ଭାରତରେ ମିଳୁଛି ଏହି ସବୁ ଶସ୍ତା କାର୍, ଜାଣନ୍ତୁ ନାଁ

ଭାରତୀୟ ବଜାରରେ ଅନେକ ଶସ୍ତା କାର୍ ଉପଲବ୍ଧ । ଯେଉଁଥିରୁ ସବୁଠାରୁ ଶସ୍ତା କାର Maruti Alto K10 ପାଖରେ ଅଛି । Maruti Suzuki Alto K10 କୁ ନିକଟରେ ୬-ଟି ଏୟାରବ୍ୟଗ୍ ସହିତ ଅପଡେଟ୍ କରାଯାଇଛି । Maruti Alto ର ପ୍ରାଇସ୍ ପ୍ରାୟ ୪୨୩ ଲକ୍ଷ ଟଙ୍କା ରହିଛି । ଏହି କାରଟି ପେଟ୍ରୋଲ ଏବଂ CNG ଇଞ୍ଜିନ୍ ଅପ୍ସନ ସହିତ ଆସିଥାଏ ।

ଯଦି ଆପଣ କାରର ସାଇଜ୍ ଯୋଗୁଁ Maruti Alto ବଦଳରେ ଅନ୍ୟ ଏକ ହ୍ୟାଚବ୍ୟାକ୍ ଖୋଜୁଛନ୍ତି । ତେବେ ଏଠାରେ ଆପଣଙ୍କୁ ଏପରି କିଛି କାର୍ ବିଷୟରେ କହିବୁ, ଯାହା ଆପଣଙ୍କ ପାଇଁ ବେଷ୍ଟ ହୋଇପାରିବ । ଏଥି ସହ ଜାଣି ରଖନ୍ତୁ ଯେ ଏହି କାରଗୁଡିକ ମଧ୍ୟରେ Renault Kwid, Tata Tiago ଏବଂ Maruti Celerio ସାମିଲ୍ ଅଛି । ତେବେ ଆସନ୍ତୁ ଏହି କାରଗୁଡିକ ବିଷୟରେ ସମ୍ପୂର୍ଣ୍ଣ ଡିଟେଲ୍ସ ଜାଣିବା ।

Maruti Suzuki Celerio :
Maruti Alto K10 ପରି, Celerio କାର୍ ମଧ୍ୟ Maruti Suzuki କମ୍ପାନୀର । ଏହା ମଧ୍ୟ ଏକ ହ୍ୟାଚବ୍ୟାକ୍, ଯାହାକୁ ୬ ରୁ ୮ ଲକ୍ଷ ଟଙ୍କା ବଜେଟ୍ ମଧ୍ୟରେ କିଣାଯାଇପାରିବ । ଏହି କାରର ଖାସ୍ କଥା ହେଉଛି ଏହା ଏକ ଭଲ ମାଇଲେଜ୍ ଦେଉଥିବା କାର୍, ଯାହା ପେଟ୍ରୋଲ୍ ଏବଂ CNG ଉଭୟରେ ଚାଲିଥାଏ । ଏହାର ଇଞ୍ଜିନ୍ ପେଟ୍ରୋଲରେ ୨୬.୮୮ କିଲୋମିଟର ପ୍ରତି ଲିଟର ଏବଂ CNG ର ୩୪.୪୩ କିଲୋମିଟର ପ୍ରତି କିଲୋଗ୍ରାମ୍ ମାଇଲେଜ୍ ଦେଇଥାଏ ।

Renault Kwid :
Maruti Celerio ପରେ, Renault Kwid ନାମ ମଧ୍ୟ ଏହି ଲିଷ୍ଟରେ ସାମିଲ ହୋଇଛି । ଏହି ହ୍ୟାଚବ୍ୟାକ୍ କାରଟି ୧-ଲିଟର ପେଟ୍ରୋଲ୍ ଇଞ୍ଜିନ ସହିତ ଲେସ୍, ଯାହା ୬୮PS ପାୱାର ଏବଂ ୯୧Nm ଟର୍କ ଜେନେରେଟ୍ କରେ । ଏଥି ସହ ପ୍ରତି ଲିଟର ପେଟ୍ରୋଲରେ ୨୨.୩ କିଲୋମିଟର ମାଇଲେଜ୍ ଦିଏ । ବଜାରରେ ଏହାର ପ୍ରାରମ୍ଭିକ ମୂଲ୍ୟ ୪.୭୦ ଲକ୍ଷ ଟଙ୍କାରୁ ୬.୪୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି । ଏହା ବ୍ୟତୀତ, ଏହି କାରରେ ୨୭୯ ଲିଟର ବୁଟ୍ ସ୍ପେସ୍ ମଧ୍ୟ ଉପଲବ୍ଧ ।

Tata Tiago :
ଏହି ସେଗମେଣ୍ଟରେ ଥାର୍ଡ କାର ହେଉଛି Tata କମ୍ପାନୀର Tata Tiago । ହୋମ ମାର୍କେଟରେ Tata Tiago କୁ ଏକ ଉନ୍ନତ ହ୍ୟାଚବ୍ୟାକ୍ କାର୍ ଭାବେର ବିବେଚନା କରାଯାଏ । ଯେଉଁଥିରେ ୧.୨ ଲିଟର ପେଟ୍ରୋଲ ଇଞ୍ଜିନ୍ ଉପଲବ୍ଧ । ଏହା ବ୍ୟତୀତ, ଏହା CNG ମଡେଲରେ ମଧ୍ୟ ଉପଲବ୍ଧ । ଏଥି ସହ ହୋମ ମାର୍କେଟରେ ଏହାର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ୭.୩୦ ଲକ୍ଷ ଟଙ୍କା ଏକ୍ସ-ଶୋରୁମ୍ ପର୍ଯ୍ୟନ୍ତ ରହିଛି । ଏହି କାରଟି ପାଞ୍ଚଟି ଭାରିଆଣ୍ଟରେ ଉପଲବ୍ଧ । Tata କମ୍ପାନୀ ଦାବି କରୁଛି ଯେ ଏହି କାରର ପେଟ୍ରୋଲ ଇଞ୍ଜିନ୍ ୨୦.୦୧kmpl ଏବଂ CNG ଇଞ୍ଜିନ୍ ୨୮.୦୬ km/km ମାଇଲେଜ୍ ଦିଇଥାଏ ।