ନୂଆ ବର୍ଷରେ ନୂଆ ଅବତାରରେ ଲଞ୍ଚ୍ ହେବ ମହିନ୍ଦ୍ରା TUV300 ଫେସଲିଫ୍ଟ, ଜାଣନ୍ତୁ କ’ଣ ରହିଛି ଫିଚର୍ସ ଏବଂ ଖାସିୟତ୍

ସ୍ୱଦେଶୀ ଅଟୋମୋବାଇଲ୍ କମ୍ପାନୀ Mahindra & Mahindra ନୂଆ ଅବତାରରେ ଲଞ୍ଚ କରିବ ନିଜର ଏହି ପପୁଲାର ମଡେଲ ଗାଡ଼ି । କମ୍ପାନୀ ନିଜର ବହୁ ଲୋକପ୍ରିୟ ଗାଡ଼ି TUV300ର ଫେସଲିଫ୍ଟକୁ ଲଞ୍ଚ୍ କରିବା ପ୍ରସ୍ତୁତିରେ। ଏହାକୁ ଅନେକ ଥର ଟେଷ୍ଟିଂ ସମୟରେ ମଧ୍ୟ ସ୍ପଟ୍ କରାଯାଇ ସାରିଲାଣି। ଏବେ ଖାଲି ଲଞ୍ଚକୁ ଅପେକ୍ଷା।

ଏହି କାରର ଲଞ୍ଚିଂ ବିଷୟରେ କମ୍ପାନୀ କୌଣସି ଘୋଷଣା କରିନାହିଁ । କିନ୍ତୁ ସୂଚନା ମୁତାବକ, କମ୍ପାନୀ ଏହାକୁ ୨୦୨୧ର ପ୍ରଥମ କିମ୍ବା ତୃତୀୟ ସପ୍ତାହରେ ଲଞ୍ଚ୍ କରିପାରେ। ଲିକ୍ ହୋଇଥିବା ଫଟୋ ଅନୁଯାୟୀ ଏହାର ଫ୍ରଣ୍ଟ ଲୁକରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ସେହିପରି କାରର ଓଭରଅଲ ପ୍ରୋଫାଇଲ୍ ପୂର୍ବ ଭଳି ହିଁ ରହିବ।

tuvମହିନ୍ଦ୍ରାର ନେକ୍ସଟ୍ ଜେନେରେସନ ମଡେଲ

Mahindra & Mahindra ନିଜର ପପୁଲାର ଅଫ୍ ରୋଡ ଏସୟୁବି ମହିନ୍ଦ୍ରା ଥରର ନେକ୍ସଟ୍ ଜେନେରେସନ ମଡେଲକୁ ଲଞ୍ଚ କରିଥିଲା। ଏବେ କମ୍ପାନୀ ନିଜର ଆଉ ଦୁଇଟି ବହୁ ପପୁଲାର ଏସୟୁଭି Mahindra XUV500 ଏବଂ Scorpioର ନେକ୍ସଟ୍ ଜେନେରେସନ ମଡେଲକୁ ଲଞ୍ଚ୍ କରିବାକୁ ଯାଉଛି। ମହିନ୍ଦ୍ରାର ଏହି ଦୁଇ କାରକୁ ଭାରତରେ ବହୁତ ପସନ୍ଦ କରାଯାଇଥାଏ। କମ୍ପାନୀ ପକ୍ଷରୁ କୌଣସି ଅଫିସଆଲ ଡେଟ୍ ଘୋଷଣା କରାଯାଇନାହିଁ । ତେବେ ଜାନୁୟାରୀ ଠାରୁ ମାର୍ଚ୍ଚ ୨୦୨୧ ଭିତରେ ନୂଆ XUV500 ଏବଂ ଏପ୍ରିଲ ଠାରୁ ଜୁନ ୨୦୨୧ ଭିତରେ ନୂଆ ସ୍କର୍ପିୟୋକୁ ଲଞ୍ଚ୍ କରିପାରେ ବୋଲି କମ୍ପାନୀ କହିଛି ।

mahindraaମହିନ୍ଦ୍ରା TUV300ର ସ୍ପେସିଫିକେସନ

TUV300ର ବିଏସ ୪ ଭର୍ସନରେ କିଲେସ ଏଣ୍ଟ୍ରି, ଟଚସ୍କ୍ରିନ ଇମଫୋଟେନମେଣ୍ଟ ସ୍କ୍ରୀନ, ହାଇଟ ଆଡଜେଷ୍ଟବେଲ ଡ୍ରାଇଭର ସିଟ୍ , ଡୁଆଲ୍ ଫ୍ରଣ୍ଟ ଏୟାରବ୍ୟାଗ, ଏବିଏସ, ଇବିଡି, ରିୟର ପାର୍କିଙ୍ଗ ସେନସର୍ସ ଭଳି ଫିଚର୍ସ ଦିଆଯାଇଛି। ବିଏସ୬ ଭର୍ସନକୁ ଏକ ଅପଡେଟେଡ ଇମଫୋଟେନମେଣ୍ଟ ସିଷ୍ଟମ ମିଳିବାର ଆଶା କରାଯାଉଛି, ଯାହା ଏହାକୁ ସପୋର୍ଟ କରିଥାଏ।

Mahindra TUV30 ଇଞ୍ଜିନ

ଡିଜେଲ ଇଞ୍ଜିନ ସହିତ ଏହା ଉପଲବ୍ଧ ହେବ। ଏହା ୧୦୦ ପିଏସ ଏବଂ ୨୪୦ ଟର୍କ ଜେନେରେଟ୍ କରିଥାଏ। TUV300 କେବଳ ଏକ ମାନୁଆଲ ଗିଅରବକ୍ସ ସହିତ ଉପଲବ୍ଧ ହେବ। ଆଶା କରାଯାଉଛି ଯେ ମହିନ୍ଦ୍ରା ବହୁତ ଜଲଦି ବିଏସ୬ TUV300କୁ ବଜାରରେ ଲଞ୍ଚ୍ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.