୧୯ ନଭେମ୍ବରରେ ଲଞ୍ଚ ହେବାକୁ ଯାଉଛି ମହିନ୍ଦ୍ରା SUV Y400, ଜାଣନ୍ତୁ କେତେ ରହିଛି ଦାମ୍

ଭାରତର ମହିନ୍ଦ୍ରା ଗାଡ଼ିର ଚାହିଦା ବେଶ ଅଧିକ । ପ୍ରାୟତଃ ଲୋକେ ଏହାର ଗାଡିକୁ ପସନ୍ଦ କରିଥାନ୍ତି କାରଣ ଏହି କମ୍ପାନୀ ସବୁବେଳେ ଲୋକଙ୍କ ଚାହିଦାକୁ ନଜରରେ ବଜାରରେ ରଖି ଭଲ ଭଲ ମଡେଲ୍‌ ଆଣିଥାଏ । ସେହିପରି ଏହି ମଡେଲ ଗୁଡ଼ିକରେ ଭଲ ଭଲ ଫିଚର୍ସ ଦିଆଯାଇଥାଏ । ମହିନ୍ଦ୍ରା ଏମିତି ଏକ କମ୍ପାନୀ ଯାହା ନିଜ ୟୁଜରଙ୍କ ପାଇଁ ସବୁବେଳେ ଖୁବ୍‌ କମ ଦାମରେ ଭଲ ମଡ଼େଲର ଗାଡି ଆଣିଥାଏ, ଯେଉଁଥିପାଇଁ କାର ଲଭରମାନେ ମହିନ୍ଦ୍ରା କାର କିଣିବାକୁ ଅଧିକ ପସନ୍ଦ କରନ୍ତି ।

ତେବେ ନିକଟରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ ଏହାର ଲଗଜୁରୀ ସ୍ପୋଟ୍ସ ୟୁଟିଲିଟି ଭେଇକିଲ୍‌ (SUV) Y400 କୁ XUV 700 ନାମକ ଏକ ଗାଡି ମାକେର୍ଟରେ ଆସନ୍ତା ମାସରେ ଲଞ୍ଚ କରିବ ବୋଲି ଘୋଷଣା କରିଛି । କମ୍ପାନୀ କହିଛି ଯେ ମହାରାଷ୍ଟ୍ରର ଚାକନରେ ଥିବା ପ୍ଲାଣ୍ଟରେ ତିଆରି ଏହି SUV ୧୯ ନଭେମ୍ବର ୨୦୧୮ରେ ମାର୍କେଟରେ ଲଞ୍ଚ ହେବ । ଏହି ନୂଆ SUV Ssangyong G4 Rexton ଉପରେ ଆଧାରିତ ଏବଂ ଏହା ଏକ ୭-ସିଟର୍ ଗାଡି ହେବ ।

କମ୍ପାନୀର ଅଧ୍ୟକ୍ଷ (Automotive Division) ରାଜନ ଓ୍ୱାଡେରା କହିଛନ୍ତି ଯେ ଏହି ଗାଡି ଏହାର SUV ପୋର୍ଟଫୋଲିଓକୁ ଷ୍ଟ୍ରଙ୍ଗ କରିବ । ତେବେ ଆସନ୍ତୁ ଏହାର ଫିଚର୍ସ ଏବଂ ଦାମ୍ ବିଷୟରେ ଜାଣିବା । ଏହି ନୂଆ SUV ରେ ୨.୨ ଲିଟର ଡିଜେଲ ଇଞ୍ଜିନ୍‌ ରହିବ, ଯାହା ୧୮୭HP ସହିତ ୪୫୦Nm ଟର୍କ ଜେନେରେଟ୍‌ କରିବ । ଏହା ସହ କମ୍ପାନୀ କହିଛି ଯେ, ଚାକନାରେ ଥିବା ଅତ୍ୟାଧୁନିକ ପ୍ଲାଣ୍ଟରେ Y400 ତିଆରି ହେବ ।

ମାକେର୍ଟ ଏକ୍ସପର୍ଟମାନେ କହିଛନ୍ତି ଯେ ମହିନ୍ଦ୍ରାର ଏହି ନୂଆ ପ୍ରିମିୟମ Toyota Fortuner, Ford Endeavor ଏବଂ Isuzu MU-X କୁ କଡ଼ା ଟକ୍କର ଦେବ । ଏହି ଗାଡିର ପ୍ରାଇସ୍‌ ବିଷୟରେ କମ୍ପାନୀ କୌଣସି ଡିଟେଲ୍ସ ଦେଇନାହିଁ । କିନ୍ତୁ ଏହାର ଆରମ୍ଭ ମୂଲ୍ୟ ୨୦ ଲକ୍ଷରୁ କମ୍‌ ହେବ ବୋଲି ଏକ୍ସପର୍ଟମାନେ ବିଶ୍ୱାସ ରଖିଛନ୍ତି । ନିକଟରେ ମହିନ୍ଦ୍ରା ମଧ୍ୟ ୯.୯୯ ଲକ୍ଷ ଟଙ୍କାରେ Marazzo କୁ ଲଞ୍ଚ କରିଛି ।

ତେବେ ଯଦି ଆପଣ ନିଜ ଫ୍ୟାମିଲି ପାଇଁ ଏକ ୭-ସିଟର୍ ଗାଡି କିଣିବାକୁ ପ୍ଲାନ କରୁଛନ୍ତି ତେବେ ଆଉ କିଛି ଦିନ ଅପେକ୍ଷା କରନ୍ତୁ । କାରଣ ମହିନ୍ଦ୍ରାର ଏହି ଗାଡ଼ି ଆପଣଙ୍କ ପାଇଁ ଏକ ବେଷ୍ଟ ଅପ୍ସନ ହେବାକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like