ଏହି କାର୍ ଚଲାଇବା ମୂଲ୍ୟ ମୋଟରସାଇକେଲ୍ ଠାରୁ କମ୍, ଜାଣନ୍ତୁ ଏହାର ପ୍ରାଇସ୍ ଏବଂ ଫିଚର୍ସ

ଯେତେବେଳେ କିଛି କାର୍ କିଣିବା ପାଇଁ ପ୍ଲାନ୍ କରନ୍ତି ପ୍ରଥମେ ଆମ ମନକୁ ଆସିଥାଏ ଯେ କମ୍ ପ୍ରାଇସରେ ଗାଡ଼ି ଭଲ ମାଇଲେଜ୍ ଦେଉଛି କି? ଭାରତୀୟ ବଜାରରେ ଏଭଳି ଏକ କାର୍ ହେଉଛି Maruti Suzuki Celerio CNG, ଯିଏ ଅଧିକ ମାଇଲେଜ୍ ପ୍ରଦାନ କରିଥାଏ । Maruti Suzuki ର ଏହି କାର୍ ୩୪.୪୩ କିଲୋମିଟର/କିଲୋଗ୍ରାମର ମାଇଲେଜ୍ ଦେଇଥାଏ ।

Maruti Suzuki Celerio CNG ର ପ୍ରାଇସ୍ :

Maruti Suzuki Celerio CNG ର ଏକ୍ସ-ସୋରୁମ୍ ପ୍ରାଇସ୍ ୬ ଲକ୍ଷ ୬୯ ହଜାର ଟଙ୍କା ରହିଛି । ଯେଉଁମାନେ ଫ୍ୟୁଏଲ୍ ଖର୍ଚ୍ଚ ହ୍ରାସ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ଏକ ଭଲ ଅପ୍ସନ ହୋଇପାରିବ ।

ଏହି କମ୍ପାକ୍ଟ ହ୍ୟାଚବ୍ୟାକ୍ କାରରେ ୧ ଲିଟର ପେଟ୍ରୋଲ ଇଞ୍ଜିନ୍ ଅଛି, ଯାହା ୬୭ PS ର ପାୱାର ଏବଂ ୮୯ Nm ର ଟର୍କ ଜେନେରେଟ୍ କରିଥାଏ । ଏଥିରେ ୫-ସ୍ପିଡ୍ ମାନୁଆଲ୍ ଟ୍ରାନ୍ସମିସନ୍ ଏବଂ ୫-ସ୍ପିଡ୍ AMT ଟ୍ରାନ୍ସମିସନ୍ ମଳିଥାଏ । ଏହାର CNG ଭର୍ସନରେ ଏହି ଇଞ୍ଜିନ୍ କେବଳ ୫-ସ୍ପିଡ୍ ମାନୁଆଲ୍ ଟ୍ରାନ୍ସମିସନ ସହିତ ଆସିଥାଏ । ଏଥି ସହ ଏହା ୫୬.୭ PS ର ପାୱାର ଏବଂ ୮୨ Nm ର ଟର୍କ ଜେନେରେଟ୍ କରିଥାଏ । ଏଥିରେ ୬୦ ଲିଟରର CNG ଟ୍ୟାଙ୍କ୍ ମିଳିଥାଏ ।

Maruti Suzuki Celerio ରେ ଡୁଆଲ ଏୟାରବ୍ୟାଗ୍, EBD ସହିତ ABS, ESP, ରିଭର୍ସ ପାର୍କିଂ ସେନ୍ସର ଭଳି ସେଫ୍ଟି ଫିଚର୍ସ ରହିଛି । Celerio ର ଲମ୍ବ ୩୬୯୫ ମିଲିମିଟର ହୋଇଛି । ଏହା ବ୍ୟତୀତ Celerio ରେ ୩୧୩ ଲିଟରର ଏକ ବୁଟ୍ ସ୍ପେସ୍ ଅଛି ।

Maruti Celerio ରେ ପେଟ୍ରୋଲ୍ ଭ୍ୟାରିଆଣ୍ଟ ଲିଟର ପିଛା ପ୍ରାୟ ୨୬ କିଲୋମିଟର ମାଇଲେଜ୍ ପ୍ରଦାନ କରିଥାବାବେଳେ CNG ଭ୍ୟାରିଆଣ୍ଟ କିଲୋଗ୍ରାମରେ ପ୍ରାୟ ୩୪ କିଲୋମିଟର ମାଇଲେଜ୍ ଦେଇଥାଏ । ଏଥିରେ ଆପଲ୍ କାର୍ ପ୍ଲେ ଏବଂ ଆଣ୍ଡ୍ରଏଡ୍ ଅଟୋ, ଏସି ଭେଣ୍ଟ ଏବଂ ମିଜ୍ୟୁକ୍ କଣ୍ଟ୍ରୋଲ୍ ସହିତ ୭ ଇଞ୍ଚର ଟଚସ୍କ୍ରିନ୍ ଇନଫୋଟେନ୍ମେଣ୍ଟ ସିଷ୍ଟମ ଭଳି ଫିଚର୍ସ ମିଳିଥାଏ ।

You might also like