ଲଞ୍ଚ୍ ହେଲା ଦମଦାର ଲୁକ୍ ଥିବା ଷ୍ଟାଇଲିସ୍ ସ୍କୁଟର, ଯେଉଁଥିରେ ଜିପିଏସ୍ ନେଭିଗେସନ୍ ସହ ରହିଛି ସ୍ମାର୍ଟଫୋନ୍ କନେକ୍ଟିଭିଟୀ

ଟୁ-ହ୍ଵିଲର ନିର୍ମାତା କମ୍ପାନୀ Peugeot ୟୁରୋପୀୟ ବଜାରରେ ନିଜର Pulsion 125 ସ୍କୁଟର କମ୍ପଲାଏଣ୍ଟ ଭର୍ଜନକୁ ଲଞ୍ଚ୍ କରିଛି । ଏହା ଏକ ମ୍ୟାକ୍ସୀ ଷ୍ଟାଇଲ ସ୍କୁଟର, ଯାହା ଅନେକ ଆଡଭାନ୍ସ କନେକ୍ଟିଭିଟୀ ଫିଚର୍ସ ସହ ଲେସ । ଏହି ଦମଦାର ଆଉ ଷ୍ଟାଇଲିସ୍ ସ୍କୁଟରରେ ରହିଛି ୧୨୫ସିସି, ଯାହା ଅଣ୍ଡରସିଟ୍ ଷ୍ଟୋରେଜ୍, କିଲେସ୍ (Keyless) ଇଗ୍ନିସନ୍, ଏସୟୁଭି ଚାର୍ଜର, ଏମରଜେନ୍ସୀ ବ୍ରେକିଙ୍ଗ ଲାଇଟ୍ ଏବଂ ଟିଏଫଟି ଇନସେଟ ସହ ଲେସ ସେମି-ଡିଜିଟାଲ ଇଷ୍ଟମେଣ୍ଟ କନସୋଲ ସହିତ ଆସିଥାଏ । ଏହାର ଡିସପ୍ଲେ ସିଷ୍ଟମକୁ ସ୍ମାର୍ଟଫୋନ ସହିତ ପେୟାର କରାଯାଇପାରେ ଏବଂ ଏଥିରେ ନେଭିଗେସନ ମଧ୍ୟ ମିଳିପାରେ । ଏଥିରେ ଏକ GT ଭ୍ୟାରିୟଣ୍ଟ ରହିଛି ଯାହା ଭଲ ଫିଚର୍ସ ସହ ଲେସ୍ ରହିଛି ।
ଫିଚର୍ସ
ଏକ ରିପୋର୍ଟ ମୁତାବକ ୟୁରୋପରେ Peugeot Pulsion 125 ସ୍କୁଟରର ଦାମ ଭାରତୀୟ ମୁଦ୍ରାରେ ରହିଛି ୩ ଲକ୍ଷ ୭୦ ହଜାର ଟଙ୍କା । ଆଉ ଏହାର ସବୁଠାରୁ ମହଙ୍ଗା ଭ୍ୟାରିୟଣ୍ଟ ୪,୮୯୯ ୟୁରୋ (ଭାରତୀୟ ମୁଦ୍ରାରେ ୪ ଲକ୍ଷ ଟଙ୍କା)ରେ ଲଞ୍ଚ୍ କରାଯାଇଛି । ତେବେ କହିରଖିବାକୁ ଚାହିଁବୁ ଯେ ଏହି ସ୍କୁଟର ଭାରତକୁ ଆସିବା ସମ୍ଭାବନା ବର୍ତ୍ତମାନ ପାଇଁ ବହୁତ କମ୍ ରହିଛି । ଯଦିଓ ସ୍କୁଟରକୁ କିଛି ବର୍ଷ ପୂର୍ବରୁ ଭାରତରେ ରୋଡ ଟେଷ୍ଟିଙ୍ଗ ସମୟରେ ଦେଖାଯାଇସାରିଛି । ନୂଆ Peugeot Pulsion 125 ର ଖାସିୟତ୍ ବିଷୟରେ କହିବା ତ ଏହି ମ୍ୟାକ୍ସୀ ଷ୍ଟାଇଲ ସ୍କୁଟରରେ ନୂଆ ଡୁଆଲ ଏଲଇଡି ହେଡଲାଇଟ ୟୁନିଟ୍ ରହିଛି, ଯାହା LED DRLs ସହିତ ମିଳିଥାଏ । ଏଥିରେ ୧୨୫ସିସି ଲିକ୍ୱିଡ୍-କୁଲ୍ଡ ସିଙ୍ଗଲ-ସିଲିଣ୍ଡର ଇଞ୍ଜିନ୍ ମିଳିଥାଏ। ଯାହା 14.6PSର ମ୍ୟାକ୍ସିମମ୍ ପାଓ୍ଵାର ଏବଂ ୧୨.୪ଏନଏମର ପିକ୍ ଟର୍କ ଜେନେରେଟ୍ କରିଥାଏ । ଏହା କମ୍ପାନୀର ଟ୍ୟୁବୁଲର ଷ୍ଟୀଲ ଚେସିସ ଉପରେ ବନାଯାଇଛି । ଏଥିରେ 37mm ଟେଲିସ୍କୋପିକ ଫୋର୍କ ମିଳିଥାଏ । ଟାୟର୍ସରେ260mm/210mm ଡିସ୍କ ସେଟଅପ୍ ମିଳିଥାଏ ଏବଂ ସେଫ୍ଟି ପାଇଁ ସ୍କୁଟର ଡୁଆଲ-ଚ୍ୟାନେଲ ABS ସହ ଲେସ୍ ରହିଛି ।
Peugeot Pulsion 125 ରେ ପର୍ଯ୍ୟାପ୍ତ ମାତ୍ରାରେ ଅଣ୍ଡରସିଟ୍ ଷ୍ଟୋରେଜ୍ ରହିଛି ଏବଂ ଏକ ବଡ ୧୧.୧ ଲିଟର ଫୁଏଲ ଟ୍ୟାଙ୍କ ରହିଛି । ଫିଚର୍ସରେ ଏକଦମ୍ ଜବରଦସ୍ତ ରହିବା ସହିତ ଏହି ମ୍ୟାକ୍ସୀ ସ୍କୁଟର ବିଲକୁଲ୍ ଆପଣଙ୍କୁ ନିରାଶ କରିବନାହିଁ। ଏହା କିଲେସ୍ ଇଗ୍ନିଶନ ଚାର୍ଜର, ଏମରଜେନ୍ସୀ ବ୍ରେକିଙ୍ଗ ଲାଇଟ ଏବଂ ଟିଏଫଟି ଇନସେଟ୍ ସହ ଲେସ ସେମି-ଡିଜିଟାଲ ଇନଷ୍ଟମେଣ୍ଟ କନ୍ସୋଲ ସହ ଆସିଥା । Peugeot Pulsion 125 ରେ ସ୍ମାର୍ଟଫୋନ୍ କନେକ୍ଟିଭିଟୀ ମଧ୍ୟ ମିଳିଥାଏ, ଯାହାର ଅର୍ଥ ହେଉଛି ରାଇଡର ନିଜ ଫୋନକୁ ଏହାର ସିଷ୍ଟମ ସହ ପେୟାର କରି ନିଜ ଫୋନର ଜରୁରୀ ନୋଟିଫିକେସନକୁ ଡିସପ୍ଲେରେ ଦେଖାଇବ । ଯେମିତିକି ନେଭିଗେସନ, କଲ୍, ମେସେଜ୍, ମ୍ୟୁଜିକ କଣ୍ଟ୍ରୋଲ ଆଦି। ଏହାର GT ଭ୍ୟାରିୟଣ୍ଟରେ ଭଲ ଗ୍ରେପ ପାଇଁ ଓ୍ଵିଣ୍ଡସିଲ୍ଡ ଏବଂ ଆଲୁମିନିୟମ୍ ଫୁଟବୋର୍ଡ ମଧ୍ୟ ମିଳିଥାଏ।