ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ମହିନ୍ଦ୍ରା କମ୍ପାନୀ ଲଞ୍ଚ କଲା ନୂଆ ଲୋଗୋ
ସମୟ ସହିତ ଗାଡ଼ି ନିର୍ମାତା କମ୍ପାନୀ ନିଜ ମଡେଲରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ କରୁଛନ୍ତି । ଏହାଦ୍ୱାରା ଗ୍ରାହକ ଅଧିକ ଆକର୍ଷିତ ହେବେ ବୋଲି ବିଶ୍ୱାସ ରହିଛି । ତେବେ ଏହାକୁ ଦୃଷ୍ଟିରେ ରଖି ବାହନ ନିର୍ମାତା କମ୍ପାନୀ ମହିନ୍ଦ୍ରା ନିଜର ଲୋଗୋ ଡିଜାଇନରେ ପରିବର୍ତ୍ତନ ଆଣିଛି ।
ନିକଟରେ ମହିନ୍ଦ୍ରା କମ୍ପାନୀ ବିଶ୍ୱ ବଜାରରେ ନିଜର ନୂଆ ଲୋଗୋକୁ ଲଞ୍ଚ କରିଛି । ଯାହାକୁ ଏବେ ସବୁ ମଡେଲରେ ବ୍ୟବହାର କରାଯିବ । ଏହାକୁ ନେଇ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀ ନିଜର ନୂଆ ମଡେଲରେ ଏହି ଲୋଗୋକୁ ଦର୍ଶାଇଛି । Mahindra XUV700 ଏବେ ଲଞ୍ଚ ହୋଇଛି । ରିପୋର୍ଟ ମୁତାବକ କମ୍ପାନୀ ପୂର୍ବ ବର୍ଷରୁ ଏହା ଉପରେ କାମ କରୁଥିଲା । ତେବେ ଏହାର ଲୁକ୍ କିଛି ଏଭଳି ରହିଛି ।
କିନ୍ତୁ ଏହାକୁ ନେଇ କମ୍ପାନୀ ତରଫରୁ ଆଉ ଏକ କଥା ସାମ୍ନାକୁ ଆସିଛି । ଏହା ଶେଷ ଡିଜାଇନ ନୁହେଁ ବୋଲି ଜଣାପଡିଛି । ଏବେ ଯେଉଁ ନୂଆ ଲୋଗୋ ପ୍ରଦର୍ଶନ କରାଯାଉଛି ତାହା ୨୦୦୦ ମସିହାରେ ତତକାଳିନ ପ୍ରବନ୍ଧ ନିର୍ଦ୍ଦେଶକ ଆନନ୍ଦ ମହିନ୍ଦ୍ରା ଦ୍ୱାରା କମ୍ପାନୀର ପୁନର୍ଗଠନ ସମୟରେ କରାଯାଇଥିଲା ।