ନୂଆ ଅବତାରରେ ଆସିଲା ମର୍ସିଡିଜ୍-ବେଞ୍ଜ୍ ର ଦମଦାର କାର, ୫୩୫ କିଲୋମିଟରର ରହିଛି ରେଞ୍ଜ

ମର୍ସିଡିଜ୍-ବେଞ୍ଜ୍ ଭାରତରେ ଏହାର ଇଲେକ୍ଟ୍ରିକ୍‌ କାର୍ EQB ର ଫେସଲିଫ୍ଟ ମଡେଲ୍ ଲଞ୍ଚ କରିଛି । କମ୍ପାନୀ ନୂଆ ଇଲେକ୍ଟ୍ରିକ୍ କାର୍ ସହିତ ଏହି ଇଲେକ୍ଟ୍ରିକ୍ କାରକୁ ଲଞ୍ଚ କରିଛି । ଏହି କାରରେ ୫୩୫ କିଲୋମିଟର ରେଞ୍ଜ ରହିଛି । ଏହି ନୂଆ ଇଲେକ୍ଟ୍ରିକ୍ କାରର ଲୁକ୍ ମଧ୍ୟ ବଢ଼ିଆ ରହିଛି ଏବଂ ଏଥିରେ ଅନେକ ଦମଦାର ଫିଚର ମଧ୍ୟ ଦିଆଯାଇଛି ।

କମ୍ପାନୀ ଏହି କାରକୁ ଦୁଇଟି ଭାରିଆଣ୍ଟରେ ଲଞ୍ଚ କରିଛି। ଏଥିରେ ଏକ ଇଲେକ୍ଟ୍ରିକ୍ ଆର୍ଟ ଲାଇନ୍ ଏବଂ ଅନ୍ୟ ଏକ AMG ଲାଇନ ସାମିଲ ଅଛି । ଏହା ବ୍ୟତୀତ ଏଥିରେ ୫ଟି ସିଟ୍ ରହିଛି । ସୂଚନା ଅନୁଯାୟୀ କାରର ଇଲେକ୍ଟ୍ରିକ୍ ଲାଇନ ଫୁଲ୍‌ ଚାର୍ଜରେ ୫୩୫ କିଲୋମିଟର ରେଞ୍ଜ ଦେଇଥାଏ । ଯେତେବେଳେ କି AMG ଲାଇନ ଫୁଲ୍‌ ଚାର୍ଜରେ ୪୪୭ କିଲୋମିଟରର ରେଞ୍ଜ ଦେଇଥାଏ । ଏହାର ସ୍ପୋର୍ଟି ଲୁକ୍‌ କାର୍‌ ଲଭର୍ସଙ୍କୁ ଆକର୍ଷିତ କରିବ ।

ମର୍ସିଡିଜ୍-ବେଞ୍ଜ୍ EQB ଫେସେଲିଫ୍ଟ:

ଏହି ଇଲେକ୍ଟ୍ରିକ୍ କାର ଫିଚର ବିଷୟରେ କହିବାକୁ ଗଲେ କମ୍ପାନୀ ସ୍ପୋର୍ଟସ୍ ଷ୍ଟିଅରିଂ ହ୍ୱିଲ୍, ଆମ୍ବିଏଣ୍ଟ୍ ଲାଇଟ୍, ପାଓ୍ଵାର୍ଡ ଫ୍ରଣ୍ଟ ସିଟ୍, ମେମୋରୀ ଫଙ୍କସନ୍, ବ୍ଲାକ୍ ଇଣ୍ଟେରିଅର୍, ଆକ୍ଟିଭ୍ ଲେନ୍ ଆସିଷ୍ଟ, ଆକ୍ଟିଭ୍‌ ଡିଷ୍ଟାନ୍ସ ଆସିଷ୍ଟ ସହିତ ଲେଭଲ୍ 2 ADAS ସିଷ୍ଟମ୍ ଦିଆଯାଇଛି । କେବଳ ଏତିକି ନୁହେଁ ଏହି ନୂଆ ଇଲେକ୍ଟ୍ରିକ୍ କାରରେ ହେଡଅପ୍ ଡିସପ୍ଲେ, ନେଭିଗେସନ୍ ସିଷ୍ଟମ୍, ୧୨ ଟି ସ୍ପିକର ସାଉଣ୍ଡ ସିଷ୍ଟମ ଏବଂ ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ସହିତ ବଡ଼ ଟଚସ୍କ୍ରିନ ଇନଫୋଟେନ୍ମେଣ୍ଟ ଅଛି । ଏହି କାରରେ ବଡ ଆଲୋଇ ହ୍ଵିଲ୍ସ ମଧ୍ୟ ରହିଛି । ମର୍ସିଡିଜ୍-ବେଞ୍ଜ୍ ଏହାର ଅପଡେଟ୍ ଇଲେକ୍ଟ୍ରିକ୍ କାରର ଏକ୍ସ ସୋ ରୁମ୍ ଦାମ୍‌ ୭୦.୯୦ ଲକ୍ଷ ଟଙ୍କା ରଖିଛି । ଏହି କାରର ଡେଲିଭରି ମଧ୍ୟ ଶୀଘ୍ର ଆରମ୍ଭ ହେବ ।

You might also like