ବ୍ୟବସାୟ ଓ ଅର୍ଥନୀତି

ଆସୁଛି CNG କିଟ୍‌ ସହ ସଜ୍ଜିତ ମାରୁତି ସୁଜୁକି Celerio, ମିଳିବ ଏତେ ମାଇଲେଜ୍‌; ଜାଣନ୍ତୁ କେବେ ହେବ ଲଞ୍ଚ୍‌

ମାରୁତି ସୁଜୁକି (Maruti Suzuki) ପ୍ରାୟ ଦୁଇମାସ ପୂର୍ବେ ନଭେମ୍ବରରେ ହ୍ୟାଚବ୍ୟାକ୍ ସିଲେରିଓ ଲଞ୍ଚ କରିଥିଲା। ଏହି ମଡେଲକୁ କମ୍ପାନୀ ଦେଶର ସବୁଠାରୁ ଅଧିକ ମାଇଲେଜ୍ ଦେଉଥିବା କାର୍ ରୂପରେ ଲଞ୍ଚ କରିଥିଲା। ବର୍ତ୍ତମାନ ସିଲେରିଓ କିଣିବାକୁ ଆଗ୍ରହୀ ଥିବା ଗ୍ରାହକମାନଙ୍କ ପାଇଁ ଆଉ ଏକ ଖୁସି ଖବର ଆସିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଅଟୋ ନିର୍ମାତା ମାରୁତି ସୁଜୁକି କମ୍ପାନୀ ଚଳିତ ମାସ ଅର୍ଥାତ୍‌ ଜାନୁୟାରୀ ଶେଷ ସୁଦ୍ଧା Maruti Suzuki Celerio CNG ଭର୍ସନ ସହିତ ଲଞ୍ଚ କରିବାକୁ ନିଷ୍ପତ୍ତି ନେଇଛି।

Maruti Suzuki Celerio CNG ଭର୍ସନ

ମାରୁତି ସୁଜୁକି ସିଲେରିଓକୁ ୧.୦ ଲିଟର, ୩ ସିଲିଣ୍ଡର ଡ୍ୟୁଲଜେଟ ପେଟ୍ରୋଲ ଇଞ୍ଜିନ ଏବଂ ଫ୍ୟାକ୍ଟ୍ରି ଫିଟେଡ୍‌ ସିଏନଜି କିଟ୍ ସହିତ ଲଞ୍ଚ କରିବ। ଟ୍ରାନ୍ସମିସନ ଡ୍ୟୁଟି ପାଇଁ ଏହି କାରରେ ୫ ସ୍ପୀଡ୍‌ ମାନୁଆଲ୍ ଗିଅରବକ୍ସ ଦିଆଯିବ। CNG ଲାଗିଥିବା କାରଣରୁ ଗାଡିର ମାଇଲେଜ୍ ଆହୁରି ଜବରଦସ୍ତ ହେବ।

ଏତେ ମାଇଲେଜ୍, ଯାହା ବିଶ୍ୱାସ କରିହେବ ନାହିଁ

କୁହାଯାଉଛି କି, ଏହି କାରରେ ୩୦ କିଲୋମିଟରର ମାଇଲେଜ ମିଳିବ। ଅର୍ଥାତ୍‌ ସିଲେରିଓର CNG ମଡେଲ୍ ଆହୁରି ଅଧିକ ଇନ୍ଧନ ଦକ୍ଷ ହେବାକୁ ଯାଉଛି। ବର୍ତ୍ତମାନ ଏହାର ସାମ୍ପ୍ରତିକ ଭର୍ସନ ଦେଶରେ ସବୁଠାରୁ ଅଧିକ ମାଇଲେଜ୍ ଦେଉଥିବା କାର୍ ଭାବରେ ଗଣାଯାଉଛି। ଏହି କାର୍ ୨୬.୮kmplର ମାଇଲେଜ୍ ଦେଇଥାଏ।

ଏହି ଫିଚରଗୁଡ଼ିକ ମଧ୍ୟ ଜବରଦସ୍ତ

ନୂଆ ମାରୁତି ସିଲେରିଓ କମ୍ପାନୀର ପରବର୍ତ୍ତୀ ଜେନେରେଶନ K10C ପେଟ୍ରୋଲ ଇଞ୍ଜିନ ସହିତ ଆସିଥିବା ପ୍ରଥମ କାର। ଏହି ଇଞ୍ଜିନ୍ ଭବିଷ୍ୟତରେ ମାରୁତି ସୁଜୁକିର ଅନ୍ୟାନ୍ୟ ମଡେଲରେ ବ୍ୟବହୃତ ହେବ। ବର୍ତ୍ତମାନ ଏହାର ଇଞ୍ଜିନ୍ ୬୫bhp ଶକ୍ତି ଏବଂ ୮୯Nm ଟର୍କ ଜେନେରେଟ୍‌ କରୁଛି। ଏହି କାର ୫ ସ୍ପୀଡ୍‌ ମାନୁଆଲ୍ ଗିଅରବକ୍ସ ଏବଂ AMT ସହିତ ଆସିଥାଏ। ୫ମ HEARTEC ଟେକ୍ନୋଲୋଜି ସହିତ ସଜ୍ଜିତ ଏହି ମଡେଲକୁ କାର୍ ପ୍ରେମୀମାନଙ୍କ ଠାରୁ ଭରପୂର ଭଲ ପାଇବା ମିଳିଛି।

Roshni

Recent Posts

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

5 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

18 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

21 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

41 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago

ବାଲେଶ୍ଵରରେ କୋହଳ ହେଲା କର୍ଫ୍ୟୁ କଟକଣା, ଇଣ୍ଟରନେଟ୍ ସେବା ଉପଲବ୍ଧ

ବାଲେଶ୍ୱର : ବାଲେଶ୍ଵରରେ ସ୍ଵାଭାବିକ ହେଉଛି ସ୍ଥିତି । ଆଜିଠୁ ଆହୁରି କୋହଳ ହୋଇଛି କଟକଣା । ଟାଉନ୍ ଥାନା…

2 hours ago