ଲଞ୍ଚ ହେଲା ମାରୁତି ସୁଜୁକି ସ୍ୱିଫ୍ଟ CNG ମଡେଲ୍‌, କମ୍ ଦାମରେ ମିଳିବ ଦମଦାର ଫିଚର୍ସ

ବର୍ତ୍ତମାନ ଭାରତରେ ମାରୁତି ସୁଜୁକି ସ୍ୱିଫ୍ଟ ଏକ ନୂଆ ସିଏନ୍‌ଜି ଭର୍ସନ ଆଣିଛି । ଏହି ନୂଆ ସ୍ୱିଫ୍ଟ ସିଏନ୍‌ଜିର ପ୍ରାରମ୍ଭିକ ମୂଲ୍ୟ ହେଉଛି ୮.୧୯ ଲକ୍ଷ ଟଙ୍କା । କମ୍ପାନୀ ଅନୁଯାୟୀ, ନୂଆ ଭର୍ସନର ହ୍ୟାଚବ୍ୟାକ୍‌ ୩୨.୮୫ କିଲୋମିଟର ମାଇଲେଜ୍‌ ଦେଇଥାଏ । ଏହା ସହ କମ୍ପାନୀ ୧୨ ଅକ୍ଟୋବର ୨୦୨୪ରୁ ଗ୍ରାହକଙ୍କୁ ନୂଆ ସ୍ୱିଫ୍ଟ ସିଏନଜି ଡେଲିଭରି କରିବାକୁ ଯାଉଛି ।

ଫିଚର୍ସ:
ସ୍ୱିଫଟରେ ନୂଆ ମଡେଲ୍‌ ପରି ଡିଜାଇନ୍‌ ଏବଂ ଫିଚରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହା ଏଲଇଡି ଫଗ୍‌ ଲାଇଟ୍‌, ଏଲଇଡି ପ୍ରୋଜେକ୍ଟର ହେଡଲ୍ୟାମ୍ପ, ଏଲଇଡି ଟାଇଲାଇଟ୍‌, ୧୫ ଇଞ୍ଚର ଆଲ୍‌ଏ ହ୍ଵିଲ୍‌, ୯ ଇଞ୍ଚର ଟଚସ୍କ୍ରିନ୍‌ ସିଷ୍ଟମ, ଅଟୋମେଟିକ୍‌ କ୍ଲାଇମେଟ୍‌ କଣ୍ଟ୍ରୋଲ, ରିୟର ଏସି ଭେଣ୍ଟ ସହ ଏଥିରେ OTA ଅପଡେଟ୍‌ ମଧ୍ୟ ଦିଆଯାଇଛି ।

ପାଓ୍ଵାର ଟ୍ରେନ:
ନୂଆ ମାରୁତି ସ୍ୱିଫ୍ଟ ସିଏନ୍‌ଜିରେ ୧.୨ ଲିଟର, ତିନି ସିଲିଣ୍ଡର ଏବଂ NA ପେଟ୍ରୋଲ ଇଞ୍ଜିନ ଉପଲବ୍ଧ ଅଛି । ଯାହା ୮୦bhp ଏବଂ ୧୧୨Nm ର ଟର୍କ ଜେନେରେଟ କରିଥାଏ । ସିଏନଜି ମୋଡ୍‌ରେ ଆଉଟପୁଟ୍‌ ୬୯bhp ଏବଂ ୧୦୨Nm ପର୍ଯ୍ୟନ୍ତ କମ୍‌ ହୋଇଯାଇଥାଏ । ବିଶେଷଭାବେ, ଏହା ୩୨.୮୫ km/kg ମାଇଲେଜ୍‌ ପ୍ରଦାନ କରିବ ବୋଲି ଦାବି କରାଯାଇଛି । ଯାହା ପ୍ରିଭିୟସ୍-ଜେନ୍ ସ୍ୱିଫ୍ଟ ତୁଳନାରେ ୬ ପ୍ରତିଶତ ଅଧିକ ଅଛି । ଏହା ସହ ୫-ସ୍ପିଡ୍‌ ମାନୁଆଲ୍‌ ଗିୟରବକ୍ସ ହେଉଛି ଏକମାତ୍ର ଟ୍ରାନ୍ସମିସନ ।

ଏହାର ତିନୋଟି ଭାରିଆଣ୍ଟ ରହିଛି ଯାହା ହେଉଛି- VXi, VXi(O) ଏବଂ ZXi । ଏହି ନୂଆ ସ୍ୱିଫ୍ଟ ସିଏନଜିର ତିନୋଟି ଭାରିଆଣ୍ଟର ଦାମ୍ ଯଥାକ୍ରମେ: ୮.୧୯ ଲକ୍ଷ, ୮.୪୬ ଲକ୍ଷ ଏବଂ ୯.୧୯ ଲକ୍ଷ ଟଙ୍କା ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like