ଆଉ ବୁଲିବାକୁ ପଡିବନି ଦୋକାନ, ଅନଲାଇନରେ ମିଳିବ ମହିନ୍ଦ୍ରାର ସମସ୍ତ ସ୍ପେୟର ପାଟ୍ସ

ନୂଆଦିଲ୍ଲୀ : ଦେଶର ପ୍ରମୁଖ ବାହନ ନିର୍ମାତା କମ୍ପାନୀ ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରା ନିଜ ଗ୍ରାହକଙ୍କ ପାଇଁ ଆଣିଛି ଏକ ବିଶେଷ ସୁବିଧା। ଯଦି ଆପଣଙ୍କ ପାଖରେ ମହିନ୍ଦାର ଗାଡି ରହିଛି ଏବଂ ତାହାର ସ୍ପେୟାର ପାଟ୍ସକୁ ନେଇ ଆପଣ ଚିନ୍ତିତ ଅଛନ୍ତି। ତେବେ ଆପଣଙ୍କ ଚିନ୍ତା ଦୂର କରିବା ପାଇଁ କମ୍ପାନୀ ଆରମ୍ଭ କରିଛି ଅନଲାଇନ୍ ୱେବସାଇଟ। ମହିନ୍ଦ୍ରାର ଏହି ଆଧିକାରୀକ ୱେବସାଇଟରେ ଆପଣ ସମସ୍ତ ପ୍ରକାରର ସ୍ପେୟାର ପାଟ୍ସ କିଣିପାରିବେ।
କମ୍ପାନିର ୱେବସାଇଟର ନାମ ରହିଛି। ଏଥି ଜରିଆରେ କମ୍ପାନି ଗାଡିର ଅରର୍ଜିନାଲ ସ୍ପେୟାର ପାଟ୍ସ ବିକ୍ରି କରୁଛି। ଏଥିରେ ଆପଣଙ୍କୁ ମହିନ୍ଦାର ସମସ୍ତ ପାଟ୍ସ ସଠିକ୍ ମୂଲ୍ୟରେ ମିଳିବ। ଏହା ଦ୍ବାରା ଗ୍ରାହକ ସଠିକ୍ ମୂଲ୍ୟରେ ମହିନ୍ଦାର ଅରିଜିନାଲ ପାଟ୍ସ ପାଇ ପରିବେ। ୱେବସାଇଟରେ କମ୍ପାନି ନିଜର ଏବଂ କର୍ମର୍ଶିଆଲ ଦୁଇପ୍ରକାରର ବାହନର ପାଟ୍ସକୁ ଉପଲବ୍ଧ କରାଇଛି।
ଏହି ଯୋଜନା ଅନ୍ତର୍ଗତ ବର୍ତ୍ତମାନ ଦେଶର ମାତ୍ର ୨୦ଟି ସହରକୁ ସାମିଲ କରାଯାଇଛି। ଏହି ସହର ମାନଙ୍କରେ କମ୍ପାନିର ସ୍ପେୟାର ପାଟ୍ସ ଗୁଡିକର ହୋମ ଡେଲିଭେରୀ କରାଯିବ। ଏହି ୱେବସାଇଟରେ ସ୍ପେୟାର୍ସ ପାଟ୍ସର ଫଟୋ, ଫିଚର ଏବଂ ଅନ୍ୟ ସୂଚନା ଦିଆଯାଇଥିବ।
ମହିନ୍ଦ୍ରାର ଏହି ଯୋଜନା ଦ୍ବାରା ଗ୍ରାହକଙ୍କୁ ଖୁବ ଲାଭ ହେବ ବୋଲି କୁହାଯାଇଛି। ଏହି ୱେବସାଇଟରେ କମ୍ପାନି ୨୪ ଢ ୭ ଚାଟର ସୁବିଧା ଉପଲବ୍ଧ କରାଯାଇଛି। ତେବେ ବର୍ତ୍ତମାନ ପର୍ୟ୍ୟନ୍ତ କମ୍ପାନି ଏଥିରେ କେବଳ ୧୦୦୦ଟି ସ୍ପେୟାର ପାଟ୍ସର ଲିଷ୍ଟକୁ ସାମିଳ କରିଛି।