ଏଣିକି ନକିଣି ମଧ୍ୟ ଘରକୁ ନେଇ ପାରିବେ କାର୍, ମହିନ୍ଦ୍ରାର ଧମାକାଦାର ଅଫର୍

ଘରକୁ କାର୍ ନେବାକୁ ଚାହୁଁଛନ୍ତି ? ହେଲେ ବଜେଟ୍ ହେଉନାହିଁ ? ତେବେ ଚିନ୍ତା କରନ୍ତୁ ନାହିଁ । ଏଣିକି ନକିଣି ବି ଘରକୁ ନେଇପାରିବେ କାର୍ । ଏଭଳି ଏକ ଦମଦାର ଅଫର୍ ଆଣିଛି ମହିନ୍ଦ୍ରା । ବିଦେଶରେ ଭଡାରେ କାର ନେବା ସୁବିଧା ଥିଲା । ଏବେ ଏହି ସୁବିଧା ଭାରତରେ ଆରମ୍ଭ କରିଛି ମହିନ୍ଦ୍ରା । କମ୍ପାନୀ Mahindra Marazzo, Scorpio ଏବଂ XUV 500 ଲିଜରେ ଦେବା ପାଇଁ ଆରମ୍ଭ କରିଛି ଅଫର୍ । ଯାହାକୁ ୧୨ ରୁ ୪୮ ମାସ ଯାଏଁ ଦିଆଯାଉଛି । ଏହି ଅଫର୍ ମାଧ୍ୟମରେ କମ୍ପାନୀ ଉଭୟ ନୂଆ ଏବଂ ପୁରୁଣା ଗାଡି ଲିଜରେ ଦେଉଛି । ତେବେ ଏହା ଗ୍ରାହକଙ୍କ ଉପରେ ନିର୍ଭର କରେ ସେମାନେ କେଉଁ କାର୍ ଲିଜରେ ନେବାକୁ ଚାହୁଁଛନ୍ତି ।

ଯଦି ଆପଣ ମହିନ୍ଦ୍ରାର ନିକଟରେ ଲଂଚ ହୋଇଥିବା କାର୍ ମରାଜୋକୁ ଲିଜରେ ନେବାକୁ ଚାହୁଁଛନ୍ତି ତେବେ ସର୍ବ ପ୍ରଥମେ ଇନ୍ସୁରାନ୍ସ ବାବଦରେ ୬୨,୪୧୫ ଟଙ୍କା ଦେବାକୁ ପଡିବ । ଏହା ପରେ ଯଦି ୧୨ ମାସ ପାଇଁ ନେବାକୁ ଚାହୁଁଛନ୍ତି ତେବେ ମାସିକ ଚାର୍ଜ ୩୨୮୯୦ ଟଙ୍କା ଦେବାକୁ ପଡିବ । ସେହିପରି ଯଦି କାର୍ କୁ ୧୨ ରୁ ୪୮ ମାସ ଲିଜ୍ ନେବାକୁ ଚାହୁଁଛନ୍ତି ତେବେ ପ୍ରତିମାସରେ ୨୭,୨୯୦ ଟଙ୍କା ଜମା କରିବାକୁ ପଡିବ ।

ତେବେ ଏହି ସୌଦା ଆପଣଙ୍କ କ୍ଷତିର ସୌଦା ସାବ୍ୟସ୍ତ ହୋଇପାରେ । କାରଣ କାରର ମୂଲ୍ୟ ଯେଉଁଠି ୧୮. ୫୦ ଲକ୍ଷ ସେଠି ୪୮ ମାସ ଲିଜରେ ନେଇ କମ୍ପାନୀ କୁ ଦେଉଛନ୍ତି ୧୮.୯୮ ଲକ୍ଷ ।

ସେହିପରି ମହିନ୍ଦ୍ରାର ସବୁଠାରୁ ପ୍ରସିଦ୍ଧ କାର ସ୍କର୍ପିଓର S3 2WD କୁ ଯଦି ୧୨ ମାସ ପାଇଁ ଲିଜରେ ନେବାକୁ ଚାହୁଁଥିଲେ ପ୍ରଥମେ ୫୭ ହଜାର ଟଙ୍କା ଦେବାକୁ ପଡିବ । ଏହା ପରେ ମାସିକ ଚାର୍ଜ ୩୦,୨୯୦ ଟଙ୍କା ଦେବେ । ୪୮ ମାସ ପାଇଁ ଲିଜରେ ନେବାକୁ ହେଲେ ପ୍ରତିମାସରେ ୨୫୦୯୦ ଟଙ୍କା ଦେବାକୁ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.