Mahindra ନିକଟରେ ଭାରତୀୟ ବଜାରରେ ନୂଆ ଇଲେକ୍ଟ୍ରିକ୍ କାର୍ XEV 9e ଲଞ୍ଚ କରିଛି । ଇଲେକ୍ଟ୍ରିକ୍ କାର, ପେଟ୍ରୋଲ ଏବଂ ଡିଜେଲରେ ଚାଲୁଥିବା ଗାଡିଠାରୁ ଏହା ଭିନ୍ନ ହୋଇଥାଏ । Mahindra ର ଏହି କାର ନୂଆ ଆର୍କିଟେକ୍ଚର ଏବଂ ସ୍ପେସିଫିକେସନ୍ ସହିତ ଆସଛି । ଏହି କାରରେ ଏପରି ଫିଚର୍ସ ସାମିଲ ଅଛି, ଯହା ପ୍ରାୟତଃ luxury ଗାଡିରେ ଦେଖିବାକୁ ମିଳିଥାଏ । ଏହି EV, Inglo ପ୍ଲାଟଫର୍ମ ଉପରେ ବେସ୍ଡ ବଡ ଗାଡି ହୋଇଛି, ଯାହା ଏକ ପ୍ରିମିୟମ EV ଭାବରେ ଡିଜାଇନ୍ ହୋଇଛି ।
Mahindra XEV 9e ଦୁଇଟି ବ୍ୟାଟେରୀ ପ୍ୟାକ୍ ଅପ୍ସନ ସହିତ ଆସିଥାଏ । ଏହି ଗାଡି ୫୯kWh ଏବଂ ୭୯kWh ର ବ୍ୟାଟେରୀ ପ୍ୟାକ୍ ୬୫୬ କିଲୋମିଟରର ରେଞ୍ଜ ଦେବ । ଏହି କାରରେ ଲାଗିଥିବା ମୋଟର ୨୮୪bhp ପାଓ୍ୱାର ଦେବ । ଏହି EV ୬.୮ ସେକେଣ୍ଡରେ ୦ରୁ ୧୦୦ କିଲୋମିଟର ପର୍ଯ୍ୟନ୍ତ ଗତି କରିପାରେ । ଏହି କାରର ଡିଜାଇନ୍ ଏବଂ ସାଇଜ୍ ଭଲ ହୋଇଥିବା କାରଣରୁ ଲୋକମାନେ ବହୁତ ପସନ୍ଦ କରିବେ । ଏହି କାର୍ ସ୍ଲୋପିଙ୍ଗ୍-କୁପ୍ ଡିଜାଇନ୍ ସହିତ ଆସିଛି ।
Mahindra XEV 9e ର ଇଣ୍ଟେରିୟର ବିଷୟରେ କହିବାକୁ ଗଲେ, ଏହି କାର୍ ଭିତରୁ XUV700 ପରି ଦେଖାଯାଉଛି । ଏହି ଗାଡିରେ ନୂଆ ଷ୍ଟିଅରିଂ ହୁଇଲ୍ ଲଗାଯାଇଛି । ଏହି ଗାଡିରେ ୧୯-ଇଞ୍ଚର ଆଲୟ ହୁଇଲ୍ ଲାଗିଛି । ବ୍ଲାଙ୍କଡ୍ ଅଫ୍ ଗ୍ରୀଲ୍ ଏବଂ ଫ୍ଲସ୍ ଡୋର ହ୍ୟାଣ୍ଡେଲ୍ ମଧ୍ୟ ଏହି କାରରେ ବ୍ୟବହୃତ ହୋଇଛି । ଏହି କାରରେ ତିନୋଟି ସ୍କ୍ରିନ୍ ରହିଛି, ଯେଉଁଥିରେ ଏକ ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ସେଣ୍ଟ୍ରାଲ ଟଚସ୍କ୍ରିନ୍ ଏବଂ ପ୍ୟାସେଞ୍ଜର ଟଚସ୍କ୍ରିନ୍ ସାମିଲ ଅଛି । ଏହି ଗାଡିରେ ଦେଇଥିବା ପ୍ୟାସେଞ୍ଜର ଟଚସ୍କ୍ରିନ୍ ପ୍ରାୟତଃ luxury କାରରେ ଦିଆଯାଇଥାଏ । ଯାହା ଗାଡିରେ ବସିଥିବା ଲୋକଙ୍କ ଏଣ୍ଟଟେରମେଣ୍ଟ ପାଇଁ ହୋଇଥାଏ ।
Mahindra XEV 9e ହେଉଛି ଏକ ଫାଷ୍ଟ କାର୍ । ଯାହା ଲୋୟର ରେଞ୍ଜର ମଧ୍ୟ ଏହି ଗାଡି ବହୁତ ସ୍ମୁଥ୍ ଏବଂ ଗୁଡ୍ ପରଫରମାନ୍ସ ପ୍ରଦାନ କରିଥାଏ । ଯଦି ଆପଣ ଏହି କାରକୁ ଫାଷ୍ଟ ମୋଡରେ ଚଲାନ୍ତି ତେବେ ଏହି କାର୍ର ପାଓ୍ୱାର ଆପଣଙ୍କୁ କୌଣସି ଆଡଭେଞ୍ଚର ପରି ଲାଗିବ । ଲଞ୍ଚ ସହିତ ଏହି କାର ସବୁଠାରୁ ଅଧିକ ସ୍ପିଡରେ ଯାଉଥିବା ଇଲେକ୍ଟ୍ରିକ୍ କାର୍ ପାଲଟିଛି । ଏହି ଗାଡିର ଷ୍ଟିୟରିଂ ହୁଇଲ ହାଲୁକା ରହିଛି, ଯାହାକୁ ଡ୍ରାଇଭ କରିବା ପାଇଁ ବହୁତ ସହଜ ହୋଇଥାଏ । ଏହି ଇଲେକ୍ଟ୍ରିକ୍ କାରରେ ୨୦୭mm ର ଗ୍ରାଉଣ୍ଡ କ୍ଲିୟରାନ୍ସ ଦିଆଯାଇଛି , ଯାହା ଦ୍ୱାରା ଏହି ଗାଡିକୁ ଖରାପ ରାସ୍ତାରେ ମଧ୍ୟ ଚଲାଇପାରିବେ । ଏହି କାର ଡ୍ରାଇଭ କରିବା ଫଳରେ ପ୍ରାୟ ୫୦୦ କିଲୋମିଟର ରେଞ୍ଜ ଦେଇପାରେ ।
Mahindra ର ଏହି କାର୍ରେ ସେଫ୍ଟି ପାଇଁ ୭ ଟି ଏୟାରବ୍ୟାଗ୍ ରହିଛି । ଏହା ସହିତ ADAS ଲେବଲ ୨ ମଧ୍ୟ ଦିଆଯାଇଛି । ଗାଡିରେ ସେଲଫି କ୍ୟାମେରା ଏବଂ ଅଟୋ ପାର୍କ ଭଳି ଅନେକ ଫିଚର୍ସ ଅଛି । Mahindra XEV 9e ର ପ୍ରାଇସ୍ ୨୧.୯ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି । ଏହି ଗାଡିର ୨୨ ଲକ୍ଷ ଟଙ୍କା ମଡେଲ ଭଲ ଇକ୍ୟୁପଡ୍ ନହେଁ । Mahindra ବର୍ତ୍ତମାନ ସୁଦ୍ଧା ଏହି କାରର ଟପ୍-ଏଣ୍ଡ ମଡେଲର ପ୍ରାଇସ୍ ପ୍ରକାଶ କରିନାହିଁ ।