ପେଟ୍ରୋଲ-ଡିଜେଲକୁ ଭୁଲି ଯାଅ, ଏବେ ଗାଈ ଗୋବରରେ ଚାଲିବ କାର! ମାରୁତି ଖୁବ୍‌ ଶୀଘ୍ର ଆଣୁଛି ଏହି ଗାଡି

ଯେଉଁଠି ଇଲେକଟ୍ରିକ୍‌ କାରକୁ ଭବିଷ୍ୟତର ଗାଡି ବୋଲି କୁହାଯାଉଛି, ସେଠାରେ କିଛି କମ୍ପାନୀ ଗୋଟିଏ ପାଦ ଆଗକୁ ଯିବାକୁ ଚେଷ୍ଟା କରୁଛନ୍ତି। l ଟୋୟୋଟା ଏବଂ MG ସହିତ ଅନେକ କମ୍ପାନୀ ଅଛି ଯାହା ହାଇଡ୍ରୋଜେନ୍ ଚାଳିତ ଯାନ ଉପରେ କାମ କରୁଛନ୍ତି। ଏଥି ସହିତ ଭାରତର ବୃହତ୍ତମ କାର ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକି ଗୋଟେ ପାଦ ଆଗକୁ ଯାଇ ବର୍ତ୍ତମାନ ଗାଈ ଗୋବରରୁ ଗାଡି ଇନ୍ଧନ ବିଷୟରେ ଚିନ୍ତା କରୁଛନ୍ତି।

ନିକଟରେ ସୁଜୁକି ମୋଟର କର୍ପୋରେସନ୍ କ୍ଲିନର୍ ଫୁଏଲ ଅପ୍ସନ ଉପରେ ଫୋକସ୍‌ କରିବା କଥା କହିଥିଲେ। ଏହା ଅଧୀନରେ ମାରୁତି ସୁଜୁକି ବାୟୋଗ୍ୟାସ୍ ଉତ୍ପାଦନ ପାଇଁ ଗାଈ ଗୋବର ବ୍ୟବହାର କରିବ, ଯାହା ଭବିଷ୍ୟତରେ CNG କାର ଚଳାଇବାରେ ବ୍ୟବହୃତ ହେବ। ମାରୁତି ସୁଜୁକି ପାଖରେ ଭାରତରେ ସର୍ବ ବୃହତ CNG ଉତ୍ପାଦ ପୋର୍ଟଫୋଲିଓ ଅଛି ଏବଂ କମ୍ପାନୀ ଏହାର କାରକୁ ଚଲାଇବା ପାଇଁ ବିକଳ୍ପ ଇନ୍ଧନ ଉପରେ କାମ କରୁଛି।

ସୁଜୁକି କହିଛି, “ଅଙ୍ଗାରକାମ୍ଳ ନିର୍ଗମକୁ ହ୍ରାସ କରିବା ପାଇଁ ସୁଜୁକିର ଅନନ୍ୟ ପଦକ୍ଷେପ ହେଉଛି ବାୟୋଗ୍ୟାସ୍ ବ୍ୟବସାୟ, ଯେଉଁଥିରେ ଗାଈ ଗୋବରରୁ ବାୟୋଗ୍ୟାସ୍ ପ୍ରାପ୍ତ କରାଯିବ। ଏହି ବାୟୋଗ୍ୟାସ୍ ସୁଜୁକିର CNG ମଡେଲ୍ ପାଇଁ ବ୍ୟବହାର କରାଯାଇପାରିବ, ଯାହା ଭାରତର ପ୍ରଥମ CNG କାର ହେବ। ପ୍ରାୟ ୭୦ ପ୍ରତିଶତ ଗାଈ ଗୋବରକୁ ଭାରତର ଗ୍ରାମାଞ୍ଚଳରେ ଆବର୍ଜନା ଭାବରେ ଦେଖାଯାଏ । ମାରୁତିର ଏହି ଯୋଜନା ପରେ ଗାଈ ଗୋବର କିଣାଯାଇପାରିବ ଏବଂ ବିକ୍ରି କରାଯାଇପାରିବ। ସିଏନଜି ଅଟୋମୋଟିଭ୍‌ ସଲ୍ୟୁସନ୍ସ କେବଳ ଭାରତୀୟ ବଜାରର ଆବଶ୍ୟକତାକୁ ପୂରଣ କରିବ ତାହା ନୁର୍ହେ ବରଂ ଆଫ୍ରିକା, ଏସିଆନ୍ ଏବଂ ଜାପାନ ସମେତ ବଜାରକୁ ମଧ୍ୟ ରପ୍ତାନି ହେବ, ଯେଉଁଠାରେ କୃଷି କ୍ଷେତ୍ର ଅଧିକ ଶକ୍ତିଶାଳୀ ହେବ।

earthମାରୁତି ସୁଜୁକି ଗାଈ ଗୋବର ବାୟୋଗ୍ୟାସ୍ ଉତ୍ପାଦନ ଏବଂ ଯୋଗାଣ ପାଇଁ ଏକ ଯୋଜନା ମଧ୍ୟ ପ୍ରସ୍ତୁତ କରିଛି। ଏଥିପାଇଁ କମ୍ପାନୀ ନ୍ୟାସନାଲ ଡାଏରୀ ଡେଭଲପମେଣ୍ଟ ବୋର୍ଡ ଏବଂ ବାନାସ ଡେରି ଭଳି ସଂଗଠନ ସହ ମଧ୍ୟ ଭାଗିଦାରୀ କରିଛି। ସୁଜୁକି ଜାପାନ ଭିତ୍ତିକ ଫୁଜିସାନ୍ ଆସାଗିରି ବାୟୋମାସରେ Fujisan Asagiri Biomass ମଧ୍ୟ ବିନିଯୋଗ କରିଛି ଯାହା ବିଦ୍ୟୁତ୍ ଉତ୍ପାଦନ ପାଇଁ ଗାଈ ଗୋବର ବାୟୋଗ୍ୟାସ୍ ବ୍ୟବହାର କରେ।

ସୁଜୁକି ଅନୁମାନ କରୁଛି ଯେ ଗୋଟିଏ ଦିନରେ ୧୦ ଟି ଗାଈରୁ ପ୍ରାପ୍ତ ଗୋବର ୧ ଦିନ ପାଇଁ ୧ କାରକୁ ଚଳାଇବା ପାଇଁ ଯଥେଷ୍ଟ ହେବ। ଏବେପର୍ଯ୍ୟନ୍ତ, ସୁଜୁକିର ଗୋବର ବାୟୋଗ୍ୟାସ୍ ଯୋଜନା ଏକ ପରୀକ୍ଷଣ ପରି ଲାଗୁଛି। ଗାଈ ଗୋବର ବାୟୋଗ୍ୟାସ ଇଞ୍ଜିନ ଉପରେ ପ୍ରଭାବ ସହ ଅନେକ କିଛି ଉପରେ କାମ କରିବ । ସୁଜୁକି ୨୦୨୪ ର ମଧ୍ୟଭାଗରୁ ଗୋବର ବାୟୋଗ୍ୟାସ୍ ଉତ୍ପାଦନ ଆରମ୍ଭ କରିବାକୁ ଯୋଜନା କରିଛି ।