ମାତ୍ର ଲକ୍ଷେ ଟଙ୍କାରେ ଘରକୁ ଆଣନ୍ତୁ Maruti Suzuki Swift କାର୍

ନୂଆଦିଲ୍ଲୀ : Maruti Suzuki Swift ଭାରତର ଏକ ଲୋକପ୍ରିୟ କାର ମାନଙ୍କ ମଧ୍ୟରେ ଗଣାଯାଏ। ମଧ୍ୟମ ମୂଲ୍ୟରେ ଭଲ ମାଇଲେଜ୍ ରହିଥିବା କାରଣରୁ ଏହା ଗ୍ରାହକଙ୍କ ମନପସନ୍ଦ କାର । ଯଦି ଆପଣଙ୍କର ମଧ୍ୟ ଏହାକୁ କିଣିବାର ଇଛା ଅଛି କିନ୍ତୁ ବଜେଟ କମ ପାଇଁ ଆପଣ କିଣି ପାରୁନାହାନ୍ତି ତେବେ ଆଜି ଆମେ ଏଥିପାଇଁ ଉପାୟ କହିବାକୁ ଯାଉଛୁ। Maruti Suzuki Swift ଗ୍ରାହକଙ୍କ ପାଇଁ ଆଣିଛି ସୂବର୍ଣ୍ଣ ସୁଯୋଗ। ଯାହା ଫଳରେ ମାତ୍ର ୧ ଲକ୍ଷ ଟଙ୍କାରେ କାର ଆପଣଙ୍କର ହୋଇଯିବ।

suzuki-swift

Maruti Suzuki Swiftର ନୂଆଦିଲ୍ଲୀର ଏକ୍ସଶୋରୁମ୍ ମୂଲ୍ୟ ୪,୯୯ ଲକ୍ଷ ରହିଥିବା ବେଳେ ଏବେ ଅଫରରେ ଗ୍ରାହକ ମାତ୍ର ୨୦ ପ୍ରତିଶତ ୧ଲକ୍ଷ ଟଙ୍କା ଦେଇ କାରକୁ ନିଜ ଘରକୁ ନେଇପାରିବେ। Maruti Suzuki Swiftର XLବେରିଏଣ୍ଟରେ ୭ ବର୍ଷ ପର‌୍ୟ୍ୟନ୍ତ ଇଏମଆଇ ବିକଳ୍ପ ମିଳୁଛି। ଅର୍ଥାତ୍ ଗ୍ରାହକ ଦୈନିକ ୧୮୭ ଟଙ୍କା ହିସାବରେ ମାସକୁ ମାତ୍ର ୫,୬୩୯ଟଙ୍କା ଦେବାକୁ ପଡ଼ିବ। ତେବେ କମ୍ପାନିର ୱେବସାଇଟରେ ୫୦୦୦ ଟଙ୍କା ପର‌୍ୟ୍ୟନ୍ତର ଡ଼ାଉନପେମେଣ୍ଟ ବିକଳ୍ପ ମିଳୁଛି ଯାହା ପାଇଁ ଗ୍ରାହକଙ୍କୁ ଡ଼ିଲରଙ୍କ ସହ ସଂପର୍କ କରିବାକୁ ପଡ଼ିବ।

maruti-suzuki-dzire

Maruti Suzuki Swiftରେ ପାୱାର ଦେବା ପାଇଁ ୧୧୯୭ ସିସି, ୪ ସିଲିଣ୍ଡର ଇଞ୍ଜିନ ରହିଛି। ଯାହା ୬୦୦୦ ଆରପିଏମରେ ୬୧ କିଲୋୱାଟର ମାକ୍ସିମମ୍ ପାୱାର ଏବଂ ୪୨୦୦ ଆରପିଏମରେ ୧୧୩ ଏନଏମ୍ ପିକ୍ ଟ୍ରାକ୍ ଜେନେରେଟ କରିବ। ଏହାର ସାମ୍ନାରେ ଡୁଆଲ ଫ୍ରଣ୍ଟ ଏୟାରବ୍ୟାଗ୍ ରହିଥିବା ବେଳେ କାରରେ EBD ସହ ABS ଫିଚର ଲେସ ଅଟେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.