ଫୁଲ୍ ଚାର୍ଜରେ ୫୦୦ କି.ମିରୁ ଅଧିକ ଚାଲିବ Marutiର ପ୍ରଥମ ଇଲେକ୍ଟ୍ରିକ୍ SUV, ଜାଣନ୍ତୁ କେବେ ହେବ ଲଞ୍ଚ?

Maruti Suzuk ଭାରତୀୟ ବଜାରରେ ଏହାର ପ୍ରଥମ ଇଲେକ୍ଟ୍ରିକ୍ SUV ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । କମ୍ପାନୀର ଏହି ଅପକମିଙ୍ଗ ଗାଡ଼ିର ନାମ ହେଉଛି Maruti Suzuki e-Vitara, ଯାହାକୁ ପ୍ରଥମେ ଇଣ୍ଡିଆ ମୋବିଲିଟି ଗ୍ଲୋବାଲ୍ ଏକ୍ସପୋ ୨୦୨୫ରେ ଉପସ୍ଥାପନ କରାଯାଇଥିଲା । ଏବେ ଏହି ଇଲେକ୍ଟ୍ରିକ୍ SUV ଲଞ୍ଚ ହେବାର ଆଗାମୀ କିଛି ମାସ ମଧ୍ୟରେ ଏହାକୁ ଅଫିସିଆଲ ଭାବରେ ଘୋଷଣା କରାଯାଇପାରେ ।

Maruti Suzuki e-Vitara ଭାରତରେ NEXA ଡିଲରସିପ୍ ନେଟୱାର୍କ ମାଧ୍ୟମରେ ବିକ୍ରି ହେବ । ଏହି SUV ଅନେକ ପ୍ରିମିୟମ୍ ଏବଂ ଟେକ୍ନୋଲୋଜି ଭରପୂର ଫିଚର୍ସ ସହିତ ଆସିବ, ଯାହା ଏହାକୁ ବଜାରରେ ଏକ ମଜବୁତ୍ ଅପ୍ସନ କରିବ।

ଏହି ଇଲେକ୍ଟ୍ରିକ୍ SUVରେ ଏକ ବଡ଼ ଟଚସ୍କ୍ରିନ୍ ଇନଫୋଟେନମେଣ୍ଟ ଡିସପ୍ଲେ, ୬ଟି ଏୟାରବ୍ୟାଗ୍ ସହିତ ସୁରକ୍ଷାର ଧ୍ୟାନ ଦିଆଯାଇଛି । ଏହା ବ୍ୟତୀତ ଏଥିରେ ୩୬୦ଡିଗ୍ରୀ ସରାଉଣ୍ଡ ଭ୍ୟୁ କ୍ୟାମେରା ସିଷ୍ଟମ, ଫ୍ରଣ୍ଟ ଭେଣ୍ଟିଲେଟେଡ୍ ସିଟ୍ ଏବଂ ଏକ ପାନୋରାମିକ୍ ସନରୁଫ୍ ଭଳି ପ୍ରିମିୟମ୍ ଫିଚର୍ସ ପ୍ରଦାନ କରାଯିବ। SUVରେ ୧୮-ଇଞ୍ଚ ଆଲଏ ହୁଇଲ ରହିବ ଏବଂ ଏହା ଲେଭଲ୍-2 ADAS (ଆଡଭାନ୍ସଡ୍ ଡ୍ରାଇଭର୍ ଆସିଷ୍ଟାନ୍ସ ସିଷ୍ଟମ୍) ସହିତ ମଧ୍ୟ ଲେସ୍ ହେବ। ଏହି ଫିଚର୍ସଗୁଡ଼ିକ ସହିତ, e-Vitara କେବଳ ଟେକ୍ନୋଲୋଜି ଦୃଷ୍ଟିରୁ ଉନ୍ନତ ହେବ ନାହିଁ, ବରଂ ସେଫ୍ଟି ଏବଂ ଆରାମ ଦୃଷ୍ଟିରୁ ଗ୍ରାହକଙ୍କ ଆଶାକୁ ସମ୍ପୂର୍ଣ୍ଣ ପୂରଣ କରିବ ।

ବ୍ୟାଟେରୀ ଅପ୍ସନ :
e-Vitara ଦୁଇଟି ଭିନ୍ନ ବ୍ୟାଟେରୀ ପ୍ୟାକ୍ ଅପ୍ସନରେ ପ୍ରଦାନ କରାଯାଇପାରିବ। ପ୍ରଥମ ଅପ୍ସନଟି ୪୮.୮kWh ବ୍ୟାଟେରୀ ପ୍ୟାକ୍ ହେବ ଏବଂ ଦ୍ୱିତୀୟଟି, ବଡ଼ ଭାରିଆଣ୍ଟରେ ୬୧.୧kWh ବ୍ୟାଟେରୀ ରହିବ। କମ୍ପାନୀ ଦାବି କରିଛି ଯେ e-Vitara ଥରେ ଫୁଲ୍ ଚାର୍ଜ ହେଲେ ୫୦୦ କିଲୋମିଟରରୁ ଅଧିକ ଡ୍ରାଇଭିଂ ରେଞ୍ଜ ଦେଇପାରିବ। ଏହା ସହିତ, ଏଥିରେ ଫାଷ୍ଟ ଚାର୍ଜିଂ ସପୋର୍ଟ ମିଳିବ, ଯାହା ଦ୍ୱାରା ଏହି SUV କୁ ମାତ୍ର ୫୦ ମିନିଟରେ ୦ ରୁ ୮୦% ପର୍ଯ୍ୟନ୍ତ ଚାର୍ଜ କରାଯାଇପାରିବ।

ଡିଜାଇନ୍ ଏବଂ ଷ୍ଟାଇଲ୍ :
ଡିଜାଇନ୍ ଏବଂ ଷ୍ଟାଇଲ୍ ଦୃଷ୍ଟିରୁ ମଧ୍ୟ ଇ-ଭିଟାରା ବହୁତ ଆଟ୍ରାକ୍ଟିଭ୍ ହେବ। ଏହାକୁ ସିଙ୍ଗଲ୍ ଟୋନ୍ ଏବଂ ଡୁଆଲ୍ ଟୋନ୍ କଲର ଅପ୍ସନରେ ଉପଲବ୍ଧ କରାଯିବ। ସିଙ୍ଗଲ୍ ଟୋନ୍ କଲର ଅକ୍ସନଗୁଡ଼ିକରେ ଓପୁଲେଣ୍ଟ ରେଡ୍, ବ୍ଲୁଇଶ୍ ବ୍ଲାକ୍, ଆର୍କଟିକ୍ ହ୍ୱାଇଟ୍, ଗ୍ରାଣ୍ଡ୍ୟୁର୍ ଗ୍ରେ, ସ୍ପ୍ଲେଣ୍ଡିଡ୍ ସିଲଭର୍ ଏବଂ ନେକ୍ସା ବ୍ଲୁ ସାମିଲ ହେବ। ଡୁଆଲ୍ ଟୋନ୍ ଫିନିସ୍ ବିକଳ୍ପଗୁଡ଼ିକରେ ଲ୍ୟାଣ୍ଡ ବ୍ରିଜ୍ ଗ୍ରୀନ୍, ଓପୁଲେଣ୍ଟ ରେଡ୍, ସ୍ପ୍ଲେଣ୍ଡିଡ୍ ସିଲଭର୍ ଏବଂ ଆର୍କଟିକ୍ ହ୍ୱାଇଟ୍ ଭଳି କଲର ସାମିଲ୍ । ଇ-ଭିଟାରା ତିନୋଟି ଭାରିଆଣ୍ଟରେ ଲଞ୍ଚ ହେବ ଯାହା ହେଉଛି- ଡେଲ୍ଟା, ଜେଟା ଏବଂ ଆଲଫା । ଯେଉଁଥିରେ ଫିଚର୍ସ ଏବଂ ମୂଲ୍ୟ ଅନୁସାରେ ପାର୍ଥକ୍ୟ ଦେଖାଯାଇପାରିବ।

ଏଥି ସହ ଜାଣି ରଖନ୍ତୁ ଯେ, ଭାରତୀୟ ବଜାରରେ ଲଞ୍ଚ ହେବା ପରେ, ମାରୁତି ସୁଜୁକି ଇ-ଭିଟାରା ଅପକମିଙ୍ଗ ଇଲେକ୍ଟ୍ରିକ୍ SUV ଯେପରିକି Hyundai Creta EV ଏବଂ Tata Harrier EV ସହିତ କଡା ଟକ୍କର କରିପାରିବ। ଏଗୁଡ଼ିକ ମିଡ୍ ସାଇଜର ଇଲେକ୍ଟ୍ରିକ୍ SUV ସେଗମେଣ୍ଟରେ ମଧ୍ୟ କମ୍ପିଟିସନ୍ କରିବ।

Also read : ଏବେ ଲୁଣରେ ଚାଲିବ ସ୍କୁଟର! ଜାଣନ୍ତୁ ଭାରତରେ କେବେ ହେବ ଲଞ୍ଚ?