Maruti ର ଏହି ପ୍ରିମିୟମ୍ ୭-ସିଟରରେ ମିଳୁଛି ୨ ଲକ୍ଷରୁ ଅଧିକ ଡିସକାଉଣ୍ଟ, ଜାଣନ୍ତୁ କେତେ ରହିଛି ପ୍ରାଇସ୍

ଭାରତୀୟ ବଜାରରେ Maruti Suzuki ର କାରଗୁଡିକୁ ବହୁତ ପସନ୍ଦ କରାଯାଏ । ଏହି କାରଣରୁ କମ୍ପାନୀ କାରଗୁଡିକର ଡିମାଣ୍ଟ ମଧ୍ୟ ଅଧିକ ରହିଛି । Maruti Suzuki ର ଅନେକ କାର୍ ରହିଛି ଯାହା ଅଧିକ ବିକ୍ରି ହେଉଛି । ଯଦି ଆପଣ Maruti ର ଯେକୈଣସି ୭-ସିଟର କାର୍ କିଣିବା ପାଇଁ ପ୍ଳାନ୍ କରୁଛନ୍ତି, ତେବେ ଆପଣଙ୍କ ପାଇଁ Maruti Suzuki Invicto ଏକ ଭଲ ଅପ୍ସନ ହୋଇପାରିବ ।

Maruti Suzuki ନିଜର ପପୁଲାର MPV Invicto ଉପରେ ୨ ଲକ୍ଷ ୧୫ ହଜାର ଟଙ୍କା ଡିସକାଉଣ୍ଟ ଦେଉଛି । କମ୍ପାନୀର ଏହି କାର ଉପରେ ଗ୍ରାହକଙ୍କୁ ୨ ଲକ୍ଷ ୧୫ ହଜାର ଟଙ୍କା ଅଧିକ ଡିସକାଉଣ୍ଟ ଦିଆଯାଉଛି । ଏହି ଅଫରରେ କ୍ୟାସ୍ ଡିସକାଉଣ୍ଟ ସହିତ ଏକ୍ସଚେଞ୍ଜ ବୋନସ୍ ଏବଂ ସ୍କ୍ରାପେଜ୍ ବୋନସ୍ ମଧ୍ୟ ସାମିଲ ଅଛି ।

Maruti Suzuki Invicto ରେ ଦୁଇଟି ଦମଦାର୍ ଭ୍ୟାରିଆଣ୍ଟ ରହିଛି ସେଗୁଡିକ ହେଉଛି- Alpha Plus ଏବଂ Zeta Plus ସହିତ ମାର୍କେଟରେ ସାମିଲ ଅଛି । Invicto ଫ୍ରଣ୍ଟରେ ଭେଣ୍ଟିଲେଟେଡ୍ ଡିସ୍କ ବ୍ରେକ୍ ଏବଂ ରିୟରରେ solid disc ବ୍ରେକ୍ ଲଗାଯାଇଛି । Maruti ର ଏହି କାରରେ ୨୧୫/୬୦ R17 Precision କଟ୍ ଆଲୋଇ ହୁଇଲ୍ ଲଗାଯାଇଛି ।

Maruti Invicto ର ପାୱାରଟ୍ରେନ୍ ଏବଂ ମାଇଲେଜ୍ :

Maruti Invicto ରେ Toyota Innova Hycross ପରି ୨-ଲିଟର ପେଟ୍ରୋଲ/ହାଇବ୍ରିଡ୍ ଇଞ୍ଜିନ୍ ରହିଛି । ଏହି ଇଞ୍ଜିନ ୬,୦୦୦ rpm ରେ ୧୧୨ kW ର ପାୱାର ରହିଥାଏ ଏବଂ ୪,୪୦୦-୫,୨୦୦ rpm ରେ ୧୮୮ Nm ର ପିକ୍ ଟର୍କ ଜେନେରେଟ୍ ହୋଇଥାଏ । ଏହି କାରର ଉଭୟ ଭ୍ୟାରିଆଣ୍ଟରେ ଟୁ-ହୁଇଲ୍ ଡ୍ରାଇଭ୍ ସହିତ e-CVT ଟ୍ରାନ୍ସମିସନ୍ ରହିଛି । ଏହି ଇଞ୍ଜିନ ସହିତ ଏହି କାର୍ ୨୩.୨୪ kmpl ର ମାଇଲେଜ୍ ଦେଇଥାଏ ।

ପ୍ରାଇସ୍ ବିଷୟରେ କହିବାକୁ ଗଲେ Invicto ର ଏକ୍ସ-ସୋରୁମ୍ ପ୍ରାଇସ୍ ୨୫.୨୧ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୨୮.୯୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଏ । ଏହି କାର୍ Nexa Blue, Majestic Silver, Mystic White ଏବଂ Stellar Bronze colors ରେ ଉପଲବ୍ଧ ଅଛି ।