Mahindra Thar Roxx 4×4 ଭର୍ଜନକୁ ୧୮.୭୯ ଲକ୍ଷ ଟଙ୍କାରେ (ଏକ୍ସ ଶୋ’ରୁମ) ପ୍ରାରମ୍ଭିକ ମୂଲ୍ୟ ଭାବେ ଲଞ୍ଚ କରିଛି । Mahindra Thar Roxx 4×4 ଭର୍ଜନ ଏମିତି ଏକ ଗାଡି, ଯେଉଁଥିରେ ବହୁତ ଫିଚର୍ସ ରହିଛି । ଏହା ପାହାଡିଆ ରାସ୍ତାରେ ଆପଣଙ୍କ ଯାତ୍ରାରେ ବେଶ ସହାୟତା କରିବ ।
ଭାରତରେ Thar Roxx 4×4 ମୂଲ୍ୟ Mahindra Thar Roxx 4×4 ବେସ୍ ମଡେଲ ପାଇଁ ୧୮. ୭୯ ଲକ୍ଷ ମୂଲ୍ୟ ହୋଇଥିବାବେଳେ ଅଟୋମେଟିକ୍ ବେରିଏଣ୍ଟ୍ ୨୦.୯୯ ଲକ୍ଷ ଏକ୍ସ-ଶୋ’ରୁମରୁ ଆରମ୍ଭ ହୋଇଛି ।
ବିଶେଷ ଭାବରେ, Thar Roxx 4×4 ରେ ଡିଜେଲ ଇଞ୍ଜିନ ସହିତ ଓ ଦୁଇଟି ପାୱାର କନ୍ଫିଗିରେସନ୍ ମଧ୍ୟ ପ୍ରଦାନ କରିଛି । ଏହି ସମୟରେ Thar Roxx ପେଟ୍ରୋଲ ସଂସ୍କରଣ କେବଳ ୨ ହ୍ୱିଲ୍-ଡ୍ରାଇଭ୍ ଡ୍ରାଇଭେନ ସହିତ ଉପଲବ୍ଧ ।
Thar Roxx 4×4 ଫିଚର୍ସ :
Thar Roxx 4×4 ବହୁ ଫିଚର୍ସରେ ଭରପୂର ଏକ ଗାଡି । ଯେଉଁଥିରେ 4XPLOR ସିଷ୍ଟମ ଭଳି କାର୍ଯ୍ୟ ଅଛି । ଯାହା ଭଲ ଟ୍ରାକ୍ସନ୍ ପାଇଁ ଏକ ଇଲୋକେ୍ଟ୍ରାନିକ୍ ଲକିଂ ଡିଫେ୍ରନସିଆଲ୍ ଏବଂ ଏକ ସ୍ମାର୍ଟ କ୍ରଲ ଫିଚର୍ସ ଅନ୍ତଭୁର୍କ୍ତ ହୋଇଛି । ଯାହା ଗାଡିକୁ ପେଡାଲ୍ ଇନପୁଟ ବିନା ଖାଲରେ ୩୦ କିଲୋମିଟର/ଘଣ୍ଟା ପର୍ଯ୍ୟନ୍ତ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।
ଏଥିରେ ଏକ ‘ଇଣ୍ଟେଲିଟରନ’ ସୁବିଧା ରହିଛି । ଯାହା ହ୍ୱିଲକୁ ଲକ୍ କରି ଟଣ୍ର୍ଣିଙ୍ଗ ରେଡିଅସକୁ କମ୍ କରିବାରେ ସହାୟତା କରିଥାଏ ।
Thar Roxx ଦୁଇଟି ଡ୍ରାଇଭ ମୁଡ଼ ଅଫର କରେ : ଜିପ୍ ଏବଂ ଜୁମ୍, ଏହା ମଧ୍ୟ ବିଭିନ୍ନ ସ୍ଥିତି ଯଥା ବରଫ, ବାଲି ଏବଂ କାଦୁଅ ପାଇଁ ୩ଟି ଟେରିଆନ ମୋଡ଼ରେ ଆସୁଛି ।
Mahindra Thar Roxx 4×4 ଇଞ୍ଜିନ୍ :
Thar Roxx 4×4 କେବଳ ୨.୨ ଲିଟର ଇଞ୍ଜିନ୍ ସହିତ ଉପଲବ୍ଧ । ଏଥିରେ ମଧ୍ୟ ଦୁଇଟି ପାୱାର ଆଉଟପୁଟ୍ ବ୍ୟବସ୍ଥା ଦିଆଯାଇଛି । ମାନୁଆଲ ଭାରିଆଣ୍ଟ ୧୫୦bhp ଏବଂ ୩୩୦Nm ଟର୍କ ଉତ୍ପାଦନ କରୁଥିବାବେଳେ ଅଟୋମେଟିକ୍ ବର୍ଜନ ୧୭୨bhp ଏବଂ ୩୭୦Nm ଟର୍କ ଉତ୍ପାଦନ କରେ ।