Maruti Suzuki ଲଞ୍ଚ କଲା BS6 Celerio X କାର, ମିଳୁଛି ଅନେକ ଫିଚର୍ସ

ଦେଶର ସବୁଠାରୁ ବଡ ଅଟୋମୋବାଇଲ କମ୍ପାନୀ Maruti Suzuki India ନିଜର ହ୍ୟାଚବ୍ୟାକ୍‌ କାରCelerioX ରBS6 ଗାଡି ଲଞ୍ଚ କରିଛି। ଏହି କାରରେ ମାରୁତିର ୧.୦ ଲିଟର ଇଞ୍ଜନର ବ୍ୟବହାର କରାଯାଇଛି। ଏହାସହିତ କାରରେ ଅନେକ ଶାନଦାର ଫିଚର୍ସ ମଧ୍ୟ ରହିଛି। ମାରୁତି ସୁଜୁକି ଭାରତରେ ନିଜର ଲାଇନ ଅପ୍‌କୁ ଲଗାତାର ମଜବୁତ କରିବାକୁ ଚେଷ୍ଟା ଜାରି ରଖିଛି।

celerio

BS6 CelerioX K ସିରିଜରେ ୩- ସିଲିଣ୍ଡର ଯୁକ୍ତ ୧.୦ ଲିଟର ଇଞ୍ଜନ ରହିଛି। ଏହି ଇଞ୍ଜନରେ ୬୮bhp ର ପାଓ୍ଵାର ସହିତ ୯୦Nm ଟର୍କ ଉତ୍ପନ୍ନ କରିଥାଏ। ଏହି କାରରେ ୫ ସ୍ପିଡ ମାନୁଆଲ ଗିଅରବକ୍ସ ମିଳିଥାଏ। ଏହାସହିତ କାରରେ ଅଟମେଟିକ ଗିୟରବକ୍ସର ଅପସନ ମଧ୍ୟ ରହିଛି। ଏହି କାରରେ ଡୁଆରଏୟାବ୍ୟାଗ, ABS, EBD, ସିଟ୍‌ ବେଲ୍ଟ ରିମାଇଣ୍ଡର, ହାଇ ସ୍ପିଡ ଆଲର୍ଟ, ରିଅର ପାର୍କି ସେନସର, ପେଡେଷ୍ଟ୍ରିୟମ ପ୍ରୋଟେକ୍ସନ ଭଳି ଫିଚର୍ସ ରହିଛି।

ଏହି କାର ରେଗୁଲାର ସିଲେରିଓ ଠାରୁ ଅଧିକ ଆକର୍ଷଣୀୟ ମଡେଲ। କମ୍‌ ପଇସାରେ ଆକର୍ଷଣୀୟ ଲୁକ୍‌ରେ ନୂଆ ସିଲେରିଓ ଯୁବପିଢିକୁ ବେଶ ପସନ୍ଦ ମଧ୍ୟ ଆସୁଛି। ଏହାର ମୂଲ୍ୟ ୪.୯୦ ଲକ୍ଷ ରହିଛି। ଯାହା ପୁରୁଣା BS4 ତୁଳନାରେ ୧୫ ହଜାର ଟଙ୍କା ଅଧିକ ରହିଛି। ଏହାର ଚାରିଟି ଭାରିଏଣ୍ଟ ରହିଛି। VXI, VXI(o), ZXI ଏବଂ ZXI(O) ଭାରିଏଣ୍ଟରେ ଉପଲବ୍ଧ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.