ବ୍ୟବସାୟ ଓ ଅର୍ଥନୀତି

Jimny ଉପରେ ଲକ୍ଷେ ୩୨ ହଜାର ଡିସକାଉଣ୍ଟ

ଭାରତୀୟ ବଜାରରେ ମାରୁତି ସୁଜୁକିର ସବୁଠୁ ଲାଟେଷ୍ଟ ପ୍ରଡକ୍ଟ ହେଉଛି ଜିମନୀ । ଏହା ଏକ ଏମିତି ଏସୟୁଭି ଯାହା ଏକମାତ୍ର ମହିନ୍ଦ୍ରା ଥର୍‌ କୁ ଟକ୍କର ଦେଇଥାଏ। ଭାରତୀୟ ବଜାରରେ ମାରୁତି ସୁଜୁକିର ସବୁଠୁ ଲାଟେଷ୍ଟ ପ୍ରଡକ୍ଟକୁ ନେଇ ଏକ ବଡ଼ ସୂଚନା ଆସିଛି। ଭାରତରେ ମାରୁତି ସୁଜୁକି ଜିମନୀର ୫ ଡୋର ଭର୍ସନ ଲଞ୍ଚ ହୋଇଛି। ଗ୍ଳୋବାଲ ଲେଭଲରେ ଏହାର ୩ ଡୋର ଭର୍ସନ ମିଳୁଛି। ଏମିତିରେ ଏବେ ଜିମନୀ ୫ ଡୋର କୁ ଭାରତରେ ତିଆରି କରି ବିକ୍ରି କରାଯାଉଛି। ଏହାକୁ ଦେଶ ମଧ୍ୟରେ ଥିବା ସମସ୍ତ ଗ୍ରାହକଙ୍କ ଠାରୁ ଭଲ ପ୍ରତିକ୍ରିୟା ମିଳୁଛି। କିନ୍ତୁ ଆମେ ଏବେ ଯେଉଁ କଥା ଆପଣଙ୍କୁ କହିବୁ ତାହାକୁ ଶୁଣିଲେ ଆପଣ ବି ଖୁସି ହୋଇଯିବେ।

ଏହି ବଢ଼ିଆ ଗାଡ଼ି ଉପରେ କମ୍ପାନୀ ତରଫରୁ ଏକ ଭାରି ଛାଡ଼ ମିଳୁଛି। ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ବଡ଼ ଅଫର ଦିଆଯାଉଛି । ପାର୍ବଣ ବଜାରକୁ ଧ୍ୟାନରେ ରଖି କମ୍ପାନୀ ତରଫରୁ ଏମିତି ଛାଡ଼ ଦିଆଯାଉଛି। କେବଳ ଗାଡ଼ି ଉପରେ ନୁହେଁ ବରଂ ସବୁଥିରେ କିଛି ନା କିଛି ଅଫର ଚାଲିଛି। ଦେଶ ସାରା ମାରୁତି ସୁ ଜୁକି ନେକ୍ସା ଡିଲର, ଜିମନୀ ର ଏଣ୍ଟ୍ରି ଲେଭଲ ଜେଟା ଭାରିଏଣ୍ଟ ରେ ୧ ଲକ୍ଷ ଟଙ୍କା ଯାଏ ଭଲ ଅଫର ଦେଉଛି।

ରିପୋର୍ଟ ଅନୁସାରେ ଜିମନୀ ଜେଟା ବର୍ତ୍ତମାନ ବଜାରରେ ୫୦ ହଜାର ଟଙ୍କାର ଫ୍ଲାଟ ଡିସକାଉଣ୍ଟରେ ଉପଲବ୍ଧ ଅଛି। ଅଫରରେ ଅତିରିକ୍ତ ୫୦ ହଜାର ଟଙ୍କା ର ଏକ୍ସଚେଞ୍ଜ ଅଥବା ଲୟାଲ୍ଟି ବୋନସ୍‌ ପାଇବେ। ତେବେ ଏହି ଅଫର କେବଳ ଚଳିତ ମାସ ମାନେ ଅକ୍ଟୋବର ମାସ ପାଇଁ ଅଛି। ୩୧ ଅକ୍ଟୋବରରେ ଏହି ଅଫର ସରିଯିବ। ଜେଟା ଭାରିଏଣ୍ଟର ମାନୁଆଲ ଓ ଅଟୋମେଟିକ ଦୁଇଟି ଅପସନ ରେ ଏହି ଅଫର ପାଇବେ।

ଜିମନୀ ଲାଇନ ଅପ ରେ ଜେଟା ହେଉଛି ଏଣ୍ଟି୍ରି ଲେଭଲ ଭାରିଏଣ୍ଟ । ଏହାର ଦାମ ୧୨ ଲକ୍ଷ ୭୪ ହଜାର ଟଙ୍କା ଯାହାକି ମାନୁଆଲ ର ଦାମ ରହିଛି। ଏହାସହ ୧୩ ଲକ୍ଷ ୯୪ ହଜାର ଟଙ୍କା ଅଟୋମେଟିକ ର ଦାମ ରହିଛି। ଏହା ଟପ୍‌ ସ୍ପେକ ଜିମନୀ ଅଲଫା ଭଳି ଦେଢ଼ ଲିଟର K15B ପେଟ୍ରୋଲ ଇଞ୍ଜିନ ରହିଛି। ଏହା 4WD ସେଟଅପ୍‌ ସହିତ ଆସୁଛି।

ଫିଚର୍ସ କଥା କହିଲେ ଜିମନୀ ଜେଟାରେ ଷ୍ଟିଲ ହ୍ଵିଲ , ୭.୦ ଇଞ୍ଚର ଟଚସ୍କ୍ରିନ , ଓ୍ଵାୟରଲେସ୍‌ ଆଣ୍ଡ୍ରଏଡ ଅଟୋ, ଆପଲ କାରପ୍ଲେ , ୬ ଏୟାରବ୍ୟାଗ ଓ ଇଏସପି ଭଳି ଦମଦାର ଫିଚର ପାଇବେ। ଜିମନୀ କମ୍ପାନୀ ର ପ୍ରିମିୟମ ପ୍ରଡକ୍ଟ । ଲଞ୍ଚ ପରେ ଲଗାତାର ଭାବେ ପ୍ରତି ମାସରେ ପାଖାପାଖି ୩ ହଜାର ୟୁନିଟ ବିକ୍ରି ହୋଇସାରିଛି। ଏବେ ଏଥିରେ ଭାରି ଛାଡ଼ ଦେଇ କମ୍ପାନୀ ଗ୍ରାହକଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ଚେଷ୍ଟା କରିଛି।

 

D Sonali

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

11 hours ago