Mahindra ର ନୂଆ Electric Car ପାଇଁ ଆରମ୍ଭ ହେଲା ବୁକିଂ, ଜାଣନ୍ତୁ କେବେ ହାତକୁ ଆସିବ ଗାଡିର ଚାବି
Mahindra ର ନୂଆ Electric Car BE 6 ଏବଂ XEV 9E, ଏହି ଦୁଇଟି ଗାଡି ଗତ ମାସରେ ୨୬ ନଭେମ୍ବର ୨୦୨୪ରେ ଭାରତୀୟ ବଜାରରେ ଲଞ୍ଚ କରାଯାଇଥିଲା । ଏହି ଗାଡିଗୁଡିକର ଲଞ୍ଚିଂ ସହିତ ଇଲେକ୍ଟ୍ରିକ୍ ସେଗମେଣ୍ଟରେ ଏକ ନୂଆ ଲୁକର ଏଣ୍ଟ୍ରି ହୋଇଛି । ବର୍ତ୍ତମାନ ଏହି କାରର ପ୍ରଶଂସକମାନେ ଏହି ଗାଡିଗୁଡିକର ବୁକିଂ ଆରମ୍ଭକୁ ଅପେକ୍ଷା କରିଛନ୍ତି ।
Mahindra ର Electric ଗାଡି INGLO ଆର୍କିଟେକ୍ଚର ଉପରେ ବେସ୍ଡ, ଯାହାକି ବି-ସ୍ପୋକେଡ୍ ଇଲେକ୍ଟ୍ରିକ୍ ଫ୍ଲାଟଫର୍ମ ଅଛି । Mahindra XEV 9E ର ପ୍ରାରମ୍ଭିକ ମୂଲ୍ୟ ୨୧.୯୦ ଲକ୍ଷ ଟଙ୍କା ସହିତ ଅଣାଯାଇଛି । ଯେଉଁଠାରେ BE 6E ର ପ୍ରାରମ୍ଭିକ ମୂଲ୍ୟ ୧୮.୯ ଲକ୍ଷ ଟଙ୍କା ସହିତ ଆସିଛି । କମ୍ପାନୀ ଏହି ମଡେଲ ନାମରେ କିଛି ଚେଞ୍ଜ କରିପାରେ ।
Mahindra ର Electric ଗାଡି ପାଇଁ ଜାନୁଆରୀ ୨୦୨୫ ରେ ଆରମ୍ଭ ହୋଇପାରେ । ଅଟୋମେକର୍ସମାନେ ମଧ୍ୟ ଫେବୃଆରୀ ୨୦୨୫ ର ପରବର୍ତ୍ତୀ ମାସରେ ଏହି ଗାଡିଗୁଡିକ ଡେଲିଭରୀ କରିବା ଆରମ୍ଭ କରିପାରିବେ । କମ୍ପାନୀ ଏପର୍ଯ୍ୟନ୍ତ କୈଣସି ଅଫିସିଆଲି ଆନାଉନ୍ସମେଣ୍ଟ କରିନାହିଁ । ଆଗାମୀ ସମୟରେ ଅଟୋମେକର୍ସମାନେ ବୁକିଂ ଡେଟ୍ ସହିତ ଗାଡିଗୁଡିକର ଆମାଉଣ୍ଟ ପ୍ରକାଶ କରିବାକୁ ଯାଉଛନ୍ତି ।
Mahindra XEV 9E ଏକ ବଡ ଇଲେକ୍ଟ୍ରିକ୍ କାର୍ ହୋଇଛି ଏବଂ BE 6e ଏକ SUV ହୋଇଛି । ଏହି ଗାଡିଗୁଡିକରେ ୫୯ kWh ଏବଂ ୭୯kWh ର ବ୍ୟାଟେରୀ ପ୍ୟାକ୍ ଅଫର ମିଳିଥାଏ । ଏହି ଗାଡିଗୁଡିକର ରେଞ୍ଜ ବିଷୟରେ କହିବାକୁ ଗଲେ ତେବେ BE 6e ସିଙ୍ଗଲ ଚାର୍ଜରେ ୬୮୨ କିଲୋମିଟରର ରେଞ୍ଜ ଦେବାକୁ ଦାବି କରେ । ବଡ଼ ଇଲେକ୍ଟ୍ରିକ୍ କାର୍ XEV 9E ଗୋଟିଏ ଥା ଚାର୍ଜରେ ୬୫୬ କିଲୋମିଟର ଦୂରତା ଅତିକ୍ରମ କରିବାକୁ ଦାବି କରେ ।
Mahindra ର ଏହି ଦୁଇଟି ଇଲେକ୍ଟ୍ରିକ୍ ଗାଡିରେ ଫାଷ୍ଟ ଚାର୍ଜିଂର ଫିଚର ଦିଆଯାଇଛି । ଏହା ସହିତ OTA ଅପଡେଟ୍ସ, ସେଲଫି କ୍ୟାମେରା, ADAS ଲେବଲ ୨, ୧୬-ସ୍ପିକର ସାଉଣ୍ଡ ସିଷ୍ଯମ ଏବଂ ହେଡ୍-ଅପ୍ ଡିସପ୍ଲେର ଫିଚର ମଧ୍ୟ ସାମିଲ ରହିଛି ।