କମ୍ ଦାମ ସହ ଭଲ ଫିଚର୍ସ ଦେଇଥାଏ ଏହି ୭-ସିଟର କାର୍, ପାୱାରଟ୍ରେନରୁ ନେଇ ଫିଚର୍ସ ପର୍ଯ୍ୟନ୍ତ ଜାଣନ୍ତୁ ଡିଟେଲ୍ସ
ଯେତେବେଳେ ଆମେ ଏକ ୭-ସିଟର କାର କିଣିବା ପାଇଁ ପ୍ଲାନ୍ କରିଥାନ୍ତି, ସେତେବେଳେ ପ୍ରଥମେ ଆମ ମନକୁ ଆସିଥାଏ ମାଇଲେଜ । ଏଠାରେ ଅପାଣଙ୍କୁ କହିବାକୁ ଯାଉଛୁ ଯାହା ଭାରତରେ ଅଧିକ ମାଇଲେଜ୍ ଦେବା ଭଳି ୭-ସିଟର କାର୍ ହୋଇଛି ।
ଏହି କାରର ନାମ Maruti Suzuki Ertiga, ଯାହାକି ଏହାର ସେଗମେଣ୍ଟରେ ସବୁଠାରୁ ଅଧିକ ମାଇଲେଜ୍ ଦେବା ଭଳି କାର ମଧ୍ୟରୁ ଗୋଟିଏ । ଏହି ୭-ସିଟର କାର୍ ଆଗରେ ବଡ଼ ବଡ଼ କାର୍ ମଧ୍ୟ ଫିକା ପଡିଯିବ । କେବଳ ଏତିକି ନୁହେଁ, କାରରେ ଆପଣଙ୍କୁ ଭରପୂର ଫିଚର୍ସ ମିଳିବ । Ertiga ର ପ୍ରାଇସ୍ ୮.୬୯ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୧୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇଥାଏ ।
Maruti Suzuki Ertiga ର ମାଇଲେଜ୍ ବିଷୟରେ କହିବାକୁ ଗଲେ, ଏହାର ପେଟ୍ରୋଲ ଭ୍ୟାରିଆଣ୍ଟ ପ୍ରାୟ ୨୬.୧୧ କିଲୋମିଟର ମାଇଲେଜ୍ ଦେଇଥାଏ । ଏହା ସହିତ Ertiga ର ଇଞ୍ଜିନ୍ ୧.୫ ଲିଟର ପେଟ୍ରୋଲ୍ ଇଞ୍ଜିନ୍ ସହିତ ଆସିଥାଏ ।
Ertiga ରେ ମିଳିବ ଜବରଦସ୍ତ ଫିଚର୍ସ :
Maruti Suzuki Ertiga ର ସ୍ପେସିଫିକେସନ୍ ବିଷୟରେ କହିବାକୁ ଗଲେ, ମାକେର୍ଟରେ ଏହି କାର୍ ସର୍ବୋତ୍ତମ MPV ମଧ୍ୟରୁ ଏକ ବୋଲି ମନାଯାଏ । ଏହି ୭-ସିଟର କାରରେ ୧୪୬୨ cc ର ପେଟ୍ରୋଲ ଇଞ୍ଜିନ୍ ରହିଛି । ଏହି ଇଞ୍ଜିନ୍ ୧୦୧.୬୪ bhp ପାୱାର ସହିତ ୧୩୬.୮ Nm ର ପିକ୍ ଟର୍କ ଜେନେରେଟ୍ କରିଥାଏ । ଏହା ସହିତ ଏଥିରେ ମାନୁଆଲ୍ ଟ୍ରାନ୍ସମିସନର ଅପ୍ସନ ମିଳିପାରିବ । କମ୍ପାନୀ ଅନୁଯାୟୀ, ଏହି କାର ଲିଟର ପିଛା ୨୦.୫୧ କିଲୋମିଟର ମାଇଲେଜ୍ ମଧ୍ୟ ପ୍ରଦାନ କରିଥାଏ ।
ଏହା ସହିତ କାରରେ ଟଚସ୍କ୍ରିନ୍ ଇନଫୋଟେନ୍ମେଣ୍ଟ ସିଷ୍ଟମ ସହିତ ଅଟୋମେଟିକ୍ କ୍ଲାଇମେଟ୍ କଣ୍ଟ୍ରୋଲ୍ ସିଷ୍ଟମ୍ ଦିଆ ଯାଇଛି । ଏହା ବ୍ୟତୀତ କାରରେ ABS ସହିତ EBD, ଆଲୋଏ ହୁଇଲ୍ ଏବଂ ପାୱାର ୱିଣ୍ଡୋ ଭଳି ଅନେକ ଫିଚର୍ସ ସାମିଲ୍ ଅଛି । Maruti Suzuki Ertiga CNG ଭ୍ୟାରିଆଣ୍ଟରେ ମଧ୍ୟ ମାର୍କେଟରେ ଉପଲବ୍ଧ ଅଛି । ଏହି କାର୍ ମାର୍କେଟରେ Kia Carens ଭଳି MPV କୁ ଟକ୍କର ଦେବ ।