ବଢ଼ିପାରେ ଆପଣଙ୍କ ପ୍ରିପେଡ ପ୍ଲାନର ଭ୍ୟାଲିଡିଟି, ଏନେଇ ଟେଲିକମ କମ୍ପାନୀକୁ ଚିଠି ଲେଖିଲା TRAI

କରୋନା ଭାଇରସ୍ ଲକ୍ ଡାଉନକୁ ଦୃଷ୍ଟିରେ ରଖି ଭାରତୀୟ ଟେଲିକମ ରେଗୁଲେଟୋରି (TRAI) ପ୍ରିପେଡ ୟୁଜର୍ସଙ୍କର ପ୍ଳାନର ବୈଧତା ବଢାଇବା ପାଇଁ ଟେଲିକମ କମ୍ପାନୀ ଗୁଡିକୁ ନିର୍ଦ୍ଦେଶ ଦେଇଛି । ଏହି ଲକ୍ ଡାଉନ୍ ସମୟରେ ୟୁଜର୍ସମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ, ଭୋଡାଫୋନ ଆଇଡିଆ ନିଜର ପ୍ରିପେଡ କଷ୍ଟୋମରମାନଙ୍କ ପ୍ଳାନର ବୈଧତା ବଢାଇବା ପାଇଁ ଟ୍ରାଇ ନିର୍ଦ୍ଦେଶ ଦେଇଛି ।

ସୂଚନା ଅନୁଯାୟୀ TRAI ଏକ ପତ୍ର ଜରିଆରେ ଟେଲିକମ କମ୍ପାନୀ ଗୁଡିକୁ ଏହି ସମୟରେ ଜରୁରୀ ପଦକ୍ଷେପ ଗ୍ରହଣ କରିବା ପାଇଁ କହିଛି । TRAIର କହିବା ଅନୁଯାୟୀ ଟେଲିକମ୍ୟୁନିକେସନକୁ ଜରୁରୀ କାଳୀନ ସେବା ମାନିବା ସହ ଲକ୍ ଡାଉନ୍ ସମୟରେ ମଧ୍ଯ ଏହାକୁ ଅଲଗା ରଖାଯାଇଛି ଏବଂ ଏହାକୁ ବନ୍ଦ କରାଯାଇନାହିଁ । ତେବେ ଏହି ଲକ୍ ଡାଉନ୍ ସମୟରେ ଗ୍ରାହକମାନେ ବିନା କୌଣସି ଅସୁବିଧାରେ ସର୍ଭିସ୍ ଜାରି ରଖିବା ପାଇଁ କମ୍ପାନୀ କି କି ପଦକ୍ଷେପ ନେଉଛି ସେ ନେଇ ପ୍ରଶ୍ନ କରିଛି ।

ତେବେ ଏହି ସବୁ କମ୍ପାନୀ ଗୁଡିକର ସମୁଦାୟ ଗ୍ରାହକମାନଙ୍କ ମଧ୍ୟରେ ଅଧିକାଂଶ ପ୍ରିପେଡ ଗ୍ରାହକ ରହିଛନ୍ତି ତେଣୁ ପ୍ରିପେଡ ୟୁଜରମାନଙ୍କର ଭ୍ୟାଲିଡିଟି ବଢାଇବା ପାଇଁ ଟ୍ରାଇ ପରାମର୍ଶ ଦେଇଛି । ଏହାସହିତ ସେ କହିଛି ଯେ କଷ୍ଟୋମର ସର୍ଭିସ୍ ଏବଂ ପଏଣ୍ଟ ଅଫ ସେଲ ପ୍ରଭାବିତ ନହେଉ ସେଥିପାଇଁ ଲକ୍ ଡାଉନ୍ ସମୟରେ ମଧ୍ଯ ଟେଲିକମ କମ୍ପାନୀଗୁଡିକୁ ଭିନ୍ନ ଭାବେ ରଖାଯାଇଛି । ତେବେ ଆଶା କରାଯାଉଛି ଯେ ଅତିଶୀଘ୍ର ଏହି କମ୍ପାନୀ ଗୁଡିକ ପ୍ରିପେଡ ୟୁଜରଙ୍କର ଭ୍ୟାଲିଡିଟି ବଢାଇବାର ଘୋଷଣା କରିପାରନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.