ମହିନ୍ଦ୍ରା ଆଣୁଛି ଶସ୍ତା Scorpio, ଜାଣନ୍ତୁ କେତେ ରହିବ ଦାମ୍‌

Mahindra & Mahindra ନିଜର ନୂଆ ଜେନେରେସନ୍‌ ସ୍କୋର୍ପିଓ ଉପରେ କାମ କରୁଛି। ଏହି କାର ଭାରତରେ ଚଳିତ ବର୍ଷ ଜୁନ୍‌ ମାସ ପୂର୍ବରୁ ଲଞ୍ଚ୍‌ ହୋଇପାରେ। ସ୍କୋର୍ପିଓ SUV ସେଗମେଣ୍ଟରେ ଏହା କମ୍ପାନୀର ସବୁଠାରୁ ପପୁଲାର କାର୍‌ ମଧ୍ୟରୁ ଗୋଟିଏ ଏବଂ ଭାରତରେ ଏହାର ସବୁଠୁ ବଡ କଷ୍ଟମର ବେସ୍‌ ରହିଛି।

କମ୍ପାନୀ ଆଣୁଛି ଶସ୍ତା ସ୍କୋର୍ପିଓ

ସ୍କୋର୍ପିଓର ନ୍ୟୁ ଜେନେରେସନ୍‌ ମଡେଲ ଆଣିବା ପୂର୍ବରୁ କମ୍ପାନୀ ନୂଆ ଏଣ୍ଟ୍ରି ଲେବଲ S3+ ଭେରିୟଣ୍ଟ ଆଣୁଛି। ଏହି ଭେରିୟଣ୍ଟକୁ କମ୍ପାନୀ ନିଜର େଓ୍ଵବସାଇଟରେ ଜଣାଇଛି, ଯେଉଁଥିରେ ଏହା ବହୁତ ଜଲଦି ଲଞ୍ଚ୍‌ କରିଦିଆଯିବ ବୋଲି ଜଣାଯାଉଛି।

mahindraମହିନ୍ଦ୍ରା ସ୍କୋର୍ପିଓ ବର୍ତ୍ତମାନ ସମୟରେ ୪ଟି ଭେରିୟଣ୍ଟସ S5, S7, S9 ଏବଂ S11 ରେ ରହିଛି। ଯାହାର ଦାମ୍‌ କ୍ରମଶଃ ୧୨.୬୭ ଲକ୍ଷ ଟଙ୍କା, ୧୪.୭୩ ଲକ୍ଷ ଟଙ୍କା, ୧୫.୩୬ ଲକ୍ଷ ଟଙ୍କା ଏବଂ ୧୬.୫୨ ଲକ୍ଷ ଟଙ୍କା।

S3+ ଭେରିୟଣ୍ଟର ଦାମ୍‌ ଉପରେ କମ୍ପାନୀ ସ୍ପଷ୍ଟ ସୂଚନା ଦେଇନାହିଁ। କୁହାଯାଉଛି ଯେ କମ୍ପାନୀ ଏହି ମଡେଲକୁ ୧୨ ଲକ୍ଷ ଟଙ୍କା ଦାମ୍‌ ସହିତ ଲଞ୍ଚ୍‌ କରିପାରେ। ଏହା ଲାଇନଅପର ସବୁଠାରୁ ଶସ୍ତା ମଡେଲ ହେବ।

ମହିନ୍ଦ୍ରା ସ୍କୋର୍ପିଓରେ BS6 କମ୍ପ୍ଲାଏଣ୍ଟ ୨.୨ ଲିଟର mHawk ଡିଜେଲ ଇଞ୍ଜିନ ମିଳିବ। ଯାହା 138bhp ର ପାଓ୍ଵାର ଏବଂ 320 Nm ପିକ୍‌ ଟର୍କ ଜେନେରେଟ୍‌ କରିଥାଏ। ଭେରିୟଣ୍ଟରେ ଏହି ଇଞ୍ଜିନ ସହିତ ମାନୁଆଲ ରହିଛି, କିନ୍ତୁ ଅନ୍ୟ ଭେରିୟଣ୍ଟରେ ୬-ସ୍ପିଡ ମାନୁଆଲ ଗିୟରବକ୍ସ ମିଳିବ। ବିଏସ୬ ମଡେଲରେ ଅଟୋମେଅଟିକ ଗିୟରବକ୍ସ ଅପସନ୍‌ ନାହିଁ, ସେହିପରି ବିଏସ୪ ମଡେଲରେ ୬-ସ୍ପିଡ୍‌ ଅଟୋମେଟିକ ଗିୟରବକ୍ସ ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.