ବିନା ପେଟ୍ରୋଲରେ ଚାଲିବ ଅନେକ କିଲୋମିଟର, Mercedes ଲଞ୍ଚ କଲା ନୂଆ କାର୍

ଜର୍ମାନୀର ବିଳାସପୂର୍ଣ୍ଣ କାର ନିର୍ମାତା କମ୍ପାନୀ ମର୍ସିଡିଜ୍ ଭାରତରେ ଏକ ନୂତନ କାର ଲଞ୍ଚ କରିଛି । ଏହାର ଲାଇନ୍ଅପ୍ ବିସ୍ତାର କରି କମ୍ପାନୀ ଏକ ନୂଆ C 63 SE ପରଫରମାନ୍ସ ଲଞ୍ଚ କରିଛି । ମର୍ସିଡିଜ୍ ର ନୂଆ କାର୍ ହାଇବ୍ରିଡ୍ ଇଞ୍ଜିନ୍ ଏବଂ ଅନେକ ନୂତନ ଫିଚର୍ସ ସହିତ ଅଣାଯାଇଛି । ତେବେ ଆସନ୍ତୁ ଜାଣିବା ଏହି ମର୍ସିଡିଜ୍ କାରର ଦାମ୍, ଫିଚର୍ସ ଏବଂ ବିଶେଷତା କ’ଣ?

ଭାରତରେ ମର୍ସିଡିଜ୍ AMG C 63 SE ର ଡିସପ୍ଲେ ମୂଲ୍ୟ ୧ କୋଟି ୯୫ ଲକ୍ଷ ଟଙ୍କା ସହିତ ଲଞ୍ଚ କରାଯାଇଛି । ଲଞ୍ଚ ସହିତ ଗତ କାଲି ଠାରୁ ଏହି କାରର ବୁକିଂ ଆରମ୍ଭ ହୋଇଛି, ଯାହା ଆସନ୍ତା ବର୍ଷ ଅର୍ଥାତ ୨୦୨୫ ସୁଦ୍ଧା ଡେଲିଭରୀ ହେବ ବୋଲି ଆଶା କରାଯାଉଛି ।

ମର୍ସିଡିଜ୍ AMG C 63 SE ର ପାୱାର୍ ଟ୍ରେନ୍:

ମର୍ସିଡିଜ୍ AMG C 63 SE Performance ର ପାୱାର୍ ଟ୍ରେନ୍ ବିଷୟରେ କହିବାକୁ ଗଲେ ଏହାର ୨.୦ ଲିଟର, ୪ ସିଲିଣ୍ଡର ଟର୍ବୋ-ପେଟ୍ରୋଲ୍ ଇଞ୍ଜିନ୍ ଅଛି, ଯାହା ୪୭୬hp ର ପାୱାର ଏବଂ ୫୪୫Nm ଟର୍କ ଜେନେରେଟ କରେ । ଏକ ୯-ସ୍ପିଡ୍ ଅଟୋମେଟିକ୍ ଗିଅରବକ୍ସ ମଧ୍ୟ ଇଞ୍ଜିନ ସହିତ ଯୋଡି ହୋଇଛି ।

ଏହି ମର୍ସିଡିଜ୍ ସେଡାନରେ ୬.୧ kWh ବ୍ୟାଟେରୀ ପ୍ୟାକ୍ ଅଛି, ଯାହା ସାହାଯ୍ୟରେ ଆପଣ ପେଟ୍ରୋଲ ବିନା କାରକୁ ୧୩ କିଲୋମିଟର ପର୍ଯ୍ୟନ୍ତ ଚଲାଇ ପାରିବେ । ଏହି କାର ବିଷୟରେ କମ୍ପାନୀ ଦାବି କରିଛି ଯେ ଏହା ମାତ୍ର ୩.୪ ସେକେଣ୍ଡରେ ୦-୧୦୦ କିଲୋମିଟର ସ୍ପିଡରେ ପହଞ୍ଚିଯାଏ । କାରର ଟପ୍ ସ୍ପିଡ୍ ୨୮୦Kmph ବୋଲି କୁହାଯାଏ ଏବଂ ଏଥିରେ ୮ ପ୍ରକାରର ଡ୍ରାଇଭ୍ ମୋଡ୍ ଅଛି ।

ମର୍ସିଡିଜ୍ କାର୍ ଡିଜାଇନ୍ ଏବଂ ଫିଚର୍ସ:

କାରର ଡିଜାଇନ୍ ବିଷୟରେ କହିବାକୁ ଗଲେ ଏହାର ଷ୍ଟାଣ୍ଡାର୍ଡ C-କ୍ଲାସ୍ ଠାରୁ ଟିକିଏ ଭିନ୍ନ ଡିଜାଇନ୍ ଅଛି । ଏଥିରେ ୨୦ ଇଞ୍ଚର ଆଲଏ ହ୍ଵିଲ୍ ଅଛି ଏବଂ ଆର୍ଚ ସହିତ ଏହି କାରଟି ବହୁତ ଆକର୍ଷଣୀୟ ଦେଖାଯାଉଛି । ଇଣ୍ଟେରିୟର ବିଷୟରେ କହିବାକୁ ଗଲେ, ନୂଆ ମର୍ସିଡିଜ୍ AMG C 63 SE ପରଫରମାନ୍ସରେ ଅଲ୍ ବ୍ଲାକ-ଥିମ୍ ଏବଂ AMG- ସ୍ପେଶାଲ ଷ୍ଟିଅରିଂ ହ୍ଵିଲ୍ ଅଛି ।

ମର୍ସିଡିଜର ଏହି ସେଡାନରେ ହେଡଅପ୍ ଡିସପ୍ଲେ ସହିତ ୧୨.୩ ଇଞ୍ଚ ଇନଫୋଟେନ୍ମେଣ୍ଟ ଟଚ୍ ସ୍କ୍ରିନ ଏବଂ ୧୫ ସ୍ପିକର ବର୍ମେଷ୍ଟର ସାଉଣ୍ଡ ସିଷ୍ଟମ ଅଛି । ସୁରକ୍ଷା ଦୃଷ୍ଟିରୁ ଏହି କାରରେ ୭ ଟି ଏୟାରବ୍ୟାଗ ଏବଂ ADAS ଫିଚର୍ସ ସହିତ ୩୬୦ ଡିଗ୍ରୀ କ୍ୟାମେରା ଅଛି ।

You might also like