ଅନଲାଇନ୍ ସପିଂ କରୁଥିବା ଗ୍ରାହକମାନଙ୍କୁ ଝଟକା; ବନ୍ଦ ହେଲା ମିଶୋ !

ଦେଶର ସର୍ବବୃହତ ଇ-କମର୍ସ କମ୍ପାନୀ ମିଶୋ ଏହାର ଗ୍ରୋସରୀ ବ୍ୟବସାୟ (ମେଶୋ ସୁପରଷ୍ଟୋର) ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୁପରଷ୍ଟୋର ନାମକ ଏହି ସେବା ଭାରତର୯୦ ପ୍ରତିଶତରୁ ଅଧିକ ସହରରେ (ନାଗପୁର ଏବଂ ମାଇସୋର ବ୍ୟତୀତ) ବନ୍ଦ ହୋଇଯାଇଛି, ଯାହାଫଳରେ ବ୍ୟାପକ କ୍ଷତି ହେଇଥିବା ସୂଚନା ମିଳୁଛି । ମିଡିଆ ରିପୋର୍ଟ ଅନୁଯାୟୀ, କମ୍ପାନୀର ଏହି ନିଷ୍ପତ୍ତି ଯୋଗୁଁ ପ୍ରାୟ ୩୦୦ ମେଶୋ କର୍ମଚାରୀ ଚାକିରି ହରାଇଛନ୍ତି।

ମିଶୋ ଏହାର ଗ୍ରୋସରୀ ବ୍ୟବସାୟ ବନ୍ଦ ଏବଂ ବହୁ କର୍ମଚାରୀଙ୍କ ଚାକିରି ହରାଇବା ସମ୍ପର୍କରେ କମ୍ପାନୀ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ବିବୃତ୍ତି ଦେଇନାହିଁ। ଗତ ଏପ୍ରିଲ୍ ମାସରେ,ବ୍ୟବସାୟିକ ବଜାରରେ ଦୈନନ୍ଦିନ ବ୍ୟବହାର ସାମଗ୍ରୀର ଗ୍ରାହକଙ୍କ ଚାହିଦା ପୂରଣ କରିବାର ଲକ୍ଷ୍ୟ ନେଇ ମେଶୋ ଫାର୍ମିସୋକୁ ସୁପରଷ୍ଟୋର ଭାବରେ ପୁନଃ ନାମିତ କରିଥିଲେ। ଏପ୍ରିଲରେ, କମ୍ପାନୀ ୧୫୦ ରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରିଥିଲା।

ଏହା ପୂର୍ବରୁ କମ୍ପାନୀ କରୋନାର ପ୍ରଥମ ଲହରୀ ସମୟରେ ପ୍ରାୟ ୨୦୦ କର୍ମଚାରୀଙ୍କୁ ଚାକିରୀରୁ ବାହାର କରିଥିଲା। ଖବର ଅନୁସାରେ, କମ୍ପାନୀ ପାଖରେ ପୁଞ୍ଜିର ଅଭାବ ରହିଛି, ଯେଉଁ କାରଣରୁ ସେ କର୍ମଚାରୀଙ୍କୁ ବାହାର କରୁଛି। ରିପୋର୍ଟ ଅନୁସାରେ, ‘ମିସୋ’ ଏହି କର୍ମଚାରୀଙ୍କୁ ୨ ମାସ ଲେଖାଏଁର ଦରମା ଦେଇ ବାହାର କରିଛି। କମ୍ପାନୀର ସିଇଓ ବିଦିତ ଆତ୍ରେ ଚାହାନ୍ତି ସେ ସୁପରଷ୍ଟୋରକୁ ‘ମିସୋ’ର ମୁଖ୍ୟ ଆପ୍‌ ସହିତ ଜୋଡି ଦିଆଯାଉ। ‘ମିସୋ’ର ଷ୍ଟୋର ଦେଶର ୬ଟି ରାଜ୍ୟ କର୍ଣ୍ଣାଟକ, ତେଲେଙ୍ଗାନା, ଗୁଜରାଟ, ଆନ୍ଧ୍ର ପ୍ରଦେଶ ଓ ମହାରାଷ୍ଟ୍ରରେ ସୁପର ଷ୍ଟୋର ଆରମ୍ଭ କରିଥିଲା।

କମ୍ପାନୀ ସୁପରଷ୍ଟୋରର ଆରମ୍ଭ ପାଇଲଟ୍ ପ୍ରୋଜେକ୍ଟ ଅନୁସାରେ କର୍ଣ୍ଣାଟକରୁ ଆରମ୍ଭ କରିଥିଲା। କମ୍ପାନୀର ଲକ୍ଷ୍ୟ ୨୦୨୨ ସୁଦ୍ଧା ୧୨ଟି ରାଜ୍ୟରେ ସୁପରଷ୍ଟୋର ଖୋଲିବାର ଯୋଜନା ରହିଛି। ଗୋଟିଏ ପଟେ କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରୁଥିବା ବେଳେ ଅନ୍ୟ ପଟେ ଏହାର ୟୁଜରଙ୍କ ସଂଖ୍ୟା ବଢୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.