ଖୁବଶୀଘ୍ର ମାର୍କେଟକୁ ଆସିବ ମହିନ୍ଦ୍ରାର ଏହି ନୂଆ ଇଳେକ୍ଟ୍ରିକ୍‌ କାର, ମିଳିବ ବଢ଼ିଆ ଫିଚର

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଭାରତୀୟ ବଜାରରେ ଏକ ନୂଆ ଇଲେକ୍ଟ୍ରିକ୍‌ କାର ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହି ନୂଆ ଇଲେକ୍ଟ୍ରିକ୍ କାର୍ ମହିନ୍ଦ୍ରା XUV700 ର ଏକ ଇଲେକ୍ଟ୍ରୋଫାଏଡ୍‌ ମଡେଲ୍ ହୋଇପାରେ । କମ୍ପାନୀ ଏହାର ନୂଆ ଇଭିକୁ XUV.e8 ଭାବେ ମାର୍କେଟକୁ ଆଣିବ ବୋଲି କୁହାଯାଉଛି । ମହିନ୍ଦ୍ରାର ଏହି ନୂଆ ଇଭି ଚଳିତ ବର୍ଷ ଶେଷ ସୁଦ୍ଧା ଭାରତୀୟ ବଜାରରେ ଏଣ୍ଟ୍ରି କରିବ ।

ମହିନ୍ଦ୍ରା ଏହାର ନୂଆ ଇଭି XUV.e8 ର ଡିଜାଇନ୍ ପାଇଁ ଏକ ପେଟେଣ୍ଟ ମଧ୍ୟ ଫାଇଲ୍‌ କରିଛି । ମହିନ୍ଦ୍ରା ଏକ୍ସଟେରିୟର ଡିଜାଇନ୍ ପାଇଁ ଏକ ପେଟେଣ୍ଟ ଫାଇଲ୍‌ କରିଛି । କାରର ଇଣ୍ଟେରିୟର ଏଲିମେଣ୍ଟସ୍‌ ପାଇଁ କମ୍ପାନୀ ଏକ ପେଟେଣ୍ଟ ମଧ୍ୟ ଫାଇଲ୍‌ କରିଛି ।

ମହିନ୍ଦ୍ରା ଏହାର ନୂଆ ଇଲେକ୍ଟ୍ରିକ୍‌ କାରକୁ ଏକ ଦମଦାର ଲୁକ୍ ସହିତ ଆଣିବ । ଏହି କାରର ଫ୍ରଣ୍ଟରେ ଇନଭର୍ଟେଡ୍‌ L- ଆକୃତିର ଏଲଇଡି ପ୍ରୋଜେକ୍ଟର ହେଡଲ୍ୟାମ୍ପର ଏକ ନୂଆ ସେଟ୍ ବ୍ୟବହାର କରାଯାଇପାରିବ । ଏହି କାରରେ ଏଲଇଡି ଲାଇଟବାର୍ ମଧ୍ୟ ଇନଷ୍ଟଲ୍‌ ହୋଇପାରେ । ଏହି ନୂଆ ଇଭିରେ ଏକ ନୂଆ ବମ୍ପର ମଧ୍ୟ ମିଳିପାରିବ ।

ଏୟାର ଫ୍ଲୋକୁ ବଢ଼ାଇବା ପାଇଁ ମହିନ୍ଦ୍ରା କାରରେ ଏରୋ ହ୍ଵିଲ୍‌ କ୍ୟାପ୍ ବ୍ୟବହାର କରାଯିବ । ଏହାର ରିୟର ବମ୍ପରକୁ ମଧ୍ୟ ଏକ ଭିନ୍ନ ଲୁକ୍ ଦିଆଯାଉଛି । ମହିନ୍ଦ୍ରା ଏହାର ପ୍ରଥମ ଇଲେକ୍ଟ୍ରିକ୍‌ କାର XUV400 ପରି XUV.e8 ରେ କପର୍‌ ଏଲିମେଣ୍ଟସ୍‌ କୁ ସାମିଲ କରିଛି ।

ମହିନ୍ଦ୍ରା ନୂଆ ଇଭିର ନୂଆ ଡ୍ୟାସବୋର୍ଡ ଲେଆଉଟ୍ ପାଇଁ ଏକ ପେଟେଣ୍ଟ ମଧ୍ୟ ଫାଇଲ୍‌ କରିଛି । ଏହି କାରରେ ତିନୋଟି ସ୍କ୍ରିନ୍ ଲେଆଉଟ୍ ମିଶିବ । ଗୋଟିଏ ସ୍କ୍ରିନ୍‌ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ଦ୍ୱିତୀୟ ସ୍କ୍ରିନ୍‌ ଇନଫୋଟେନମେଣ୍ଟ ସିଷ୍ଟମ ଏବଂ ତୃତୀୟ ସ୍କ୍ରିନ ଯାତ୍ରୀଙ୍କ ପାଇଁ ରହିଛି ଯେଉଁଥିରେ ସେ ନିଜ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିପାରିବେ ।

Leave A Reply

Your email address will not be published.