Maruti Suzuki Brezza ଏବଂ Tata Nexon, କେଉଁ କାର୍ ଦେଇଥାଏ ଅଧିକ ମାଇଲେଜ୍, ଜାଣନ୍ତୁ ଡିଟେଲ୍ସ

ଲୋକମାନେ ଗାଡ଼ି କିଣିବା ପାଇଁ ବହୁତ ପସନ୍ଦ କରିଥାନ୍ତି । ଯେତେବେଳେ ଗାଡ଼ି କିଣିବା ପାଇଁ ପ୍ଲାନ୍ କରନ୍ତି ସେତେବେଳେ ସାଙ୍ଗସାଥି କିମ୍ବା ରିଲେଟିଭ୍ସଙ୍କ ଠାରୁ ବୁଝି କିଣିଥାନ୍ତି । ଏହା ସହ ଯଦି କେହି ଲୋକ କମ୍ପାକ୍ଟ SUV ସେଗମେଣ୍ଟ ବିଷୟରେ କଥାବାର୍ତ୍ତା ହୁଅନ୍ତି ତେବେ Maruti Suzuki Brezza ଏବଂ Tata Nexon ନାମ ପ୍ରଥମେ ଆସିଥାଏ । ଯାହାକି ଏହି ଗାଡ଼ି ବହୁ ଲୋକଙ୍କର ପସନ୍ଦ ହୋଇଥାଏ । Maruti Suzuki Brezza ଭଲ ମାଇଲେଜ୍ ପାଇଁ ଜଣାଶୁଣା ହୋଇଥିବାବେଳେ, Tata Nexon ମଜବୁତ୍ ଏବଂ ସେଫ୍ଟି ପାଇଁ ବେଷ୍ଟ ହୋଇଛି । ଏହି ଦୁଇଟି ଗାଡ଼ି ୧୦ ଲକ୍ଷ ଟଙ୍କା ମଧ୍ୟରେ ଆସିଥାଏ ।

ଯଦି ଆପଣ ଏହି ଦୁଇଟି ଗାଡ଼ି ଭିତରୁ ଗୋଟିଏକୁ କିଣିବା ପାଇଁ ପ୍ଲାନ୍ କରୁଛନ୍ତି, ତେବେ ଆପଣଙ୍କୁ ଉଭୟ କାରର ସେଫ୍ଟି, ପରଫରମାନ୍ସ ଏବଂ ମାଇଲେଜ୍ ବିଷୟରେ କହିବୁ ।

Maruti Brezza ର ପାୱାର ଟ୍ରେନ୍ :

Maruti Brezza ଏକ ହାଇବ୍ରିଡ୍ କାର୍ ହୋଇଛି । ଏହି କାର K15 C ପେଟ୍ରୋଲ + CNG ଇଞ୍ଜିନ୍ ସହିତ ଆସିଥାଏ । ଯାହା ସାହାଯ୍ୟରେ ପେଟ୍ରୋଲ ଏବଂ CNG ଉଭୟ ମୋଡରେ ଚଲାଇପାରିବେ । ଏହି ଗାଡ଼ିରେ ଲାଗିଥିବା ଇଞ୍ଜିନ୍ ପେଟ୍ରୋଲ ମୋଡରେ ୬,୦୦୦ rpm ରେ ୧୦୦.୬ PS ର ପାୱାର ମିଳିଥାଏ ଏବଂ ୪,୪୦୦ rpm ରେ ୧୩୬ Nm ର ଟର୍କ ଜେନେରେଟ୍ ହୋଇଥାଏ ।

ସହିଭଳି CNG ମୋଡରେ ୫,୫୦୦ rpm ରେ ୮୭.୮ PS ର ପାୱାର ଏବଂ ୪,୨୦୦ rpm ରେ ୧୨୧.୫ Nm ର ଟର୍କ ମିଳିଥାଏ । ମାରୁତିର ଏହି ଗାଡ଼ି ୨୫.୫୧ km/kg ମାଇଲେଜ୍ ଦେଇଥାଏ ।

Tata Nexon ର ମାଇଲେଜ୍ :

Tata Nexon ଏକ ହାଇବ୍ରିଡ୍ କାର୍ ନୁହେଁ । କିନ୍ତୁ ଏହି କାର୍ ପେଟ୍ରାଲ୍, ଡିଜେଲ ଏବଂ CNG ଏହି ତିନୋଟି ପାୱାରଟ୍ରେନର ଅପ୍ସନ ସହିତ ଆସିଥାଏ । ଏହି Tata କାରରେ ୧.୨ ଲିଟର ଟର୍ବୋ ଚାର୍ଜଡ୍ ରେଭୋଟ୍ରନ୍ ଇଞ୍ଜିନ୍ ରହିଛି । ଏହି ଇଞ୍ଜିନ୍ ୫,୫୦୦ rpm ରେ ୮୮.୨ PS ର ପାୱାର ମିଳିଥାଏ ଏବଂ ୧,୭୫୦ ରୁ ୪,୦୦୦ rpm ରେ ୧୭୦ Nm ର ଟର୍କ ଜେନେରେଟ୍ କରିଥାଏ । Tata Nexon ୧୭ ରୁ ୨୪ କିଲୋମିଟର ମାଇଲେଜ୍ ଦେଇଥାଏ ।

Tata Nexon ର ଏକ୍ସ-ସୋରୁମ୍ ପ୍ରାଇସ୍ ୭.୯୯ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୧୫.୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଏ । ସେହିଭଳି, Maruti Brezza ର ପ୍ରାଇସ୍ ୮.୩୪ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି ଏବଂ ଏହାର ଟପ୍ ଭ୍ୟାରିଆଣ୍ଟର ଏକ୍ସ-ସୋରୁମ୍ ପ୍ରାଇସ୍ ୧୪.୧୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି । Tata Nexon ର ଗ୍ଲୋବାଲ୍ NCAP ରୁ କ୍ରାସ୍ ଟେଷ୍ଟରେ ୫-ଷ୍ଟାର୍ ସେଫ୍ଟି ରେଟିଙ୍ଗ ମିଳିଛି । ସେହିଭଳି Maruti Brezza ର ୪-ଷ୍ଟାର ସେଫ୍ଟି ରେଟିଙ୍ଗ ହାସଲ କରିଛି । Tata Nexon ରେ ୩୮୨ ଲିଟରର ବୁଟ-ସ୍ପେସ୍ ରହିଛି । ସେହିଭଳି Brezza ରେ ୩୨୮ ଲିଟର ବୁଟ-ସ୍ପେସ୍ ଅଛି ।