ଆସନ୍ତା ପହିଲାରୁ ବଢ଼ିଯିବ ମାରୁତି ସୁଜୁକିର କାରର ଦାମ୍, ଯଦି କିଣିବାର ପ୍ଲାନ ଅଛି ଜଲଦି କିଣନ୍ତୁ
ଏପ୍ରିଲରୁ ଅନେକ କାରର ବଢ଼ିଯିବ ଦାମ୍ । ବିଭିନ୍ନ କମ୍ପାନୀର ଅନେକ ମଡେଲର ଦାମ୍ ହୋଇଯିବ ମହଙ୍ଗା । ତେବେ ଏହାରି ଭିତରେ ଦେଶର ଲୋକପ୍ରିୟ କାର ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକି ନିଜର ସମସ୍ତ ବାହନର ଦାମ୍ ବୃଦ୍ଧି କରିବ ବୋଲି ଘୋଷଣା କରିଛି ।

ଏପ୍ରିଲରୁ ଅନେକ କାରର ବଢ଼ିଯିବ ଦାମ୍ । ବିଭିନ୍ନ କମ୍ପାନୀର ଅନେକ ମଡେଲର ଦାମ୍ ହୋଇଯିବ ମହଙ୍ଗା । ତେବେ ଏହାରି ଭିତରେ ଦେଶର ଲୋକପ୍ରିୟ କାର ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକି ନିଜର ସମସ୍ତ ବାହନର ଦାମ୍ ବୃଦ୍ଧି କରିବ ବୋଲି ଘୋଷଣା କରିଛି । ଏହି ବର୍ଦ୍ଧିତ ଦାମ୍ ୧ ଏପ୍ରିଲ ୨୦୨୩ ଠାରୁ ଲାଗୁ ହୋଇଯିବ । ହଁ ଆଜ୍ଞା ଆସନ୍ତାମାସରୁ ମାରୁତି ସୁଜୁକି ଏହାର ସବୁ ମଡେଲ କାର ମୂଲ୍ୟ ବୃଦ୍ଧି କରିବ।
ଉଚ୍ଚ ମୁଦ୍ରାସ୍ଫୀତି ଏବଂ ନିୟାମକ ସଂସ୍ଥାର ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ଖର୍ଚ୍ଚ ବଢ଼ିଯାଇଛି। ଏଥିପାଇଁ କମ୍ପାନି ଏହାର ଗାଡ଼ି ମୂଲ୍ୟ ବୃଦ୍ଧି କରିବ। ତେବେ କେଉଁ ଗାଡ଼ି ମୂଲ୍ୟ କେତେ ବୃଦ୍ଧି ହେବ ତାହା ଘୋଷଣା କରିନାହିଁ।
ଏହା ବ୍ୟତୀତ ହୋଣ୍ଡା କାର୍ସ ଇଣ୍ଡିଆ ମଧ୍ୟ ଏହାର ଆମେଜ୍ ମଡେଲ ମୂଲ୍ୟରେ ୧୨ ହଜାର ଟଙ୍କା ବୃଦ୍ଧି କରିବ। ଏପ୍ରିଲ ପହିଲାରୁ କମ୍ପାନି ଏହାକୁ କାର୍ଯ୍ୟକାରୀ କରିବ। ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇଁ କମ୍ପାନି ଏଭଳି ନିଷ୍ପତ୍ତି ନେଇଛି। ପୂର୍ବରୁ ଟାଟା ମୋଟର୍ସ ମଧ୍ୟ ଏହାର ବିଭିନ୍ନ ମଡେଲ କାର ମୂଲ୍ୟ ଏପ୍ରିଲ ପହିଲାରୁ ୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବ ବୋଲି ଘୋଷଣା କରିସାରିଛି।
ବାହନ ନିର୍ମାତା କମ୍ପାନୀ ଟାଟା ମଧ୍ୟ ନିକଟରେ ନିଜର ସମସ୍ତ କମର୍ସିଆଲ ଗାଡିର ଦାମରେ ୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବ ବୋଲି ଘୋଷଣା କରିଦେଇଛି । ଟାଟାର ଗାଡି ଗୁଡିକର ଏହି ବର୍ଦ୍ଧିତ ଦାମ ୧ ଏପ୍ରିଲ ୨୦୨୩ ଅର୍ଥାତ୍ ଆସନ୍ତା ମାସ ପହିଲାରୁ ଲାଗୁ ହେବ । ଯାହାର କାରଣ ହେଉଛି ବିଏସ୬ ଫେଜ-୨ର ନୂଆ ଆରଡିଇ ନର୍ମସ । ଯାହା ୧ ଏପ୍ରିଲ ୨୦୨୩ ଠାରୁ ଲାଗୁ ହୋଇଯିବ । ଟାଟା ମଧ୍ୟ ଏହା ପୂର୍ବରୁ ଫେବୃୟାରୀ ୨୦୨୩ରେ ମେକିଙ୍ଗ କଷ୍ଟ୍ ବଢ଼ିବା କାରଣରୁ ନିଜର ପାସେଞ୍ଜର ଗାଡିର ଦାମରେ ୧.୨% ବୃଦ୍ଧି କରିସାରିଛି ।
ଏଥିସହିତ ଦେଶରେ ଏପ୍ରିଲ ପହିଲାରୁ ବାଇକ ଏବଂ ସ୍କୁଟର ମୂଲ୍ୟ ବଢ଼ାଇବ ବୋଲି ଦେଶର ସର୍ବବୃହତ୍ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ଘୋଷଣା କରିଛି। ହିରୋର କେତେକ ଗାଡ଼ି ମୂଲ୍ୟ ୨ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିବ। ବିଭିନ୍ନ ମଡେଲର ମୂଲ୍ୟ ବୃଦ୍ଧି ଭିନ୍ନ ଭିନ୍ନ ରହିବ।
ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ମାରୁତି କିଛି ଦିନ ପୂର୍ବରୁ ଗ୍ରାହକଙ୍କ ଅତି ପସନ୍ଦର ସବ୍-କମ୍ପାକ୍ଟ ଏସୟୁଭି ମାରୁତି ବ୍ରିଜାର ସିଏନଜି ଭ୍ୟାରିୟଣ୍ଟକୁ ଲଞ୍ଚ କରିଦେଇଛି । ଯାହା ନିଜ ସେଗମେଣ୍ଟର ଦେଶର ପ୍ରଥମ ଫ୍ୟାକ୍ଟ୍ରି ଫିଟେଡ ସିଏନଜି ଗାଡି ଅଟେ । କମ୍ପାନୀ ନିଜର ଏହି କାର ପାଇଁ ୨୫.୫୧ କିଲୋମିଟର ପ୍ରତି କିଲୋଗ୍ରାମ ସିଏନଜି ମାଇଲେଜର ଦାବି କରିଛି ।