ବ୍ୟବସାୟ ଓ ଅର୍ଥନୀତି

ଗାଡିରେ ଭିନ୍ନ ଭିନ୍ନ ରଙ୍ଗର ନମ୍ବର ପ୍ଲେଟ ଲାଗିବାର କାରଣ କଣ ଏବଂ କଣ ଏହାର ଅର୍ଥ ଜାଣନ୍ତୁ

ଭାରତରେ ପ୍ରତିଦିନ ହଜାର ହଜାର ବାହନ ରାସ୍ତାରେ ଚାଲୁଛି। ଆପଣ ଲକ୍ଷ୍ୟ କରିଥିବେ ଯେ ଏଥିମଧ୍ୟରୁ ଅନେକ ବାହନରେ ଅଲଗା ଅଲଗା ରଙ୍ଗର ନମ୍ବର ପ୍ଲେଟ ରହିଥାଏ। କଣ ଆପଣ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି ଯେ ଏହି ପ୍ଲେଟ୍ସର ରଙ୍ଗ ଏବଂ ନମ୍ବରର କଣ ଅର୍ଥ ରହିଛି। ଯଦି ଆପଣଙ୍କୁ ମଧ୍ୟ ଏହା ଜଣାନାହିଁ ତାହେଲେ ଆମେ ଆଣିଛୁ ଆପଣଙ୍କ ପାଇଁ ଏହା। ଯାହାଦ୍ୱାରା ଆପଣ କାରରେ ଲାଗିଥିବା ଏହି ଭିନ୍ନ ଭିନ୍ନ ନମ୍ବର ପ୍ଲେଟ ସମ୍ପର୍କରେ ଜାଣିପାରିବେ।

ଧଳା ନମ୍ବର ପ୍ଲେଟର ଅର୍ଥ

ନର୍ମାଲ ପେଟ୍ରୋଲ ଏବଂ ଡିଜେଲ ଯୁକ୍ତ ପ୍ରାଇଭେଟ କାରକୁ ପରିବହନ ବିଭାଗ ତରଫରୁ ହ୍ଵାଇଟ୍‌ ପ୍ଲେଟ ଜାରି କରାଯାଇଥାଏ। ଏହି ନମ୍ବର ପ୍ଲେଟ ଉପରେ କଳା ରଙ୍ଗରେ ନମ୍ବର ଲେଖା ହୋଇଥାଏ। ଏମିତି ନମ୍ବର ଥିବା କାର, ବାଇକ ଏବଂ ସ୍କୁଟରର ଉପଯୋଗ କେବଳ ବ୍ୟକ୍ତିଗତ କାମ ପାଇଁ କରାଯାଇଥାଏ।

ହଳଦିଆ ନମ୍ବର ପ୍ଲେଟର ଅର୍ଥ

ହଳଦିଆ ନମ୍ବର ପ୍ଲେଟ ଥିବା ଗାଡିକୁ ରାସ୍ତାରେ ଦେଖିବାକୁ ମିଳେ। ଏହି ରଙ୍ଗର ନମ୍ବର ପ୍ଲେଟ ଅଧିକାଂଶ ଅଟୋ ରିକ୍ସା, ଟ୍ୟାକ୍ସି, ଟ୍ରକ, ବସ୍‌, ଜେସିବି ଭଳି ଗାଡିରେ କରାଯାଇଥାଏ। ଏହାର ଅର୍ଥ ହେଉଛି ଏହି ନମ୍ବର ପ୍ଲେଟ ଥିବା ଗାଡିର ବ୍ୟବହାର ବ୍ୟବସାୟିକ ଭାବେ କରାଯାଏ। ଏହି ଗାଡିକୁ ପର୍ସନାଲ ୟୁଜ୍‌ ପାଇଁ ଉପଯୋଗ କରାଯାଇପାରିବନାହିଁ ଏବଂ ହଳଦିଆ ନମ୍ବର ପ୍ଲେଟ ବାହନକୁ ଚଲାଇବା ପାଇଁ ଡ୍ରାଇଭରଙ୍କ ପାଖରେ ଭ୍ୟାଲିଡ କର୍ମସିଆଲ ଡ୍ରାଇଭିଙ୍ଗ ଲାଇସେନ୍ସ ରହିବା ଉଚିତ।

କଳା ରଙ୍ଗର ନମ୍ପର ପ୍ଲେଟର ଅର୍ଥ

ଏହି ରଙ୍ଗର ନମ୍ବର ପ୍ଲେଟ ଥିବା ଗାଡିକୁ ବହୁତ କମ୍‌ ଦେଖିବାକୁ ମିଳେ। ଏହାର ବି ବ୍ୟବହାର କମର୍ସିଆଲ ବାହନ ଭଳି ଉପଯୋଗ କରାଯାଏ, କିନ୍ତୁ ଏହି ନମ୍ବର ପ୍ଲେଟ ଥିବା ବାହନକୁ ଚଲାଇବା ପାଇଁ କମର୍ସିଆଲ ଡ୍ରାଇଭିଙ୍ଗ ଲାଇସେନ୍ସର ଆବଶ୍ୟକତା ନାହିଁ। ଏହି ପ୍ରକାରର ନମ୍ବର ପ୍ଲେଟ ଥିବା ଗାଡିକୁ ଅଧିକାଂଶ ଲଗଜୁରୀ ହୋଟେଲ ଟ୍ରାନ୍ସପୋର୍ଟ ଥିବା ଗାଡି ଗୁଡିକରେ ଦେଖିବାକୁ ମିଳେ।

ସବୁଜ ରଙ୍ଗର ନମ୍ବର ପ୍ଲେଟ

ସବୁଜ ରଙ୍ଗର ନମ୍ବର ପ୍ଲେଟର ଚଳଣୀ ଅଧିକ ପୁରୁଣା ନୁହେଁ। ସରକାରଙ୍କ ପକ୍ଷରୁ ଏହି ରଙ୍ଗର ନମ୍ବର ପ୍ଲେଟକୁ ଇଲେକଟ୍ରିକ ବାହନ ପାଇଁ ରିଜର୍ଭ ରଖାଯାଇଥାଏ। ଦେଶରେ ରେଜିଷ୍ଟର୍ଡ ସମସ୍ତ ଇଲେକଟ୍ରିକ ବାହନରେ କେବଳ ସବୁଜ ରଙ୍ଗର ନମ୍ବର ପ୍ଲେଟ ଲଗା ଯାଇଥାଏ। ପର୍ସନାଲ ଏବଂ କମର୍ସିଆଲ ଇଲେକଟ୍ରିକ ବାହନରେ ମଧ୍ୟ ସବୁଜ ରଙ୍ଗର ହିଁ ନମ୍ବର ପ୍ଲେଟ ଲଗାଯାଇଥାଏ। କିନ୍ତୁ ପର୍ସନାଲ ଇଲେକଟ୍ରିକ ବାହନର ନମ୍ବର ପ୍ଲେଟରେ ଧଳା ରଙ୍ଗର ନମ୍ବର ଜାରି କରାଯାଇଥାଏ। ସେହିପରି କର୍ମସିଆଲ ଇଲେକଟ୍ରିକ ବାହନ ପାଇଁ ସବୁଜ ରଙ୍ଗର ନମ୍ବର ପ୍ଲେଟରେ ହଳଦିଆ ରଙ୍ଗର ନମ୍ବର ଜାରି କରାଯାଇଥାଏ।

ଲାଲ ରଙ୍ଗର ନମ୍ବର ପ୍ଲେଟର ଅର୍ଥ

ଏହି ରଙ୍ଗର ନମ୍ବର ପ୍ଲେଟକୁ କେବଳ ନୂଆ ବାହନ ପାଇଁ ଜାରି କରାଯାଇଥାଏ। ଏହା ଉପରେ ଅସ୍ଥାୟୀ ନମ୍ବର ଦିଆଯାଇଥାଏ। ଏବଂ ବାହନକୁ କ୍ରୟ କରିବା ପରେ ଯେତେ ପର୍ଯ୍ୟନ୍ତ ଅଥରିଟି ପରମାନେଣ୍ଟ ନମ୍ବର ନ ମିଳିଛି ସେତେ ପର୍ଯ୍ୟନ୍ତ ଆପଣଙ୍କ ବାହନରେ ଲାଲ ରଙ୍ଗର ନମ୍ବର ପ୍ଲେଟ ଲଗାଯାଇଥାଏ।

ନୀଳ ନମ୍ବର ପ୍ଲେଟର ଅର୍ଥ

ଦେଶ ବିଦେଶରେ ଅନେକ ବାହନରେ ନୀଳ ରଙ୍ଗର ନମ୍ବର ପ୍ଲେଟ ମଧ୍ୟ ଲଗାଯାଇଥାଏ। ଏହାସହିତ ଏହା ଉପରେ ନମ୍ବର ମଧ୍ୟ ଅଲଗା ପ୍ରକାର ଜାରି କରାଯାଇଥାଏ। ଏହି ରଙ୍ଗର ନମ୍ବର ପ୍ଲେଟକୁ କେବଳ ଅନ୍ୟ ଦେଶରୁ ଆସିଥିବା ରାଷ୍ଟ୍ରଦୂତଙ୍କ ଗାଡିରେ ଲଗାଯାଇଥାଏ। ଏହି ରଙ୍ଗର ନମ୍ବର ପ୍ଲେଟରେ ୧୦ସିସି ୫୦ କିମ୍ବା ଏହିଭଳି ନମ୍ବର ରହିଥାଏ, ଯେଉଁଥିରେ ସିସିର ଅର୍ଥ କାନସୁଲାର କୋର ହୋଇଥାଏ। ୟୁନ ନମ୍ବର ସହିତ ଆସିଥିବା ନମ୍ବର ପ୍ଲେଟର ଅର୍ଥ ୟୁନାଇଟେଡ୍‌ ନେସନ୍ସ। ଏବଂ ଡିସି ସହିତ ଆସିଥିବା ନମ୍ବର ପ୍ଲେଟର ଅର୍ଥ ଡିପ୍ଲୋମେଟିକ କର୍ପସ ହୋଇଥାଏ। ଏହି ନମ୍ବର ପ୍ଲେଟରେ କୌଣସି ବି ଦେଶର ସେଠାକାର କୋଡ ନଥାଏ ବରଂ ଯେଉଁ ଦେଶର ରାଷ୍ଟ୍ରଦୂତଙ୍କୁ ଏହା ଜାରି କରାଯାଇଥାଏ ତାଙ୍କୁ ତାଙ୍କ ଦେଶର କୋଡକୁ ଏହା ଉପରେ ଲଗାଯାଇଥାଏ।

Pritiparna

Recent Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

12 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

21 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

24 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

58 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

59 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

2 hours ago