କାର ପ୍ରେମୀଙ୍କ ପାଇଁ ବଢ଼ିଆ ସୁଯୋଗ, କେବଳ ୩୫ ହଜାର ଟଙ୍କାରେ କିଣନ୍ତୁ Marutiର ଏହି ମଡେଲ

କାର ପ୍ରେମୀଙ୍କ ପାଇଁ ଆସିଲା ଖୁସି ଖବର। ମାତ୍ର ଅଳ୍ପ ଟଙ୍କାରେ ଏବେ ଆପଣ ନିଜର ମନ ପସନ୍ଦର କାର କିଣିପାରିବେ। ପ୍ରାୟତଃ ଗାଡ଼ି ର ଦାମ ଅଧିକ ଥିବା କାରଣରୁ ଅନେକ ଜଣ ଆଫର୍ଡ କରିପାରନ୍ତି ନାହିଁ।

କାର କିଣିବା ନେଇ ଅନେକ ବ୍ୟକ୍ତିଙ୍କ ସ୍ବପ୍ନ ରହିଥାଏ। ଭାରତୀୟ ପରିବାରରେ ତ କାର କିଣିବା ପାଇଁ ବହୁ ବର୍ଷ ପର‌୍ୟ୍ୟନ୍ତ ପ୍ରସ୍ତୁତି ମଧ୍ୟ ହୋଇଥାଏ। ବେଳେବେଳେ ବଜେଟ ମଧ୍ୟରେ କିଛି କାର ପସନ୍ଦ ଆସିନଥିବା ବେଳେ ବେଳେବେଳେ କାର ବଜେଟ ଅଧିକ ହୋଇଯାଇଥାଏ। ଏମିତି ପରିସ୍ଥିତିରେ ସେକେଣ୍ଡ ହ୍ୟାଣ୍ଡ କାର ନେବା ହିଁ ଏକ ଉଚିତ୍ ଅପସନ ରହିଥାଏ।

ଆମେ କହୁଛୁ ସେକେଣ୍ଡ ହ୍ୟାଣ୍ଡ କାର ସମ୍ପର୍କରେ.. ବାସ୍ତବରେ ଏହିସବୁ ଗାଡ଼ିକୁ ମଧ୍ୟ କିଣିବା ଏତେ ସହଜ କଥା ନୁହେଁ। ଏଥିରେ ଗ୍ରାହକଙ୍କୁ ଅନେକ କନଫ୍ୟୁଜନ ଆସିଥାଏ। ପୁରୁଣା କାର କିଣିବା ସମୟରେ ଏହି ସନ୍ଦେହ ରୁହେ ଯେ କାର ଅବସ୍ଥା ପ୍ରକୃତରେ କିପରି ଥିବ? ଏହାସହ କାରକୁ କେତେ ଦିନ ଆଉ ଭଲରେ ବ୍ୟବହାର କରିପାରିବା..କିନ୍ତୁ ଏସବୁ ପ୍ରଶ୍ନ ପରେ ବି ଅନେକ ଜଣ ଏହି ପୁରୁଣା କାରକୁ କିଣିବାକୁ ଆଗକୁ ଆସନ୍ତି। ପରେ କିଛି ସମସ୍ୟା ମଧ୍ୟ ଦେଖାଯାଏ ନାହିଁ। ଏମିତିରେ ଆଜି ଆମେ ଆପଣଙ୍କୁ କିଛି ପୁରୁଣା କାରର ଲିଷ୍ଟ କହିବୁ, ଯାହା କମ ଦାମରେ ବିକ୍ରି ହେଉଛି। ସେକେଣ୍ଡହ୍ୟାଣ୍ଡ କାର ବଜାରରେ ଆପଣଙ୍କୁ ବାଇକର ମୂଲ୍ୟରେ ମନ ପସନ୍ଦ ଗାଡି ମିଳିଯିବ।

ଦୁନିଆରେ ଏପରି ଅନେକ ସ୍ଥାନ ରହିଛି ଯେଉଁଠାରେ ସେକେଣ୍ଡହ୍ୟାଣ୍ଡ କାର ଖୁବ ଶସ୍ତା ମୂଲ୍ୟରେ ମିଳିଥାଏ। ଆଜି ଆମେ ଆପଣଙ୍କୁ ଭାରତରେ ରହିଥିବା ସେହିଭଳି ଏକ ସ୍ଥାନ ବିଷୟରେ କହିବାକୁ ଯାଉଛୁ।

Maruti 800 STD ପାଇଁ ଦାମ ରହିଛି ମାତ୍ର ୩୫ ହଜାର ଟଙ୍କା। ଯାହାକି ଉତ୍ତରପ୍ରଦେଶର କାନପୁରରେ ଉପଲବ୍ଧ। ଏହା ୨୦୦୭ ମଡେଲର କାର। ଯେଉଁଥିରେ ପେଟ୍ରୋଲ ଇଞ୍ଜିନ ମିଳୁଛି। ଏହା ୮୨୪୫୬ କିଲୋମିଟର ପର୍ଯ୍ୟନ୍ତ ଚାଲିଛି। ଏବେ ଏହା ଫାଷ୍ଟ ଓନର ରହିଛି।

Maruti Alto LXI ର ଦାମ ରହିଛି ୪୯୦୦୦ ଟଙ୍କା। ଏହା ହରିଆଣାରେ ବିକ୍ରି ହେଉଛି। ଏହା ୨୦୦୯ ମଡେଲ ର କାର। ଯେଉଁଥିରେ ପେଟ୍ରୋଲ ଇଞ୍ଜିନ ମିଳୁଛି। ଏହା ୧୦୯୨୩୩ କିଲୋମିଟର ଚାଲିଛି। ଏହା ଫାଷ୍ଟ ଓନର ଏବେ ରହିଛି।

Maruti 800 STD ର ଦାମ ୫୦ ହଜାର ଟଙ୍କା ରହିଛି। ଯାହା ରାଜସ୍ଥାନରେ ବିକ୍ରି ହେଉଛି। ଏହା ୨୦୧୧ ମଡେଲର.. ଏଥିରେ ପେଟ୍ରୋଲ ଇଞ୍ଜିନ ମିଳୁଛି। ଏହା ବର୍ତ୍ତମାନ ପର୍ଯ୍ୟନ୍ତ ୧୧୧୪୮୦ କିଲୋମିଟର ପର୍ଯ୍ୟନ୍ତ ଚାଲିଛି। ଏହା ଥାର୍ଡ ଓନର କାର ।

Maruti Alto LXI ର ଦାମ ରହିଛି ୪୬୦୦୦ ଟଙ୍କା। ଏହା ହରିଆଣାରେ ବିକ୍ରି ହେଉଛି। ଏହା ୨୦୦୭ ମଡେଲର କାର। ଯେଉଁଥିରେ ପେଟ୍ରୋଲ ଇଞ୍ଜିନ ମିଳୁଛି। ଏହା ୧୯୦୦୦୦ କିଲୋମିଟର ଚାଲିଛି। ଏହା ଥାର୍ଡ ଓନର କାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.