୭-ସିଟର ଗାଡ଼ି ପାଇଁ EMI ପ୍ରୋସେସ୍, Mahindra Bolero କିଣିବା ପାଇଁ କରିବାକୁ ହେବ କେତେ ଡାଉନ୍ ପେମେଣ୍ଟ

Mahindra Bolero ହେଉଛି ଏକ ୭-ସିଟର କମ୍ପାକ୍ଟ SUV । ଏହି ଗାଡ଼ିର ଏକ୍ସ-ସୋରୁମ୍ ପ୍ରାଇସ୍ ୯.୭୯ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୧୦.୯୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି । Mahindra ର ଏହି ଗାଡ଼ିକୁ କିଣିବା ପାଇଁ ଗୋଟିଏ ଥରରେ ପୁରା ପେମେଣ୍ଟ କରିବା ଆବଶ୍ୟକତା ନାହିଁ । ଆପଣ ଏହି ଗାଡିକୁ EMI ରେ ମଧ୍ୟ କିଣିପାରିବେ । ଗାଡ଼ି କିଣିବା ପାଇଁ ବ୍ୟାଙ୍କରୁ ଲୋନ ନେବା ପାଇଁ ଆପଣଙ୍କର କ୍ରେଡିଟ୍ ସ୍କୋର ଭଲ ହେବା ଦରକାର୍ । ବ୍ୟାଙ୍କ୍ କ୍ରେଡିଟ୍ ସ୍କୋରକୁ ଦେଖିବା ପରେ ଲୋନର ଆପ୍ରୁଭ୍ ଦିଅନ୍ତି ।

Mahindra Bolero ତିନୋଟି ଭ୍ୟାରିଆଣ୍ଟରେ ଭାରତୀୟ ବଜାରରେ ସାମିଲ ଅଛି । ଯଦି ଆପଣ ଏହି ଗାଡିକୁ B4 ଡିଜେଲ୍ ଭ୍ୟାରିଆଣ୍ଟ କିଣୁଛନ୍ତି ତେବେ ଅନ୍ ରୋଡ୍ ପ୍ରାଇସ୍ ୧୧.୨୬ ଲକ୍ଷ ଟଙ୍କା ହେବ । ଏହି ଗାଡ଼ି କିଣିବା ପାଇଁ ଆପଣଙ୍କୁ ବ୍ୟାଙ୍କରୁ ୧୦.୧୩ ଲକ୍ଷ ଟଙ୍କା ଲୋନ ମିଳିବ । ଏହି ଲୋନ୍ ଉପରେ ବ୍ୟାଙ୍କ ସୁଧ ଆଦାୟ କରିବ । ଆପଣ ଏହି ଲୋନକୁ କେତେ ବର୍ଷ ନେବେ ତାହା ଉପରେ ନିର୍ଭର କରି ଆପଣଙ୍କୁ ପ୍ରତି ମାସରେ ବ୍ୟାଙ୍କରେ EMI ଭାବରେ କିଛି ହଜାର ଟଙ୍କା ଜମା କରିବାକୁ ପଡିବ ।

• Mahindra Bolero କିଣିବାକୁ ହେଲେ ଆପଣଙ୍କୁ ଅତି କମରେ ୧.୧୩ ଲକ୍ଷ ଟଙ୍କା ଡାଉନ୍ ପେମେଣ୍ଟ ଦବାକୁ ପଡିବ । ଗାଡ଼ି ଲୋନ କିସ୍ତି କମ୍ କରିବା ପାଇଁ ଆପଣ ଏଥିରେ ଅଧିକ ଏମାଉଣ୍ଟ ମଧ୍ୟ ଡାଉନ୍ ପେମେଣ୍ଟରେ ଜମା କରିପାରିବେ ।

• Mahindra Bolero ରେ ଦିଆଯାଉଥିବା ଲୋନ ଉପରେ ବ୍ୟାଙ୍କ ୯% ସୁଧ ଆଦାୟ କରିବ ଏବଂ ଯଦି ଆପଣ ଏହି ଲୋନକୁ ୪ ବର୍ଷ ପାଇଁ ନିଅନ୍ତି ତେବେ ଆପଣଙ୍କୁ ପ୍ରତି ମାସରେ ୨୫,୨୦୬ ଟଙ୍କା EMI ଭାବରେ ଜମା କରିବାକୁ ପଡିବ ।

• ଏହି ଗାଡ଼ିକୁ କିଣିବା ପାଇଁ ଯଦି ଆପଣ ୫ ବର୍ଷ ଲୋନ୍ ନିଅନ୍ତି, ତେବେ ଆପଣଙ୍କୁ ପ୍ରତି ମାସରେ ୯% ସୁଧରେ ପ୍ରାୟ ୨୧ ହଜାର ଟଙ୍କା ଦେବାକୁ ପଡିବ ।

• ଯଦି ଆପଣ ୬ ବର୍ଷ ପାଇଁ ଲୋନ ନେଉଛନ୍ତି , ତେବେ ଆପଣଙ୍କୁ ୧୮,୨୫୮ ଟଙ୍କା କିସ୍ତି ପ୍ରତି ମାସରେ ୯% ସୁଧ ସହିତ ବ୍ୟାଙ୍କରେ ଜମା କରିବାକୁ ପଡିବ ।

• ଯଦି ଆପଣ Mahindra Bolero କୁ ପିଣିବା ପାଇଁ ୭ ବର୍ଷ ଲୋନ୍ ନେଉଛନ୍ତି, ତେବେ ଆପଣଙ୍କୁ ପ୍ରତି ମାସରେ ବ୍ୟାଙ୍କରେ ୧୬,୩୦୦ ଟଙ୍କା ଜମା କରିବାକୁ ପଡ଼ିବ ।