କରୋନାରେ ଠପ୍ ହେଲା ବ୍ୟବସାୟ , ଦେଶର ସବୁଠୁ ବଡ଼ ଗାଡ଼ି କମ୍ପାନୀର ବିକ୍ରିରେ ୭୫% ହ୍ରାସ

କରୋନା ମହାମାରୀର ଲହର ସାରା ଦେଶରେ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି । ଦେଶରେ ହେଉଥିବା ବ୍ୟବସାୟ କାରବାର ଖରାପ ଭାବେ ପ୍ରଭାବିତ ହୋଇଛି । ଦେଶର ସବୁଠୁ ବଡ଼ କାର କମ୍ପାନୀ Maruti Suzuki  ଗତ ମାସର ବିକ୍ରି ରିପୋର୍ଟ ପ୍ରକାଶ କରିଥିଲା । ଯେଉଁଥିରେ କମ୍ପାନୀର ବିକ୍ରିରେ ୭୧% କ୍ଷତି ହୋଇଥିଲା ।

ଦେଶରେ ବ୍ୟବସାୟକୁ ନେଇ ଲାଭର ମାତ୍ରା ଆଦୌ ନ କହିଲେ ଚଳେ । ମଇ ମାସରେ ମାରୁତି ସୁଜୁକି ୪୬,୫୫୫ ୟୁନିଟସ୍ ବିକ୍ରି ହୋଇଥିଲା । ଯାହାର ମାତ୍ରା ଅପ୍ରେଲ ମାସରେ ୧,୫୯,୬୯୧ ୟୁନିଟସ୍ ରହିଥିଲା । କରୋନା ମହାମାରୀ ଏହି ବ୍ୟବସାୟରେ କ୍ଷତି ହେବାର କାରଣ । ଦେଶରେ ସଂକ୍ରମିତ ହେବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଲକଡାଉନ ଅର୍ଥ ବ୍ୟବସ୍ଥାକୁ ମାନ୍ଦା କରିବାରେ ପ୍ରମୁଖ ଭୂମିକା ନିର୍ବାହ କରୁଛି ।

ଏହାକୁ ନେଇ କମ୍ପାନୀ ପକ୍ଷରୁ ଅଧିକ ପ୍ରଡକ୍ଟସ୍ ତିଆରି କରିବାରେ ରୋକ ଲାଗାଯାଇଛି । ଘରୋଇ ବଜାରରେ ବିକ୍ରିର ୭୫% ତଳକୁ ଖସିବା ସହ ବଜାରରେ ଏହାର ବିକ୍ରି ଅନୁପାତରେ ମଧ୍ୟ ଭାରି ହ୍ରାସ ଘଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.