ପାର୍ବଣରେ Mahindra XUV 3X0 ଆଣିବାକୁ ଚାହୁଁଛନ୍ତି କି? ବଢ଼ାଇ ନିଅନ୍ତୁ ବଜେଟ

Mahindraର ନୂଆ XUV 3X0 ଭାରତୀୟ ବଜାରରେ ଖୁବ୍ ଲୋକପ୍ରିୟତା ହାସଲ କରିପାରିଛି । ଫେଷ୍ଟିଭ ସିଜନ ଆରମ୍ଭ ହେବା ମାତ୍ରେ କମ୍ପାନୀ ଏହାର ଶସ୍ତା କାରର ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା କରିଛି । ମହିନ୍ଦ୍ରା ଏହି କମ୍ପାକ୍ଟ ଏସୟୁଭିର ମୂଲ୍ୟ ୩୦ ହଜାର ଟଙ୍କା ବୃଦ୍ଧି କରିଛି ଯାହା ଅକ୍ଟୋବର ୬ ରୁ ଲାଗୁ ହେବ । ଏହାର ଆରମ୍ଭ ଏକ୍ସ-ସୋରୁମ୍ ମୂଲ୍ୟ ହେଉଛି ୭.୪୯ ଲକ୍ଷ ଯାହା ଟପ୍ ମଡେଲ୍ ପାଇଁ ୧୫.୪୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଏ ।
ମହିନ୍ଦ୍ରା XUV 3X0 ର ପେଟ୍ରୋଲ ଭାରିଆଣ୍ଟରୁ ଆରମ୍ଭ କରି କମ୍ପାନୀ MX3 Pro, AX7 ଏବଂ AX7L ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହିଁ । ତେବେ ବେସ୍ ମଡେଲ୍ MX1 ଏବଂ ମିଡ୍ ସ୍ପେକ୍ AX5 ପେଟ୍ରୋଲର ମୂଲ୍ୟ ସର୍ବାଧିକ ୩୦ ହଜାର ଟଙ୍କା ବୃଦ୍ଧି ପାଇଛି । MX2 Pro, MX3 ଏବଂ AX5L ର ମୂଲ୍ୟ ୨୫ ହଜାର ଟଙ୍କା ବୃଦ୍ଧି କରାଯାଇଛି । ଏହା ବ୍ୟତୀତ ଡିଜେଲ ଭାରିଆଣ୍ଟ MX2 Pro, MX3 ଏବଂ AX5 ର ମୂଲ୍ୟ ୧୦ ହଜାର ଟଙ୍କା ବୃଦ୍ଧି ପାଇଥିବାବେଳେ ଡିଜେଲ MX2, MX3 Pro, AX7 ଏବଂ AX7L ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।
ଡିଜାଇନ :
XUV300 ତୁଳନାରେ ନୂଆ XUV 3X0 ସମ୍ପୂର୍ଣ୍ଣ ଭିନ୍ନ । କାରର ଏଲଇଡି ପ୍ରୋଜେକ୍ଟର ହେଡଲାଇଟ୍ ସଂପୂର୍ଣ୍ଣ ଭିନ୍ନ ଡିଜାଇନ୍ ହୋଇଥିବାବେଳେ ଏଲଇଡି DRL ର ଆକାର ମଧ୍ୟ ବଦଳିଛି । ନୂଆ ଗ୍ରୀଲ୍, ନୂଆ ବମ୍ପର ଏବଂ ସି ସେପର ଏଲଇଡି ଟେଲ ଲାଇଟ୍ ଏହାକୁ ଆକର୍ଷଣୀୟ କରିଥାଏ ଏବଂ ପଛରେ ଥିବା ଏଲଇଡି ଲାଇଟ୍ ବାର୍ ଏହାକୁ ଭଲ ଲୁକ ଦିଏ ।
ଫିଚର୍ସ :
ମହିନ୍ଦ୍ରା XUV 3X0 ର କ୍ୟାବିନ ଡିଜାଇନ୍ ମଧ୍ୟ ସଂପୂର୍ଣ୍ଣ ରୂପେ ଚେଞ୍ଜ ହୋଇଛି । ଏହାର ଡ୍ୟାସବୋର୍ଡ ବହୁତ ଆକର୍ଷଣୀୟ ଏବଂ ଏଠାରେ ଆପଣ ଏକ ୧୦.୨୫ଇଞ୍ଚ୍ ର ଟଚ୍ ସ୍କ୍ରିନ୍ ଇନଫୋଟେନମେଣ୍ଟ ସିଷ୍ଟମ୍ ଏବଂ ୧୦.୨୫ ଇଞ୍ଚର ଡିଜିଟାଲ୍ ଇନଷ୍ଟ୍ରୋମେଣ୍ଟ୍ କ୍ଲଷ୍ଟର ପାଇବେ । ଏହା ସହିତ SUVର ବୁଟ ସ୍ପେସ ମଧ୍ୟ ୨୫୭ ଲିଟରରୁ ୨୯୫ ଲିଟରକୁ ବୃଦ୍ଧି କରାଯାଇଛି । ଏଥିରେ ପାନୋରାମିକ୍ ସନରୁଫ ଏବଂ ଇଲେକ୍ଟ୍ରୋନିକ୍ ପାର୍କିଂ ବ୍ରେକ୍, ୱାୟରଲେସ ଆଣ୍ଡ୍ରଏଡ୍ ଅଟୋ ଏବଂ କାରପ୍ଲେ,, ଆଲେକ୍ସା ଇଣ୍ଟିଗ୍ରେସନ୍, ୭-ସ୍ପିକର ହରମାନ କାର୍ଡନ୍ ସାଉଣ୍ଡ ସିଷ୍ଟମ ଏବଂ ୱାୟରଲେସ ଚାର୍ଜିଂ ଭଳି ଫିଚର ରହିଛି ।