ଏବେ ସମସ୍ତେ କିଣି ପାରିବେ Mahindra Thar Roxx, ଘୋଷଣା ହେଲା ବୁକିଂ ଡେଟ

Mahindra Thar Roxxର ବୁକିଂ ଡେଟ ଘୋଷଣା କରାଯାଇଛି । ଆସନ୍ତା ସପ୍ତାହରୁ ମହିନ୍ଦ୍ରା ଏହାର ଲୋକପ୍ରିୟ ଏସୟୁଭି ପାଇଁ ବୁକିଂ ନେବା ଆରମ୍ଭ କରିବ। ସୋସିଆଲ ମିଡିଆ ପୋଷ୍ଟ ଦ୍ୱାରା କମ୍ପାନୀ ଏହି ସୂଚନା ଦେଇଛି । ମହିନ୍ଦ୍ରା ଥାର X ଆକାଉଣ୍ଟରୁ ଏକ ପୋଷ୍ଟ ସେୟାର କରିଥିଲା । ଏହି ପୋଷ୍ଟରେ କୁହାଯାଇଛି ଯେ Mahindra Thar Roxxର ବୁକିଂ ଅକ୍ଟୋବର ୩ରୁ ଆରମ୍ଭ ହେବାକୁ ଯାଉଛି । ଏହି ଦିନ ସକାଳ ୧୧ ଟାରୁ ଲୋକମାନେ SUV ବୁକ୍ କରିପାରିବେ ।

କାରର ଭିଆଇପି ନମ୍ବର ପ୍ଲେଟ ପାଇଁ ଲୋକଙ୍କ ଏକ ଧାଡ଼ି ଲାଗିଥିଲା । ଏହି କାରର 001 VIN କୋଡ୍ ନିଲାମ ପାଇଁ  ୧ କୋଟି ଟଙ୍କା ଦାମ ଅତିକ୍ରମ କରିଥିଲା । କମ୍ପାନୀ ଏହି କାରକୁ ୧୫ ଅଗଷ୍ଟରେ ଲଞ୍ଚ କରିଥିଲା । କମ୍ପାନୀ ସେପ୍ଟେମ୍ବରରେ ଏହାର ଭାରିଆଣ୍ଟର ମୂଲ୍ୟ ପ୍ରକାଶ କରିଛି ।

Mahindra Thar Roxx ବଜାରରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ପାୱାରଟ୍ରେନରେ ଉପଲବ୍ଧ । ଏହି କାରରେ ୨-ଲିଟର mStallion Turbo ପେଟ୍ରୋଲ (TGDi) ଇଞ୍ଜିନ ଅଛି । ଏହି ଇଞ୍ଜିନ୍ ୧୧୯ କିଲୋୱାଟର ପାୱାର ଏବଂ ଟର୍କ ୩୩୦ Nm ମାନୁଆଲ୍ ଟ୍ରାନ୍ସମିସନରେ ଉପଲବ୍ଧ । ଅନ୍ୟପଟେ ଅଟୋମେଟିକ ଟ୍ରାନ୍ସମିସନରେ, ଏହି କାର ୧୩୦ କିଲୋୱାଟ ପାୱାର ପାଏ ଏବଂ ୩୮୦ Nm ଟର୍କ ଜେନେରେଟ କରେ ।

Mahindra Thar Roxxରେ ଡିଜେଲ ଇଞ୍ଜିନ୍ ଅପ୍ସନ ମଧ୍ୟ ଉପଲବ୍ଧ । ଏହି ମହିନ୍ଦ୍ରା ଗାଡିରେ ୨.୨ ଲିଟର mHawk ଡିଜେଲ ଇଞ୍ଜିନ ଅଛି । ଏହି କାରଟି ଉଭୟ RWD ଏବଂ 4*4 ଭାରିଆଣ୍ଟରେ ଉପଲବ୍ଧ । ଏହି କାରରେ ଲାଗିଥିବା ଡିଜେଲ ଇଞ୍ଜିନ୍ ସର୍ବାଧିକ ୧୨୮.୬ କିଲୋୱାଟ ପାୱାର ଯୋଗାଇଥାଏ ଏବଂ ୩୭୦ Nmର ଟର୍କ ଜେନେରେଟ କରିଥାଏ ।

ମହିନ୍ଦ୍ରା ଥାର ରକ୍ସର ଦାମ:
Mahindra Thar Roxx ଏକ ଅଫ୍ ରୋଡର୍ କାର୍ । ଏହି SUV ଥାରର ୩ ଡୋର ମଡେଲଠାରୁ ସମ୍ପୂର୍ଣ୍ଣ ଭିନ୍ନ । Mahindra Thar Roxxର ଏକ୍ସ ସୋ’ରୁମ୍ ଦାମ ୧୨.୯୯ ଲକ୍ଷରୁ ଆରମ୍ଭ ହୋଇଛି ଏବଂ ଏହାର ଟପ୍-ଭାରିଆଣ୍ଟର ଦାମ ୨୨.୪୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି । ଏହାର 4*4 ଭାରିଆଣ୍ଟର ମୂଲ୍ୟ ୧୮.୭୯ ଲକ୍ଷରୁ ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like