ମହିନ୍ଦ୍ରା ଆଣିଲା ନୂଆ ଏସୟୁଭି ‘ଥର୍‌’, ଦାମ୍‌ ୯.୮୦ ଲକ୍ଷରୁ ଆରମ୍ଭ

ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ନୂଆ ଏସୟୁଭି ‘ଥର୍’କୁ ଉନ୍ମୋଚନ କରିଛି। ଏହା ଏଏକ୍ସ ଓ ଏଲ୍ଏକ୍ସ ଭଳି ଦୁଇଟି ସିରିଜରେ ଉପଲବ୍ଧ ହୋଇଛି। ଯାହାର ଏଏକ୍ସ ସିରିଜ୍ ମଡେଲରେ ଏକ୍ସ ସୋ’ରୁମ୍ ଦାମ୍ ୯.୮୦ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥିବା ବେଳେ ଏଲ୍ଏକ୍ସ ସିରିଜ୍ ମଡେଲରେ ଦାମ୍ ୧୨.୪୯ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି। ଗ୍ରାହକମାନେ ମହିନ୍ଦ୍ରା ଡିଲରସିପ୍ କିମ୍ବା କମ୍ପାନୀର ୱେବସାଇଟରେ  ଥର୍ ବୁକିଂ କରିପାରିବେ।

ସାରା ଦେଶରେ ପର୍ଯ୍ୟାୟକ୍ରମେ ଏହା ଟେଷ୍ଟ୍ ଡ୍ରାଇଭ୍ ପାଇଁ ଉପଲବ୍ଧ ହେବ। ନଭେମ୍ବର ୧ରୁ ଡେଲିଭରୀ ଆରମ୍ଭ କରାଯିବ। ନୂଆ ଥର୍ରେ ରହିଛି ବିଏସ୍-୬ ମାନର ଇଞ୍ଜିନ, ୬ ସ୍ପିଡ୍ ମାନୁଆଲ୍ କିମ୍ବା ଅଟୋମେଟିକ୍ ଟ୍ରାନ୍ସମିସନ, ୪ଟି ସିଟ୍, ୧୭.୬୭ ସେମିର ଟଚ୍ ସ୍କ୍ରିନ୍, କ୍ରୁଜ୍ କଣ୍ଟ୍ରୋଲ୍, ରୁଫ୍ ମାଉଣ୍ଟେଡ୍ ସ୍ପିକର୍, ଡୁଆଲ୍ ଏୟାରବ୍ୟାଗ୍, ଏବିଏସ୍ ସହ ଇବିଡି ଓ ହିଲ୍ ହୋଲ୍ଡ ଭଳି ସୁବିଧା। ଏହାର ଉପରି ଭାଗକୁ ବଦଳାଇ ହେବ। ଉଭୟ ହାର୍ଡ ଟପ୍ ଓ ସଫ୍ଟ ଟପ୍ ବିକଳ୍ପରେ ଏହା ଆସିଛି।

suv

ଏହା ଉଭୟ ପେଟ୍ରୋଲ ଏବଂ ଡିଜେଲ ଚାଳିତ ଗାଡି ରହିଛି। ପେଟ୍ରୋଲ ଚାଳିତ ଥରର ଦାମ୍‌ ୯.୮ ଲକ୍ଷ, ୧୦.୬୫ ଲକ୍ଷ, ୧୧.୯ ଲକ୍ଷ, ସେହିପରି ଡିଜେଲ ଭର୍ସନ ୧୦.୮୫ ଲକ୍ଷ, ୧୨.୧୦, ୧୨.୨ ଲକ୍ଷ ଟଙ୍କା ରହିଛି।