Maruti Suzuki ର କେଉଁ କାର୍ ଦେଇଥାଏ ଅଧିକ ମାଇଲେଜ୍, ଜାଣନ୍ତୁ କେତେ ରହିଛି ଗାଡ଼ିର ପ୍ରାଇସ୍?
ଜାପାନର ଅଟୋ ମେକର୍ସ Maruti Suzuki ର କାର୍ ଭାରତୀୟ ଅଟୋ ଇଣ୍ଡଷ୍ଟ୍ରି ଉପରେ ରାଜ୍ କରୁଛି । Maruti ର ଏହି କାର୍ ଭଲ ମାଇଲେଜ୍ ଦେବା ପାଇଁ ଜଣାଶୁଣା । ଏହା ସହିତ ଏହି ବ୍ରାଣ୍ଡର ଅଧିକାଂଶ କାର୍ ସାଧାରଣ ଲୋକଙ୍କ ବଜେଟରେ ହିଁ ଆସିଥାଏ । ଭଲ ମାଇଲେଜ୍ ଏବଂ ଶସ୍ତା ପ୍ରାଇସ ଥିବା କାରଣରୁ ଏହି ଗାଡ଼ି ମାର୍କେଟରେ ବହୁତ ଡିମାଣ୍ଟ ରହିଛି । ଆସନ୍ତୁ ଜାଣିବା Maruti ର ସବୁଠାରୁ ଅଧିକ ମାଇଲେଜ୍ ଦେବା ଭଳି କାର୍ କ’ଣ ରହିଛି ଏବଂ ଏହାର ପ୍ରାଇସ୍ କେତେ ଅଛି ।
ଜାପାନିଜ୍ ଅଟୋମେର୍କସର ସର୍ବାଧିକ ମାଇଲେଜ୍ କାର୍ ହେଉଛି Maruti Grand Vitara । Maruti Suzuki ର ଏହା ଏକ ହାଇବ୍ରିଡ୍ କାର୍ ହୋଇଛି । ଏହି ଗାଡ଼ିରେ ୧୪୬୨ cc ପେଟ୍ରୋଲ ଇଞ୍ଜିନ୍ ରହିଛି । ଗାଡ଼ିରେ ଲାଗିଥିବା ଏହି ଇଞ୍ଜିନ୍ ୬,୦୦୦ rpm ରେ ୭୫.୮ kW ର ପାୱାର ମିଳିଥାଏ ଏବଂ ୪,୪୦୦ rpm ରେ ୧୩୬.୨ Nm ଟର୍କ ଜେନେରେଟ୍ ହୋଇଥାଏ । Grand Vitara ର ଇଞ୍ଜିନ୍ ସହିତ ୫-ସ୍ପିଡ୍ ମାନୁଆଲ୍ ,ବଂ ୬-ସ୍ପିଡ୍ ଅଟୋମେଟିକ୍ ଟ୍ରାନ୍ସମିସନର ଅପ୍ସନ ରହିଛି । ଏହାର ହାଇବ୍ରିଡ୍ ମଡେଲରେ ଲିଥିୟମ ଆୟନ ବ୍ୟାଟେରୀ ଲାଗିଛି, ଯେଉଁଥିରେ ୩,୯୯୫ rpm ରେ ୫୯ kW ର ପାୱାର ମିଳିଥାଏ ଏବଂ ୦ ରୁ ୩,୯୯୫ rpm ରେ ୧୪୧ Nm ର ଟର୍କ ମିଳିଥାଏ ।
Maruti ର ଏହି କାର୍ ପେଟ୍ରୋଲ ଭ୍ୟାରିଆଣ୍ଟରେ ୨୭.୯୭ kmpl ର ମାଇଲେଜ୍ ଦେବାକୁ ଦାବି କରିଛି । ଏହାର ମାନୁଆଲ CNG ଭ୍ୟାରିଆଣ୍ଟର ମାଇଲେଜ୍ ୨୬.୬ km/kg ରହିଛି । Maruti Grand Vitara ର ଏକ୍ସ-ସୋରୁମ୍ ପ୍ରାଇସ୍ ୧୦.୯୯ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୨୦.୦୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇପାରେ ।
Maruti Swift:
Maruti Swift ଅଟୋମେକର୍ସର ମୋଷ୍ଟ ପପୁଲାର୍ ଗାଡ଼ି ମଧ୍ୟରୁ ଗୋଟିଏ । ଏହି ଗାଡ଼ିରେ Z12E ପେଟ୍ରୋଲ୍ ଇଞ୍ଜିନ୍ ଲାଗିଛି, ଯେଉଁଥିରେ ୫,୭୦୦ rpm ରେ ୬୦ kW ର ପାୱାର ଏବଂ ୪,୩୦୦ rpm ରେ ୧୧୧.୭ Nm ର ଟର୍କ ମିଳିଥାଏ । ଏହି କାରରେ ୨୪.୮ kmpl ର ମାଇଲେଜ୍ ଦେବାକୁ ଦାବି କରାଯାଇଛି । Maruti Swift ର ଏକ୍ସ-ସୋରୁମ୍ ପ୍ରାଇସ୍ ୬.୪୯ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି ।
Maruti Dzire :
ନୂଆ Maruti Dzire ରେ ୧.୨ ଲିଟର Z ସିରିଜ୍ ପେଟ୍ରୋଲ ଇଞ୍ଜିନ୍ ରହିଛି । ଇଞ୍ଜିନ୍ ସହିତ ଏହି କାର୍ ୨୫.୭୧ kmpl ର ମାଇଲେଜ୍ ଦେବାକୁ ଦାବି କରାଯାଇଛି । ନୂଆ Dzire ର ଏକ୍ସ-ସୋରୁମ୍ ପ୍ରାଇସ୍ ୬.୭୯ ଲକ୍ଷ ଟଙ୍କାରୁ ୧୦.୧୪ ଳକ୍ଷ ଟଙ୍କା ମଧ୍ୟରେ ରହିଛି ।