ଖୁବଶୀଘ୍ର ଲଞ୍ଚ ହେବ Maruti Dzire, ବଦଳିଯିବ ଗାଡ଼ିର ପୁରା ଲୁକ୍
ମାରୁତି ସୁଜୁକି ଭାରତର ଅନ୍ୟତମ ଲୋକପ୍ରିୟ କାର । ଲୋକଙ୍କ ଚାହିଦାକୁ ଦେଖି କମ୍ପାନୀ Dzireର ନୂଆ ଜେନେରେସନ ମଡେଲ ଲଞ୍ଚ କରିବାକୁ ଯାଉଛି । ଏହି କାର ୧୧ ନଭେମ୍ବରରେ ଭାରତରେ ଲଞ୍ଚ ହେବ । ମାରୁତିର ଏହି ନୂଆ କାରର ଫଟୋ ସୋସିଆଲ ମିଡିଆରେ ଲିକ୍ ହୋଇଛି, ଯାହାକୁ ଦେଖିବା ପରେ ଏହି ଗାଡିର ଲୁକ୍ ଏବଂ ଷ୍ଟାଇଲ୍ କୁ ଅନୁମାନ କରିହେଉଛି । ତେବେ Dzireର ଏହି ନୂଆ ଜେନେରେସନର ମଡେଲ୍ ପୁରୁଣା କାରଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏବଂ ଏହି କାର ଏକ ନୂଆ ଡିଜାଇନ୍ ସହିତ ଭାରତରେ ଲଞ୍ଚ ହେବାକୁ ଯାଉଛି ।
ମାରୁତି Dzireର ଡିଜାଇନ୍ :
ମାରୁତି Dzireର ଲିକ୍ ହୋଇଥିବା ଫଟୋକୁ ଦେଖିଲେ ଜଣାପଡ଼ୁଛି ଯେ ଏହି କାର ପୂର୍ବ ଡିଜାଇନ୍ ଅପେକ୍ଷା ଅଧିକ ପ୍ରିମିୟମ୍ ହୋଇପାରେ । ଏହି ଗାଡ଼ିକୁ ସ୍ଲିମ୍ ହେଡଲ୍ୟାମ୍ପ ସହିତ ଲ୍ୟାସ୍ କରାଯାଇଛି, ଯାହା କ୍ରୋମ ଲାଇନ ସହିତ କନେକ୍ଟ ହୋଇପାରିବ । ମାରୁତିର ଏହି କାର୍ ପୂର୍ବ ମଡେଲ ତୁଳନାରେ ଏକ ବଡ଼ ଗ୍ରିଲ୍ ସହିତ ଆସିପାରେ । ମାରୁତି Dzireର ଲମ୍ବ ପୂର୍ବ ପରି ୪ ମିଟର ରେଞ୍ଜ ମଧ୍ୟରେ ରହିପାରେ । ଗାଡିର ପଛ ଭାଗରେ ଏକ ବଡ଼ କ୍ରୋମ ଲାଇନ ଲଗା ଯାଇପାରିବ, ଯାହା ଟେଲ୍ ଲ୍ୟାମ୍ପ ସହିତ କନେକ୍ଟ ହେବ ।
Dzireର ଇଣ୍ଟେରିୟର :
ନୂଆ ମାରୁତି Dzireର ଇଣ୍ଟେରିୟର ସ୍ୱିଫ୍ଟ ପରି ହୋଇପାରେ । କିନ୍ତୁ ଅଟୋମେକର୍ ଏହି ନୂଆ କାରକୁ ଏକ ଭିନ୍ନ କଲର୍ ସ୍କିମ୍ ସହିତ ଲଞ୍ଚ କରିବ । ଏହି କାରରେ ମିଳୁଥିବା ଟଚ୍ ସ୍କ୍ରିନ୍ ସ୍ବିଫ୍ଟ ପରି ହୋଇପାରେ । କିନ୍ତୁ ଏହି କାରର ସବୁଠାରୁ ବଡ ଫିଚର ସନ୍ ରୁଫ୍ ହୋଇପାରେ, ଯାହା ବର୍ତ୍ତମାନର Dzireରେ ନାହିଁ । ଭାରତୀୟ ବଜାରରେ କୌଣସି କମ୍ପାକ୍ଟ ସେଡାନ ଏପର୍ଯ୍ୟନ୍ତ ସନ୍ ରୁଫ୍ର ଫିଚର ସହିତ ଆସିନାହିଁ । ଏହି ଗାଡ଼ିର ସମସ୍ତ ଫିଚର ବିଷୟରେ ସଠିକ୍ ସୂଚନା କେବଳ Dzire ଲଞ୍ଚ ସମୟରେ ହିଁ ମିଳିପାରିବ ।
ମାରୁତି Dzireର ପାୱାର :
ମାରୁତି Dzireର ନୂଆ ଜେନେରେସନ୍ ମଡେଲର ପାୱାରଟ୍ରେନ୍ ରେ ପରିବର୍ତ୍ତନ ହୋଇପାରେ । ନୂଆ ସ୍ବିଫ୍ଟ ପରି ଏହି କାର Z- ସିରିଜ୍, ୩-ସିଲିଣ୍ଡର ଇଞ୍ଜିନ ସହିତ ଲ୍ୟାସ୍ ହୋଇପାରିବ । ଏହି ଇଞ୍ଜିନ ସହିତ ଅଟୋମେଟିକ୍ ଟ୍ରାନ୍ସମିସନର ଅପ୍ସନ ମଧ୍ୟ ମିଳିବ । ଏହାର ଷ୍ଟାଣ୍ଡାର୍ଡ ମଡେଲରେ ୫-ସ୍ପିଡ୍ ମାନୁଆଲ୍ ଗିଅର୍ ବକ୍ସ ଦିଆଯାଇପାରେ । ମାରୁତିର ଏହି ନୂଆ ମଡେଲ୍ ଅଟୋମେକର୍ସର ସେଲ୍ କୁ ଯଥେଷ୍ଟ ବୃଦ୍ଧି କରିପାରିବ ।