ଲଞ୍ଚ ହେଲା Mercedes-Benz E-Class LWB, ରହିଛି ଦମଦାର ଫିଚର୍ସ

ବର୍ତ୍ତମାନ ଘରେ ଘରେ କାର ଥିବା ଏକ ସାଧାରଣ କଥା ହୋଇଗଲାଣି । ଲୋକମାନେ ବିଳାସପୂର୍ଣ୍ଣ ଜୀବନ ପାଇଁ ଘରେ ଦାମୀ ଦାମୀ କାର ରଖୁଛନ୍ତି । କିନ୍ତୁ ଲୋକଙ୍କର ମର୍ସିଡିଜ୍ କାର ପ୍ରତି ଦୁର୍ବଳତା ଟିକେ ଅଧିକ । ତେଣୁ ଏହି ଦୁର୍ବଳତାର ସୁଯୋଗ ନେଇ ମର୍ସିଡିଜ୍ କମ୍ପାନୀ ନୂଆ ନୂଆ କାର ଲଞ୍ଚ କରୁଛି । ଏହାରି ଭିତରେ ମର୍ସିଡିଜ୍-ବେଞ୍ଜ୍ ଭାରତରେ ଏହାର ବେଷ୍ଟ ସେଲିଂ ଲଗ୍ଜରୀ ସେଡାନର ନୂଆ ଜେନେରେସନକୁ ଲଞ୍ଚ କରିଛି । ଦମଦାର ଡିଜାଇନ ସହ ଲଞ୍ଚ ହୋଇଥିବା ଏହି କାରର ନାଁ ହେଉଛି Mercedes-Benz E-Class LWB । ତେବେ ଏହାର ଦାମ ବି ଆପଣଙ୍କ ବଜେଟକୁ ଫିଟ୍ ହେବ । ଷ୍ଟାଇଲିସ୍ ଲୁକ୍ ସହ ଲଞ୍ଚ ହୋଇଥିବା ଏହି କାର ଆପଣଙ୍କୁ ନିଶ୍ଚିତ ଭାବେ ପସନ୍ଦ ଆସିବ । କାରଣ ଭାରତରେ ଇ-କ୍ଲାସ୍ ଲଗ୍ଜରୀ ସେଡାନର ଆରମ୍ଭ ମୂଲ୍ୟ ୭୮.୫ ଲକ୍ଷ ଟଙ୍କା ରହିଛି । ନୂଆ ଇ-କ୍ଲାସରେ ଆପଣଙ୍କୁ  ଅନେକ ନୂଆ ଟେକ୍ନୋଲୋଜି ସହିତ ଅନେକ ନୂଆ ଫିଚର୍ସ ମିଳିବ ।

ଲଗ୍ଜରୀ ସେଡାନ୍ ର ଡିଜାଇନ୍ ବିଷୟରେ କହିବାକୁ ଗଲେ ଏଥିରେ ଏକ ନୂଆ ଗ୍ରିଲ୍ ସହିତ ନୂଆ ଫ୍ଲସ୍ ଡୋର ହ୍ୟାଣ୍ଡେଲ ଦିଆଯାଇଛି । ଏହା ବ୍ୟତୀତ ଅନ୍ୟାନ୍ୟ ଫିଚରରେ ଆପଣ ନୂଆ ଏଲଇଡି ହେଡଲାଇଟ୍ସ ଏବଂ ଟେଲ୍ ଲାଇଟ୍ସ ମିଳିବ । ଏହି ଇ-କ୍ଲାସ୍ ଭିତରେ ଆପଣଙ୍କୁ ଏକ ସୁପରସ୍କ୍ରିନ୍ ମିଳିବ ଯେଉଁଥିରେ ଦୁଇଟି ସ୍କ୍ରିନ୍ ଯୋଡ଼ି ହୋଇଥିବ । ଏହା ବ୍ୟତୀତ କାରରେ ଏକ ଆଡିସନାଲ ଡିଜିଟାଲ୍ ଡ୍ରାଇଭର ଡିସପ୍ଲେ ଦିଆଯାଇଛି ।

ଭାରତ ହେଉଛି ଏକମାତ୍ର ବଜାର ଯେଉଁଠାରେ ସିକ୍ସ ଜେନେରେସନର କାର LWB ଏବଂ RHD ଫର୍ମାଟରେ ଉପଲବ୍ଧ । ତିନୋଟି ଭର୍ସନରେ ଦୁଇଟି ପେଟ୍ରୋଲ ଏବଂ ଗୋଟିଏ ଡିଜେଲ ଇଞ୍ଜିନ୍ ସହିତ ଏହାକୁ ଲଞ୍ଚ କରାଯାଇଛି । ମର୍ସିଡିଜ୍-ବେଞ୍ଜ୍ ଇ-କ୍ଲାସ୍ ର ପାୱାର୍ ଟ୍ରେନ୍ ବିଷୟରେ କହିବାକୁ ଗଲେ ଏଥିରେ ୨.୦ ଲିଟରର ଟର୍ବୋ-ପେଟ୍ରୋଲ ଏବଂ ଡିଜେଲ ଇଞ୍ଜିନର ଅପ୍ସନ ରହିଛି । ଏଥିରେ ଉଭୟ ଇଞ୍ଜିନ ସହିତ ୯-ସ୍ପିଡ୍ ଅଟୋମେଟିକ୍ ଗିଅରବକ୍ସକୁ ଯୋଡ଼ା ଯାଇଛି ।

ଏହି କାରରେ ସେଲଫି କ୍ୟାମେରା ଏବଂ ବିଭିନ୍ନ ଅନ୍-ବୋର୍ଡ ଆପ୍ସ ଅଛି । ଯେଉଁଥପାଇଁ ଏହା ଏକ ମୋବାଇଲ୍ ବୋର୍ଡରୁମ୍ ଭଳି କାମ କରିବ । ଏଥିରେ ଇଲେକ୍ଟ୍ରିକ୍ ଥାଇ ସପୋର୍ଟ, ସନ୍ ବ୍ଲାଇଣ୍ଡ ଏବଂ ୱାୟରଲେସ୍ ଚାର୍ଜର ଭଳି ଫିଚର ଦିଆଯାଇଛି । ଏହି କାରରେ ସେଣ୍ଟ୍ରାଲ୍ କନସୋଲରେ MBUX ସିଷ୍ଟମ୍ ଦ୍ୱାରା ଚାଲୁଥିବା ଏକ ହାଇପରସ୍କ୍ରିନ୍, ଡଲବି ଆଟମୋସ୍ ସପୋର୍ଟ ସହିତ ଏକ ୧୭-ସ୍ପିକର ବର୍ମେଷ୍ଟର ସାଉଣ୍ଡ ସିଷ୍ଟମ ମିଳିବ ।

ନୂଆ ଇ-କ୍ଲାସ୍ ରେ ଆକ୍ଟିଭ୍ ଆମ୍ବିଏଣ୍ଟ୍ ଲାଇଟିଂ ରହିଛି । ଆପଣଙ୍କ କାର ପାଖକୁ ଅନ୍ୟ କାର ମାଡ଼ି ଆସିଲେ ଏହି ଫିଚର ଆପଣଙ୍କୁ ସତର୍କ କରିବ । ଦାମ ବିଷୟରେ କହିବାକୁ ଗଲେ ଏହି କାରର ମୂଲ୍ୟ ୮୦ ଲକ୍ଷରୁ ୮୩ ଲକ୍ଷ ମଧ୍ୟରେ ହୋଇପାରେ । ନୂଆ ମର୍ସିଡିଜ୍ ଇ-କ୍ଲାସ୍ LWBରେ ୨.୦-ଲିଟର, ୪-ସିଲିଣ୍ଡର ପେଟ୍ରୋଲ ଏବଂ ଡିଜେଲ ଇଞ୍ଜିନ୍ ମିଳିବ, ଯାହା ୪୮V ହାଇବ୍ରିଡ୍ ସିଷ୍ଟମ୍ ସହିତ ଯୋଡ଼ାଯାଇଛି । କାରରେ ଟ୍ରାନ୍ସମିସନ ପାଇଁ ଉଭୟ 9G ଅଟୋମେଟିକ୍ ଗିଅରବକ୍ସ ସହିତ ଯୋଡ଼ା ଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like