ମାରୁତି ଲଞ୍ଚ୍‌ କରିବ ନିଜର ୬ଟି ଇଭି, WagonR ଠାରୁ ନେଇ ସ୍ୱିଫ୍ଟ ଇଭି ଯାଏଁ ସବୁ ରହିଛି ସାମିଲ୍‌

ଭାରତରେ ଇଲେକଟ୍ରିକ ଭେଇକିଲ୍ସକୁ ନେଇ ମାର୍କେଟରେ ଭାରି ଡିମାଣ୍ଡ ରହିଛି । କିନ୍ତୁ ବର୍ତ୍ତମାନରେ ମାରୁତିର କୌଣସି ବି ଇଲେକଟ୍ରିକ କାର ଏଠାରେ ମହଜୁଦ୍‌ ନାହିଁ । କମ୍ପାନୀ ପ୍ଲାନ ରହିଛି ଯେ ଶସ୍ତା ଇଲେକଟ୍ରିକ ଭେଇକିଲ୍ସକୁ ତିଆରି କରିବା । ଏହାସହିତ ଇଭି କାର ବି ତିଆରି ହେଉଛି ଯାହା ଭଲ ରେଞ୍ଜ୍‌ ଦେବାରେ ସକ୍ଷମ ହେବ । ମାରୁତି କୌଣସି ବି କାର ଲଞ୍ଚ୍‌ କରିବା ପୂର୍ବରୁ ସୁନିଶ୍ଚିତ କରୁଛି ଯେ ବର୍ତ୍ତମାନ ଇଲେକଟ୍ରିକ କାରର ଇନଫ୍ରାଷ୍ଟ୍ରକଚର ଯେପରି ପୂର୍ବ ଅପେକ୍ଷା ବହୁତ ମଜବୁତ୍‌ ହେବ । ଏବେ ମାରୁତି ସୁଜୁକି ନିଜର ୨୦୩୦ ପର୍ଯ୍ୟନ୍ତର ଲଙ୍ଗ୍‌ ଟର୍ମ ପ୍ଲାନକୁ ମଧ୍ୟ ଉପସ୍ଥାପନା କରିଛି, ଯେଉଁଥିରେ ଏହା ଖୁଲାସା କରାଯାଇଛି ଯେ କମ୍ପାନୀ ଭାରତରେ ୬ଟି ଇଭି କାର ଲଞ୍ଚ୍‌ କରିବ । ମାରୁତି ପ୍ରତ୍ୟେକ ଇଲେକଟ୍ରିକ କାରର ଲୁକ୍ସକୁ ଟିଜର ଜରିଆରେ ଦେଖାଇଛି । ତାହେଲେ ଆସନ୍ତୁ ଜାଣିବା ମାରୁତି ୭ ବର୍ଷ ପାଇଁ ରେଡି କରିଥିବା ୬ଟି କାର ବିଷୟରେ ।

ମାରୁତି ଇଭିଏକ୍ସ

ମାରୁତିର ଅପକମିଙ୍ଗ୍‌ ଇଲେକଟ୍ରିକ କାର ଇଭିଏକ୍ସ କନସେପ୍ଟର ପ୍ରଡକ୍ସନ ଭର୍ସନ ହେବ । କମ୍ପାନୀ ଇଭିଏକ୍ସ କନସେପ୍ଟରୁ ଅଟୋ ଏକ୍ସପୋ ୨୦୨୩ରେ ପରଦା ଉଠାଇଥିଲା । ଏହା ଏକ କମ୍ପାକ୍ଟ ଇଲେକଟ୍ରିକ ଏସୟୁଭି କାର ଅଟେ ଯାହା ବକ୍ସି ଲେଆଉଟ ଡିଜାଇନରେ ଆସିଥାଏ । ଏହି କନସେପ୍ଟ ମଡେଲରେ ଅଲ-ହ୍ଵିଲ୍‌-ଡ୍ରାଇଭଟ୍ରେନ ସହିତ ଡୁଆଲ ଇଲେକଟ୍ରିକ ମୋଟର ଲଗାଯିବାର ଦାବି କରାଯାଉଥିଲା । ଇଭିଏକ୍ସ ମାରୁତିର ସବୁଠାରୁ ଅଫୋର୍ଡେବଲ କାର ହେବନାହିଁ ସତ କିନ୍ତୁୁ ଲାଟେଷ୍ଟ ଟେକ୍ନୋଲୋଜି ସହ ଲେସ୍‌ ହେବ ।

ଅଧିକ ପ୍ରିମିୟମ୍‌ କାର ଭାବେ ଏଥିରେ ୬୦ କେଡବ୍ଲ୍ୟୁଏଚ୍‌ ବ୍ୟାଟେରୀ ପ୍ୟାକ୍‌ ଦିଆଯାଇପାରେ । ଏହାର ସାର୍ଟିଫାଇଡ୍‌ ରେଞ୍ଜ୍‌ ୫୫୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ । ଇଭିଏକ୍ସ ଏକ ଅନ୍ତରାଷ୍ଟ୍ରୀୟ ମଡେଲ ହେବ, ଭାରତର ଏହାକୁ ୨୦୨୫ ମସିହାର ଆରମ୍ଭରେ ଲଞ୍ଚ୍‌ କରାଯାଇପାରେ । ଅନୁମାନ କରାଯାଉଛି ଯେ ଏହାର ଦାମ୍‌ ୨୦ ଲକ୍ଷ ଟଙ୍କାରୁ ୨୫ ଲକ୍ଷ ଟଙକା ଭିତରେ ରଖାଯାଇପାରେ ।

ମାରୁତି ଓ୍ଵାଗନ୍‌ ଆର ଇଭି ଓ୍ଵାଗନଆର କମ୍ପାକ୍ଟ ହ୍ୟାଚବ୍ୟାକ ଇଲେକଟ୍ରିକ ଭର୍ସନକୁ ଲୋକାଲ ଟେଷ୍ଟିଙ୍ଗ୍‌ କରିବା ସମୟରେ ଅନେକ ଥର ଦେଖିବାକୁ ମିଳିଲାଣି । ଓ୍ଵାଗନଆରର ବର୍ତ୍ତମାନର ପେଟ୍ରୋଲ ମଡେଲ ମୁକାବିଲାରେ ଇଲେକଟ୍ରିକ ଭର୍ସନର ଡିଜାଇନିଙ୍ଗରେ ଅନେକ ପରିବର୍ତ୍ତନ କରାଯାଇପାରେ । ଏହା କମ୍ପାନୀର ଏଣ୍ଟ୍ରି ଲେବଲ ଇଲେକଟ୍ରିକ କାର ହୋଇପାରେ, ଯାହାର ରେଞ୍ଜ୍‌ ୨୫୦ କିଲୋମିଟରରୁ ଅଧିକ ହୋଇପାରେ ।

ମାରୁତି ଫ୍ରଙ୍କସ୍‌ ଇଭି

ଫ୍ରଙ୍କ୍ସ ହେଉଛି ଭାରତରେ ଲଞ୍ଚ୍‌ ହେବାକୁ ଥିବା ମାରୁତିର ଲାଟେଷ୍ଟ କାର । ଏହା ଏକ କ୍ରସଓଭର କାର ଅଟେ, ଯାହା ବାଲେନୋ ହ୍ୟାଚବ୍ୟାକରେ ବେସଡ । ଭାରତରେ ଏହାକୁ ବ୍ୟାଟେରୀ ଇଲେକଟ୍ରିକ ଡ୍ରାଇଭଟ୍ରେନ୍‌ ସହିତ ୨୦୩୦ ପର୍ଯ୍ୟନ୍ତ ଲଞ୍ଚ୍‌ ହୋଇପାରେ । ଫ୍ରଙ୍କସ୍‌ କାରର ଇଲେକଟ୍ରିକ ଭର୍ସନର ମୁକାବିଲା ବେଷ୍ଟ ସେଲିଙ୍ଗ୍‌ ଟାଟା ନେକ୍ସନ ଇଭି ସହ ହୋଇପାରେ । ଏହି ଅପକମିଙ୍ଗ୍‌ କାର ରେଞ୍ଜ୍‌ ୩୫୦ କିଲୋମିଟର ପାଖାପାଖି ହୋଇପାରେ ।

ସୁଜୁକି ହସଲର୍‌ ଇଭି

ଏହି ସିଲହାଉଟ୍‌ ଇମେଜ୍‌ ଜାପାନରେ ବିକ୍ରି ପାଇଁ ଉପଲବ୍ଧ କମ୍ପାକ୍ଟ ଏସୟୁଭି ହସଲର୍‌ ଦ୍ୱାରା ଏକଦମ୍‌ ସାମଞ୍ଜସ୍ୟ ରହିଛି । ଏହା ମାରୁତି ଏସ-ପ୍ରେସୋ ଏବଂ ଇଗ୍ନିସ ମଧ୍ୟରେ କାର ଅଟେ, ଯାହାର ଷ୍ଟାଇଲିଙ୍ଗ୍‌ ଓ୍ଵାଗନଆର ମୁକାବିଲା ଅଧିକ ଦମଦାର୍‌ ହେବ । ହସଲର କାର ଭାରତରେ କେବେବି ଲଞ୍ଚ୍‌ ହୋଇନାହିଁ, କିନ୍ତୁ ଏହାର ଇଲେକଟ୍ରିକ ଭର୍ସନ ଭାରତ ଆସିବା କନଫର୍ମ ବୋଲି ଲାଗୁଛି । ଏହାର ମେକାନିକାଲ୍ସ ଓ୍ଵାଗନଆର ଇଭି ସହ ମେଳ ଖାଇପାରେ ।

ମାରୁତି ସ୍ୱିଫ୍ଟ ଇଭି

ମାରୁତି ଦ୍ୱାରା ଟିଜ୍‌ କରାଯାଇଥିବା ଏହି ୬ ମଧ୍ୟରୁ ଦୁଇଟି ସିଲହାଉଟ ଜଣାପଡୁନାହିଁ, କାହିଁକିନା ଏହା କମ୍ପାନୀର ପୋର୍ଟଫୋଲିୟୋରେ ମହଜୁଦ୍‌ କୌଣସି ବି କାର ସହ ବେସଡ ନାହିଁ । କିନ୍ତୁ ମଡେଲ ରେଗୁଲାର ସ୍ୱିଫ୍ଟ ସହ ସାମଞ୍ଜସ୍ୟ ରହିଛି । ଫ୍ରଣ୍ଟରେ ଏଥିରେ କର୍ବି ସେପ୍‌ ଦିଆଯାଇଛି ଏବଂ ବହୁତ ଛୋଟ କାର । ଏହାର ଷ୍ଟେସ ବହୁତ ଚଉଡା ରହିଛି । ଏହା ମାରୁତିର ପପୁଲାର ହ୍ୟାଚବ୍ୟାକ୍‌ ସ୍ୱିଫ୍ଟର ନେକ୍ସଟ୍‌ ଜେନେରେସନ୍‌ ମଡେଲର ଇଲେକଟ୍ରିକ ଭର୍ସନ ହୋଇପାରେ । ଏହା ଇଭି ଓ୍ଵାଗନଆର ଇଭି ଏବଂ ଫ୍ରଙ୍କସ ଇଭି ମଧ୍ୟରେ ଗ୍ୟାପକୁ ଭରିପାରେ । ଏହାର ରେଞ୍ଜ୍‌ ୩୦୦ କିଲୋମିଟରର ଆଖପାଖରେ ହୋଇପାରେ ।

ମାରୁତି ପ୍ରିମିୟମ୍‌ କମ୍ପାକ୍ଟ ଇଭି

ଏହା ଇଭିଏକ୍ସ ବ୍ୟତୀତ ମାରୁତିର ଦ୍ୱିତୀୟ ନୂଆ ବ୍ୟାଟେରୀ ଇଲେକଟ୍ରିକ ଭେଇକିଲ ହୋଇପାରେ । ସିଲହାଉଟକୁ ଯଦି ଧ୍ୟାନ ଦେବା ତାହେଲେ ଏହି ଗାଡିର ଷ୍ଟାଇଲିଙ୍ଗ୍‌ ବହୁତ ପ୍ରିମିୟମ୍‌ ଲାଗୁଛି ଏବଂ ଏହାର ଲମ୍ବ ଚାରି ମିଟରରୁ ଅଧିକ ରହିଛି । ଏହାର ଟେଲ ଆଣ୍ଡର ସେପ୍‌ ସ୍ପୋର୍ଟି ଲୁକରେ ନଜର ଆସୁଛି, ସେହିପରି ଏହାର ରୁଫଲାଇନ ଇଭିଏକ୍ସ ମୁକାବିଲାରେ ସାମାନ୍ୟ ତଳେ ଲାଗୁଛି । ଅନୁମାନ କରାଯାଉଛି ଯେ ଏକ ପ୍ରିମିୟମ୍‌ ଇଲେକଟ୍ରିକ କାର ହୋଇପାରେ ଯାହା ୪୦୦ କିଲୋମିଟର ଆଖପାଖର ରେଞ୍ଜ୍‌ ହୋଇପାରେ ।

ମାରୁତି ୨୦୩୦ ପର୍ଯ୍ୟନ୍ତ ପାଇଁ ପ୍ଲାନ୍‌ କରିଥିବା ନିଜର ସମସ୍ତ ଇଲେକଟ୍ରିକ କାରର ସିଲହାଉଟ ଇମେଜ୍‌ ଦେଖାଇଛି । କମ୍ପାନୀ ପରିସ୍ଥିତି ଅନୁଯାୟୀ କାରର ଟାଇମଲାଇନକୁ ବଦଳାଇବି ପାରେ। ଯଦି ଆପଣ ମଧ୍ୟ ମାରୁତିର କୌଣସି ଇଲେକଟ୍ରିକ କାରର ଅପେକ୍ଷାରେ ଅଛନ୍ତି ତାହେଲେ ଏଥିମଧ୍ୟରୁ ଆପଣ କେଉଁଟାକୁ ବାଛିବେ ଆମକୁ କମେଣ୍ଟ ସେକ୍ସନରେ ଲେଖି ଜଣାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.