ଆରମ୍ଭ ହେଲା Maruti Suzuki Xl6 SUVର ବୁକିଂ, ଖୁବ କମ ତେଲ ଖର୍ଚ୍ଚ ସହ ଦାମ ରହିଛି ପୁରା ଶସ୍ତା

ମାରୁତି ସୁଜୁକି ଏବେ ଭାରତରେ ଅନେକ ନୂଆ ମଡେଲ ଲଞ୍ଚ କରିବାକୁ ଯାଉଛି। ଯେଉଁଥିରେ ସାମିଲ ରହିଛି XL6 SUV ଏବଂ Ertiga Facelift । କମ୍ପାନୀ ପ୍ରଥମେ ଏହି ଦୁଇ ମଡେଲର ବୁକିଂ ଆରମ୍ଭ କରିସାରିଛି। ଏହା ଗ୍ରାହକଙ୍କୁ ଖୁବ ପସନ୍ଦ ଆସିବ ବୋଲି କମ୍ପାନୀ ଦାବି କରିଛି। ଏହାର ସାଇଜ ଓ ଫିଚର୍ସ ମଧ୍ୟ ଜବରଦସ୍ତ ରହିଛି। ଯାହାକି କମ୍ପର୍ଫଟ ବା ଆରାମ ଦାୟକ ରହିଛି।

ସବୁଠୁ ବଡ଼ କଥା ହେଉଛି ଏହା ଭାରତରେ କମ ଦାମରେ ବିକ୍ରି ହେବ। କମ ଦାମରେ ହାଇଟେକ ଫିଚର୍ସ ରହିଥିବାରୁ ଏହା ଗ୍ରାହକଙ୍କୁ ଖୁବ ପସନ୍ଦ ଆସିବ ବୋଲି ଶୁଣାଯାଉଛି। ମାରୁତି ସୁଜୁକି XL6 ଭାରତୀୟ ବଜାରରେ ମନ ପସନ୍ଦ ର ଗାଡ଼ି ଲିଷ୍ଟ ମଧ୍ୟରେ ଆସୁଥିବା SUV , ଯାହାକି ଗ୍ରାହକଙ୍କୁ କମଫର୍ଟ ଜୋନ ପ୍ରଦାନ କରିଥାଏ। ଚଳିତ ମାସ କମ୍ପାନୀ ଏହାର ନୂଆ ମଡେଲକୁ ଲଞ୍ଚ କରିବାକୁ ଯାଉଛି। ଯେଉଁଥିରେ ଲୋକଙ୍କର ମନ ପସନ୍ଦ ଫଚିର୍ସକୁ ଆଡ କରାଯାଇଛି। ଏବେ କମ୍ପାନୀ ମଧ୍ୟ ଏହାର ବୁକିଂ ପ୍ରକ୍ରିୟା ଆରମ୍ଭ କରିଦେଇଛି।

ଏଥିପାଇଁ ଗ୍ରାହକ ୧୧ ହଜାର ଟଙ୍କା ଦେଇ ଏହାକୁୁ ପ୍ରିବୁକିଂ କରିପାରିବେ। ଏହା ଆସନ୍ତା ଅପ୍ରେଲ ୨୧ରେ ଲଞ୍ଚ କରାଯିବ । ଏହାସହିତ ୨୦୨୨ ରେ New Ertiga ମଧ୍ୟ ଚଳିତ ମାସ ଲଞ୍ଚ ହେବ।

 suzuki
pc: india car news

ଏମିତିରେ ମିଡ ସାଇକେଲ ଫେସାଲିଫ୍ଟ New XL6 ର ଫିଚର୍ସରେ ବଡ଼ ପରିବର୍ତ୍ତନ କରାଯିବ। ଏଥିରେ ଅନେକ କସମେଟିକ ପରିବର୍ତ୍ତନ ହେବ, ଏହାସହ ଇଞ୍ଜିନରେ ମଧ୍ୟ ପରିବର୍ତ୍ତନ କରାଯିବ। ଏଥିରେ ନିଉ ଗ୍ରିଲ , ଡିଜାଇନ ବମ୍ପର୍ସ ବ୍ୟତିତ ଲୁକ୍ସରେ ଅନେକ ପରିବର୍ତ୍ତନ ହୋଇଛି। ଏହାର ସାଇଜ ମଧ୍ୟ ବଡ଼ ରଖାଯାଇଛି। ଏହା ଇଣ୍ଡୋନେସିଆନ ମଡେଲ ଭଳି ଦେଖାଯିବାର କୁହାଯାଉଛି। ତେବେ ଭାରତୀୟ ବଜାରରେ ଏହାର ମୁକାବିଲା ମହିନ୍ଦ୍ରା ମରାଜୋ ଏବଂ କିଆ କେରେନ୍ସ ବ୍ୟତିତ ଇସି ଫ୍ୟାମିଲିର ମାରୁତି ଅର୍ଟିଗା ସହ ହେବ ବୋଲି ଶୁଣାଯାଉଛି।

୨୦୨୨ XL6 ରେ ମାରୁତି ସୁଜୁକି ଦ୍ୱାରା କରାଯାଇଥିବା ବଡ଼ ପରିବର୍ତ୍ତନ ହେଉଛି ଏହାର ଇଞ୍ଜିନ। ରିପୋର୍ଟ ମୁତାବିକ ଏହି ଗାଡ଼ିରେ ତେଲ ଖର୍ଚ୍ଚ କମ ପାଇଁ 1.5 ଲିଟର ପେଟ୍ରୋଲ ଇଞ୍ଜିନ ଦିଆଯାଇଛି। ଏହାସହ କମ୍ପାନୀ ଗାଡ଼ିର ଇଞ୍ଜିନ ୪-ସ୍ପିଡ କନଭର୍ଟର ଅଟୋମେଟିକ ଟ୍ରାନ୍ସମିସନ ସହ ୬ ସ୍ପିଡ ମାନୁଆଲ ଗିୟରବକ୍ସ ଦେବାର ଯୋଜନା ରଖିଛି।

ଏମିତିରେ କମ୍ପାନୀ ପାଇଁ ଚଳିତ ୨୦୨୨ ମସିହା ଖୁବ ଭଲ ରହିବ ବୋଲି କୁହାଯାଉଛି । ଚଳିତ ବର୍ଷ କମ୍ପାନୀ ୬ଟି ନୂଆ କାର ଲଞ୍ଚ କରିବାର ଯୋଜନା ରଖିଛି। ଯାହା ମଧ୍ୟରୁ କିଛି ମାର୍କେଟକୁ ଆସି ସାରିଛି। ଆଗକୁ ଏହି ଲିଷ୍ଟରେ ଅଛନ୍ତି Baleno CNG, upda ted bitara brezza, ଦୁଆଲ ଜେଟ ଇଞ୍ଜିନ ସହ maruti Suzuki ignis, maruti Suzuki S-presso ସାମିଲ ରହିଛି। ଏହାସହ ବର୍ଷ ଶେଷରେ କମ୍ପାନୀ ମିଡସାଇଜର SUV ଆଣିବାର ଯୋଜନା ରଖିଛି। ଯାହା ହୁଣ୍ଡାଇ କ୍ରେଟା ସହ ମୁକାବିଲା କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.