Mahindra ଆଣୁଛି ନୂଆ Scorpio , ପୂର୍ବ ଠାରୁ ଅଧିକ ପ୍ରିମିୟମ୍ ସହିତ ରହିଛି ଦମଦାର ଫିଚର୍ସ

ଦେଶର ସବୁଠାରୁ ଲୋକପ୍ରିୟ SUV “Scorpio”ର ନୂଆ ମଡେଲ ଏବେ ଖୁବଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି। କମ୍ପାନୀ ଏହି ନୂଆ ମଡେଲ ଉପରେ ବହୁତ କିଛି କାମ କରୁଛି। ନେକ୍ସଟ୍ ଜେନେରେସନ ମଡେଲ ପୂର୍ବ ମଡେଲ ମୁକାବିଲାରେ ମଡର୍ଣ୍ଣ ପ୍ଲାଟଫର୍ମ ବେସଡ୍ ରହିଛି। ଏହାସହିତ ଏଥିରେ ଅନେକ ଲାଟେଷ୍ଟ ଫିଚର୍ସକୁ ମଧ୍ୟ ସାମିଲ କରାଯାଇଛି।

ଜାଣନ୍ତୁ କେବେ ହେବ ଲଞ୍ଚ

ଅନୁମାନ କରାଯାଉଛି ମହିନ୍ଦ୍ରା ନିଜର ନୂଆ Scorpioକୁ ୨୦୨୦ରେ ମାର୍କେଟକୁ ଆଣିବ। ନୂଆ Scorpioକୁ ଅନେକ ଟେଷ୍ଟିଂ ସମୟରେ ଦେଖିବାକୁ ମିଳିସାରିଛି। ଫଟୋ ଦେଖି ଏହା ଲାଗୁଛି ଯେ ନୂଆ ମଡେଲ ପୂର୍ବ ମଡେଲ ଅପେକ୍ଷା ବହୁତ ମଡର୍ଣ୍ଣ ହେବ ଏବଂ ଏହାର ଇଣ୍ଟେରିୟରରେ ବି ବହୁତ କିଛି ପରିବର୍ତ୍ତନ ହେବ ଯାହା ପ୍ରିମିୟମ ଲୁକ ଦେବ। ଏହାର ଦାମ ବିଷୟରେ କହିବାକୁ ଗଲେ ବର୍ତ୍ତମାନର ମହିନ୍ଦ୍ରା ର ଦାମ ରହିଛି ୧୬,୫୩ ଲକ୍ଷ ଟଙ୍କା। କିନ୍ତୁ ନୂଆ ମଡେଲର ଦାମ ପୂର୍ବ ଠାରୁ ସାମାନ୍ୟ ଅଧିକ ହୋଇପାରେ।

mahindra scorpioଇଞ୍ଜିନ

ବର୍ତ୍ତମାନର ଥିବା Scorpioରେ ଦୁଇଟି ଇଞ୍ଜିନ ଅପସନରେ ଆସିଥାଏ। ଏହି ଏସୟୁବିରେ ୨୫୨୩ସିସିର ସିଲିଣ୍ଡର ବିଶିଷ୍ଟ ଇଞ୍ଜିନ ଦିଆଯାଇଛି ଯାହା ୭୫ ବିଏଚପି ପାଓ୍ଵାର ଏବଂ ୨୦୦ଏନଏମ ର ଟର୍କ ଦେଇଥାଏ। ଏହି ଇଞ୍ଜିନ ୫ ସ୍ପୀଡ୍ ମାନୁଆଲ ଗିୟରବକ୍ସ ଠାରୁ ଲେସ୍ ଅଟେ। ସେହିପରି ଏହାର ଦ୍ୱିତୀୟ ଇଞ୍ଜିନ ୨୧୭୯ସିସି ର ୪ସିଲିଣ୍ଡର ବିଶିଷ୍ଟ ଅଟେ ଯାହା ପାଓ୍ଵାର ଏବଂ ୩୨୦ ଏନଏମ ଟର୍କ ଜେନେରେଟ କରିଥାଏ। ଏହି ଇଞ୍ଜିନ ୬ ସ୍ପୀଡ ମାନୁଆଲ ଗିୟରବକ୍ସରେ ରହିଛି। କୁହାଯାଉଛି ଯେ ନୂଆ ମଡେଲରେ ଇଞ୍ଜିନ ରହିପାରେ।

ଏହାସହ ପଢନ୍ତୁ :  Hyundai Santro ନୂଆ ଆନିଭର୍ସରୀ ଏଡିସନ ହେଲା ଲଞ୍ଚ, ଜାଣନ୍ତୁ କେତେ ରହିଛି ଦାମ ଏବଂ କଣ ରହିଛି ନୂଆ ଫିଚର୍ସ

ଡାଇମେନସନ୍‌

ବର୍ତ୍ତମାନ ଥିବା Scorpioର ଡଇମେନସନ ବିଷୟରେ କହିବାକୁ ଗଲେ ଏହାର ଲମ୍ବା ୪୪୫୬ଏମଏମ, ଚଉଡା ୧୮୨୦ଏମଏମ ଏବଂ ଉଚ୍ଚତା ୧୯୯୫ ଏମଏମ ରହିଛି। ସେହିପରି ଏହାର ହ୍ଵିଇଲବେସ ୨୬୮୦ଏମଏମର ଅଟେ। ଏଥିରେ ୬୦ ଲିଟରର ଫ୍ୟୁଏଲ ଟ୍ୟାଙ୍କ ରହିଛି। ଗାଡିର ଟୋଟାଲ ଓଜନ ୨୬୧୦ କିଲୋଗ୍ରାମ ରହିଛି। ଏବେ କେବଳ ଦେଖିବାକୁ ବାକି ରହିଲା ଯେ ନୂଆ କଣ ନୂଆ ରହିଛି। ଏହାସହିତ ଏହାର ଦାମ ମଧ୍ୟ ଜଣାପଡିବ କିନ୍ତୁ ଏହିସବୁ ପାଇଁ ଆପଣଙ୍କୁ କିଛି ସମୟ ଅପେକ୍ଷା କରିବାକୁ ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.