ଲୋକପ୍ରିୟ ମହିନ୍ଦ୍ରାର XUV300 ଗାଡିରେ ରହିଛି ସବୁଠୁ ବେଷ୍ଟ ଫିଚର୍ସ

ଭାରତୀୟ ବଜାରରେ କମ୍ପାକ୍ଟ SUV ଗାଡିର ଡିମାଣ୍ଡ ବହୁତ ରହିଛି । ଏହାର ଦାମ ସହ ଭଲ ଫିଚର୍ସ ଲୋକମାନଙ୍କୁ ଅନେକ ଆକୃଷ୍ଟ କରିଛି । ଏହାର ସେଗମେଣ୍ଟକୁ ଲୋକ ଖୁବ ପସନ୍ଦ କରୁଛନ୍ତି । ଏହି ସେଗମେଣ୍ଟରେ ମହିନ୍ଦ୍ରାର XUV300 ଅନେକ ଲୋକପ୍ରିୟ ହୋଇଛି । ଏହାର ବୁକିଂ ୯୦% ବଢ଼ିଛି ।

ତେବେ ଏହି ଗାଡି ଲୋକପ୍ରିୟ ହେବାର କାରଣ ମଧ୍ୟ ରହିଛି । ଏହା ଦେଶରେ ଥିବା SUV ମଧ୍ୟରୁ ଅନ୍ୟତମ , ଯାହା ପେଟ୍ରୋଲ ଓ ଇଞ୍ଜିନ ସହିତ ଅଟୋମେଟିକ ଓ ଟ୍ରାନ୍ସମିଶନ ଗିୟରବକ୍ସ ସହ ବଜାରକୁ ଆସିଥିଲା । ଏହାଦ୍ୱାରା ଗ୍ରାହକଙ୍କୁ ଅଧିକ ବିକଳ୍ପ ମଧ୍ୟ ମିଳୁଛି । ଏଥିରେ କମ୍ପାନୀ ତରଫରୁ ସେଫ୍ଟି ଫିଚର୍ସ ମଧ୍ୟ ଦିଆଯାଇଛି ।

କିଛିଦିନ ପୂର୍ବେ କମ୍ପାନୀ ତରଫରୁ .. ରେ ଦାମ ୧,୦୦୦ ଟଙ୍କା ପର୍ଯ୍ୟନ୍ତଠୁ ଆରମ୍ଭ କରି ୩୯,୦୦୦ ହଜାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଯାହା ପରେ ଏହାର ଦାମ ୭.୯୬ ଲକ୍ଷ ଟଙ୍କା ରଖାଯାଇଥିଲା । ୧୨,୯୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏହାର ଦାମ ରହିଛି । ବଜାରରେ ଏହା Maruti Brezza  ଓ Hyundai Venue  ଭଳି ମଡେଲକୁ ଟକ୍କର ଦେଇଛି । ସବୁଠାରୁ ଲୋକପ୍ରିୟ ଗାଡି ହୋଇପାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.