୪ ଲକ୍ଷ ଟଙ୍କାରେ ବହୁତ ଭଲ ସେଲ୍ ହେଉଛି ଏହି କାର୍, ମାଇଲେଜ୍ ଦେଉଛି ୩୪ କିଲୋମିଟର

ଯେତେବେଳେ ଭାରତୀୟ ବଜାରରେ ସବୁଠାରୁ ଶସ୍ତା କାର୍ ବିଷୟରେ କୁହାଯାଏ, ସେତେବେଳେ Maruti Suzuki Alto K10 ର ନାମ ପ୍ରଥମେ ଆସିଥାଏ । ଯଦିଓ ଏହି କାରଟି ଟିକେ ଛୋଟ କିନ୍ତୁ ମାଇଲେଜ୍ ଦ୍ରୁଷ୍ଟିରୁ ଏହି କାରଟିକୁ ବହୁତ ପସନ୍ଦ କରାଯାଏ । ନିକଟରେ Maruti ଏହି କାରର ମୂଲ୍ୟ ବଢ଼ାଇଥିଲା । ଏହା ପରେ ମଧ୍ୟ ଏହି ହ୍ୟାଚବ୍ୟାକର ବମ୍ପର ଡିମାଣ୍ଡ ରହିଛି । ତେବେ ଆସନ୍ତୁ ଜାଣିବା ଏହି କାରର ମୂଲ୍ୟ ଏବଂ ସ୍ପେସିଫିକେସନ୍ ବିଷୟରେ ।
ଗତ ମାସରେ ଅର୍ଥାତ୍ ୨୦୨୫ ଜାନୁଆରୀରେ ଏହି ଛୋଟ ହ୍ୟାଚବ୍ୟାକର ମୋଟ୍ ୧୧ ହଜାର ୩୫୨ ୟୁନିଟ୍ ସେଲ୍ ହୋଇଥିଲା । ଏଥିରୁ ଅନୁମାନ କରାଯାଉଛି ଯେ Alto K10 କାର୍ କେତେ ପପୁଲାର୍ ହେବ । ମାରୁତିର ଅନ୍ୟ କାର୍ S-Presso, Celerio ଏବଂ Jimny ତୁଳନାରେ ଏହି କାର୍ ଅଧିକ ସେଲ୍ ହେଉଛି । ବର୍ତ୍ତମାନ Maruti Alto K10 ର ମୂଲ୍ୟ ୪.୦୯ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୬.୦୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଉଛି । କାରର ଭ୍ୟାରିଆଣ୍ଟ ବିଷୟରେ କହିବାକୁ ଗଲେ, ଏହା ୪ଟି ଭ୍ୟାରିଆଣ୍ଟ – STD, LXI, VXI ଏବଂ VXI Plus ରହିଛି ।
କମ୍ପାନୀ Maruti Suzuki Alto K10 ରେ ୧.୦ ଲିଟର ୩ ସିଲିଣ୍ଡର ଇଞ୍ଜିନ୍ ପ୍ରଦାନ କରିଛି । ଏହି ଇଞ୍ଜିନ୍ ୬୬ bhp ପାୱାର ସହିତ ୮୯ Nm ର ପିକ୍ ଟର୍କ ଜେନେରେଟ୍ କରିଥାଏ । ଏହା ସହିତ ଏହାକୁ ୫-ସ୍ପିଡ୍ ମାନୁଆଲ୍ କିମ୍ବା AMT ଗିୟରବକ୍ସ ସହିତ କନ୍ନେକ୍ଟ କରାଯାଇଛି ।
ଏହି କାରରେ CNG ଅପ୍ସନ ମଧ୍ୟ ଉପଲବ୍ଧ ରହିଛି । କମ୍ପାନୀ ଅନୂଯାୟୀ, କାରର ପେଟ୍ରୋଲ ଭ୍ୟାରିଆଣ୍ଟ ପ୍ରତି ଲିଟରରେ ପ୍ରାୟ ୨୫ କିଲୋମିଟର ମାଇଲେଜ୍ ପ୍ରଦାନ କରେ । ଏହି କାରର CNG ଭ୍ୟାରିଆଣ୍ଟ ୩୩ କିଲୋମିଟର ପର୍ଯ୍ୟନ୍ତ ମାଇଲେଜ୍ ଦେିପାରିବ । ମାରୁତି ସୁଜୁକିର ଏହି କାରର ଫିଚର୍ସ ବିଷୟରେ କହିବାକୁ ଗଲେ, କମ୍ପାନୀ ଏହି କାରରେ AC, ଫ୍ରଣ୍ଟ ପାୱାର ୱିଇଣ୍ଡୋ, ପାର୍କିଂ ସେନ୍ସର, ସେଣ୍ଟ୍ରାଲ୍ କନସୋଲ୍ ଆର୍ମରେଷ୍ଟ, ଗିଅର ସିଫ୍ଟ ଇଣ୍ଡିକେଟର, ଆଡଜଷ୍ଟେବଲ୍ ହେଡଲ୍ୟାମ୍ବ, ହାଲୋଜେନ୍ ହେଡଲ୍ୟାମ୍ବ, ଆଣ୍ଟି-ଲକ୍ ବ୍ରେକିଂ ସିଷ୍ଟମ, ସେଣ୍ଟ୍ରାଲ ଲକିଂ, ଚାଇଲ୍ଡି ସେଫ୍ଟି ଲକ୍ସ, ଡୁଆଲ ଏୟାରବ୍ୟାଗ୍ ଭଳି ଅନେକ ଉନ୍ନତ ଫିଚର୍ସ ପ୍ରଦାନ କରାଯାଇଛି ।