ଲଞ୍ଚ ହେବ Maruti Suzuki ର ପ୍ରଥମ ଇଲେକ୍ଟ୍ରିକ୍ କାର୍, ରହିଛି ଦମଦାର୍ ଫିଚର୍ସ

ଜାପାନ୍ ଅଟୋମେକର୍ସ Maruti Suzuki ର ପ୍ରଥମ ଇଲେକ୍ଟ୍ରିକ୍ କାର୍ ଭାରତୀୟ ବଜାରରେ ଏଣ୍ଟ୍ରି କରିବାକୁ ପ୍ରସ୍ତୁତ ହେଉଛି । ଏହି ଇଲେକ୍ଟ୍ରିକ୍ କାର୍ ଚଳିତ ବର୍ଷ ଅର୍ଥାତ୍ ୨୦୨୫ ର ମେ ମାସ ଶେଷ ସୁଦ୍ଧା ଲଞ୍ଚ କରାଯାଇପାରିବ ।
Maruti ର ପ୍ରଥମ ଇଲେକ୍ଟ୍ରିକ୍ କାର୍ e Vitara ମଧ୍ୟ ଭାରତରେ ଅଟୋ ଏକ୍ସପୋ ୨୦୨୫ ରେ ଉପସ୍ଥାପନ କରାଯାଇଛି । ଏହି ଇଭେଣ୍ଟ ଜାନୁ୍ଆରୀ ୧୭ ରୁ ୨୧ ମଧ୍ୟରେ ନୂଆ ଦିଲ୍ଲୀରେ ହୋଇଥିଲା ।
Maruti e Vitara, Heartect e ପ୍ଲାଟଫର୍ମରେ ବେସ୍ଡ କାର୍ ହୋଇଛି । ଏହି କାରର ଫ୍ରଣ୍ଟରେ ଭିନ୍ନ ପ୍ରକାରର LED DRLର ବ୍ୟବହାର କରାଯାଇଛି । ଏହି କାରରେ ଲାଗିଥିବା ବ୍ଲକଡ୍ ଅଫ୍ ଗ୍ରୀଲ୍ ସହିତ Maruti ର ବଡ଼ ଲୋଗୋ ଲଗାଯାଇଛି ।
Maruti e Vitara ଦୁଇଟି ବ୍ୟାଟେରୀ ପ୍ୟାକ୍ ସହିତ ଆସିବାକୁ ଯାଉଛି । ଏହି କାରରେ ଏକ ୪୯ kwh ଏବଂ ଅନ୍ୟଟି ୬୧ kwh ର ବ୍ୟାଟେରୀ ପ୍ୟାକ୍ ମିଳିବ । Maruti ର ଏହି EV ବଡ଼ ବ୍ୟାଟେରୀ ପ୍ୟାକ୍ ସହିତ ୫୦୦ କିଲୋମିଟରର ରେଞ୍ଜ ଦେବାକୁ ଦାବି କରିଥାଏ ।
e Vitara ର ୪୯ kwh ର ବ୍ୟାଟେରୀ ପ୍ୟାକ୍ ୧୪୧ bhp ର ପାୱାର ଦେଇଥାଏ । ଇଲେକ୍ଟ୍ରିକ୍ କାରରେ ଦୁଇଟି ଭ୍ୟାରିଆଣ୍ଟ ପ୍ୟାକ୍ ସହିତ ସିଙ୍ଗଲ ମୋଟରର ଅପ୍ସନ ମଧ୍ୟ ମିଳିଥାଏ ।
Maruti e Vitara କୁ ଏକ୍ସଟେରିୟରରେ ୧୦ କଲର ଅପ୍ସନ ମିଳିଥାଏ । ଏହା ସହିତ ଇଣ୍ଟେରିୟରରେ ଚାର୍ ଡୁଆଲ ଟୋନ୍ ଅପ୍ସନ ସହିତ ଆସିଥାଏ । ଏହି ଇଲେକ୍ଟ୍ରିକ୍ କାରରେ ଡେଲ୍ଟା, ଜେଟା ଏବଂ ଆଲଫା ପରି ତିନୋଟି ଟ୍ରିମ୍ ଦିଆଯାଇଛି ।
e Vitara ର ଫିଚର୍ସ ବିଷୟରେ କହିବାକୁ ଗଲେ କାର୍ ଦମଦାର୍ ଫିଚର୍ସ ସହିତ ଆସିବ । ଏହି ଗାଡିରେ ଏମ୍ବିଏଣ୍ଟ ଲାଇଟିଂ, ଏହାର ଷ୍ଟାଣ୍ଡାର୍ଡ ମଡେଲରେ ୭-ଏୟାରବକ୍ସ ପରି ଫିଚର୍ସ ଦିଆଯାଇଛି ।
Maruti ର ଏହି EV ରେ ADAS ଲେଭଲ ୨ ର ଫିଚର ମଧ୍ୟ ଦିଆଯାଇଛି । ଏହାର ଅର୍ଥ ହେଉଛି ଏହି ଇଲେକ୍ଟ୍ରକ୍ କାରରେ ଲୋକମାନେ ଆଡପ୍ଟିଭ୍ କ୍ରୁଜ୍ କଣ୍ଟ୍ରୋଲ୍, ଲୋନ ଆସିଷ୍ଟ, ଆଡପ୍ଟିଭ୍ ହାଇ ବିମ୍ ସିଷ୍ଟମ ଏବଂ ବ୍ଲାଇଣ୍ଡ ସ୍ପୋର୍ଟ ମନିଟରିଙ୍ଗର ଫିଚର ମଧ୍ୟ ସାମିଲ ଅଛି ।