁଖ କମ୍ପାନୀ ମହିନ୍ଦ୍ରା ଜୁଲାଇ ମାସରେ ନିଜର ବେଷ୍ଟ ସେଲିଂ SUV Bolero ଲଞ୍ଚ କରିଥିଲା। ସେହି ସମୟରେ କମ୍ପାନୀ ଏହି ଏସୟୁଭିର ତିନିଟି ଭାରିଏଣ୍ଟ (N4, N8 ଏବଂ N10)ଲଞ୍ଚ କରିଥିଲା। ଏବେ କମ୍ପାନୀ ଭାରିଅଣ୍ଟ N10 (O)କୁ ବଜାରରେ ଲଞ୍ଚ କରିଛି।

ଆକର୍ଷଣୀୟ ଲୁକ୍ ଏବଂ ଦମଦାର ଇଂଜିନ କ୍ଷମତା ଥିବା ଏହି ନୂଆ ଭାରିଅଣ୍ଟର ଦାମ ୧୦.୬୯ ଲକ୍ଷ ଟଙ୍କା ରହିଛି। ଏହି ନୂଆ ଭାରିଅଣ୍ଟ ୫ଟି ରଙ୍ଗରେ ଉପଲବ୍ଧ। ରକି ବେଗ୍, ମ୍ଯାଜେଷ୍ଟିକ ସିଲଭର, ହାଇୱେ ରେଡ, ପର୍ଲ ହ୍ବାଇଟ୍, ନାପୋଲି ବ୍ଲାକ୍। ଏଥିରେ ମଲ୍ଟି ଟେରେନ ଟେକ୍ନୋଲୋଜିର ବ୍ଯବହାର କରାଯାଇଛି।

କମ୍ପାନୀ ଏହି ନୂଆ ବାଲୋରୋରେ ୧.୫ ଲିଟର କ୍ଷମତା ଡିଜେଲ ଇଂଜିନର ବ୍ଯବହାର କରିଛି। ଯାହା ୧୦୦bhp ପାୱର ଏବଂ ୨୬୦ Nm ଟର୍କ ଜେନେରେଟ କରିଥାଏ। ଇଂଜିନରେ ୫ ସ୍ପିଡ ମାନୁଆଲ ଟ୍ରାନ୍ସମିଶନ ଗିଅରବକ୍ସ ସହିତ ଆସିଥାଏ। କମ୍ପାନୀ ଏଥିରେ ESS ମାଇକ୍ରୋ ହାଇବ୍ରିଡ ଟେକ୍ନୋଲୋଜି ଏବଂ ଇକୋ ମୋଡ ମାଇଲେଜ ଉନ୍ନତ କରିଥାଏ।

ବୋଲେରୋ ନିଓ N10(O) ଭାରିଅଣ୍ଟରେ କ୍ଯାବିନ ପ୍ରିମିୟମ ଇଟେଲିଅନ ଥିମରେ ସଜାଯାଇଛି। ଏହାର ଆଗ ଏବଂ ପଛ ସିଟରେ ଆର୍ମରେଷ୍ଟ ମଧ୍ୟ ଦିଆଯାଇଛି।ଏହାଛଡା ଡାସବୋର୍ଡରେ ୭ ଇଂଚର ଟଚସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ ଏବଂ ସେଣ୍ଟର କନସୋଲରେ ସିଲଭର ଆକ୍ସଣ୍ଟେ ଦ୍ବାରା ହାଇଲାଇଟ କରାଯାଇଛି। ଅନ୍ଯ ଫିଚର୍ସହାଇଟ ଆଡଜେଷ୍ଟବଲ ଡ୍ରାଇଭିଂ ସିଟ୍, ଆଗରେ ଆଉ ପଛରେ ପାୱର ୱିଣ୍ଡୋ, ରିମୋଟ ଲକ୍ ଇତ୍ଯାଦି ଦିଆଯାଇଛି।

Leave A Reply

Your email address will not be published.